• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

କଠିନ ପରିଶ୍ରମ ସଫଳତାର ଚାବିକାଠି । କଠିନ ପରିଶ୍ରମ କରିବା ଦ୍ୱାରା ଦିନେ ନା ଦିନେ ସଫଳତା ମିଳିଥାଏ । ବେଳେ ବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ ବାଧା ବିଘ୍ନର ସାମ୍ନା କରିବାକୁ ପଡିଥାଏ । ଆଉ ଏହି ବାଧା ବିଘ୍ନକୁ ଗୋଡ଼ରେ ଆଡେଇ ୟୁପିଏସିରେ କୃତକାର୍ଯ୍ୟ ହୋଇଛନ୍ତି ଅନେକ ପରିଶ୍ରମୀ ଛାତ୍ରଛାତ୍ରୀ । କିଏ ଚାକିରି ଛାଡି ପାଠ ପଢିଛି ତ ଆଉ କିଏ ସାଙ୍ଗସାଥୀଙ୍କ ମେଳକୁ ତ୍ୟାଗ କରିଛି । କିଏ ନିଜ ଅଭିଭାବଙ୍କ ସ୍ବପ୍ନକୁ ପୂରଣ ପାଇଁ ଭୋକ ଉପାସରେ ରହି ପାଠ ପଢିଛି  ତ ଆଉ କିଏ ନିଜକୁ ସମାଜ ଆଗରେ ପ୍ରମାଣିତ କରିବା ଲାଗି ରାତି ରାତି ଅନିଦ୍ରା ହୋଇଛି ।

ଦୃଢ ମନୋବଳ,ଆତ୍ମବିଶ୍ବାସ,ନିଷ୍ଠା, ସଂକଳ୍ପର ପ୍ରତିଫଳନ ଅନେକ ସମୟରେ ସଫଳତାରେ ଝଲସି ଉଠିଛି । ନିଜ ଆବଶ୍ୟକତା, ପ୍ରେରଣାକୁ ନେଇ ଦୃଢମନା ହୋଇ ଲକ୍ଷ୍ୟପଥରେ ଆଗେଇ ଅନେକ ଆଶାୟୀ ପାଇଛନ୍ତି ସଫଳତା । କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସିରେ ଗୋଟିଏ ଥରରେ କୃତକାର୍ଯ୍ୟ ହୋଇଥିବା ସେହିଭଳି ଜଣେ ଛାତ୍ରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ସମ୍ପର୍କରେ ଆସନ୍ତୁ ଜାଣିବା..

ଆମେ ଯେଉଁ ଛାତ୍ରଙ୍କ କଥା କହୁଛୁ ସେ ଅସମ୍ଭବକୁ ସମ୍ଭବକରି ଦେଖାଇଛନ୍ତିି । ସେ ମାତ୍ର ୨୧ବର୍ଷ ବୟସରେ ନିଜ ଲକ୍ଷ୍ୟସ୍ଥଳ ଅର୍ଥାତ୍ ୟୁପିଏସିରେ କୃତକାର୍ଯ୍ୟ ହୋଇଛନ୍ତି । ଆମେ କହୁଛୁ ବିହାରର ସତ୍ୟମ ଗାନ୍ଧୀଙ୍କ କଥା । ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ବାପାଙ୍କ ଦ୍ୱାରା କରାଯାଇଥିବା ଋଣ ବାଧକ ସାଜିଥିଲା । ଏହି ଆର୍ଥୀକ ସଙ୍କଟ ସତ୍ୱେ ସେ ସ୍ନାତକୋତ୍ତର ଶେଷ ବର୍ଷରେ  ୟୁପିଏସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ, ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ତାଙ୍କୁ ଅନେକ ଅଙ୍କାବଙ୍କା ରାସ୍ତା ଅତିକ୍ରମ କରିବାକୁ ପଡିଥିଲା ।

ଅଧିକ ପଢନ୍ତୁ: ବିବାହର ତିନି ଘଣ୍ଟା ପରେ ବାହା ପୋଷାକରେ ପରୀକ୍ଷା ଦେଲେ ନବବଧୂ

ସତ୍ୟମ CSE ପ୍ରିଲିମ୍ସ-୨୦୨୦ ପାଇଁ ୨୦୧୯ ମସିହା ଏପ୍ରିଲ ମାସରେ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ଏଥିପାଇଁ କାରୋଲ ବାଗର ଏକ ଲୋକପ୍ରିୟ କୋଚିଂ ଏକାଡେମୀରେ ନାମ ଲେଖାଇଥିଲେ । କିନ୍ତୁ, ଯାତାୟତରେ ଅଧିକ ସମୟ ନଷ୍ଟ ହେଉଥିବାରୁ ସେ ଏକାଡେମୀ ଛାଡିଦେଇଥିଲେ । ପରେ କୋଚିଂ ସେଣ୍ଟରର ଦୂରତା କମେଇବା ପାଇଁ ରେଗାର ପୁରାରେ ଏକ ଛୋଟିଆ ରୁମକୁ ଭଡା ସୂତ୍ରରେ ନେଇଥିଲେ ।

ଆର୍ଥୀକ ସଙ୍କଟ ପାଇଁ ତାଙ୍କୁ ସେଠାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । କଲେଜ ସହ ପ୍ରସ୍ତୁତି କରିବା ପାଇଁ କଷ୍ଟସାଧ୍ୟ ହେବାରୁ ସେ କେବଳ ପରୀକ୍ଷା ସମୟରେ କଲେଜ ଯିବା ପାଇଁ ସ୍ଥିର କରିଥିଲେ । ସମୟର ସଠିକ ପରିଚାଳନା ତାଙ୍କ ସଫଳତାର ମୁଖ୍ୟ କାରଣ ପାଲଟିଥିଲା । ସେ ପ୍ରତିଦିନ ଅପଚୟ ହେଉଥିବା ସମୟକୁ ଏକ ଖାତାରେ ଲେଖି ରଖୁଥିଲେ । ଯାହା ଫଳରେ ତାଙ୍କ ଅଧ୍ୟୟନର ସମୟ ଧୀରେ ଧୀରେ ବୃଦ୍ଧି ପାଇଥିଲା । ଏମିତିକି କଲେଜକୁ  ଯିବା ସମୟରେ ମେଟ୍ରୋରେ ପାଠ ପଢୁଥିଲେ ସତ୍ୟମ୍ ।

ସତ୍ୟମ୍ କୋଚିଂ କ୍ଳାସରେ ପ୍ରଥମ ଧାଡିରେ ବସିବା ପାଇଁ କ୍ଳାସରେ ସବୁବେଳେ ଶୀଘ୍ର ପହଞ୍ଚୁଥିଲେ । ସେଠାରେ ନିଜ ସହପାଠୀଙ୍କ ଭଳି କଥାବାର୍ତ୍ତାରେ ସମୟ ନଷ୍ଟ ନକରି  ନୋଟ୍ସ ଅଧ୍ୟୟନ କରୁଥିଲେ । ଏମିତିକି ସେ ନିଜର ସମସ୍ତ ସୋସିଆଲ ମିଡ଼ିଆ ଆକାଉଣ୍ଟ ଡିଲିଟ କରିବା ସହ ତାଙ୍କର ଅଧିକାଂଶ ସାଙ୍ଗଙ୍କଠାରୁ ନିଜକୁ ଦୂରେଇ ରଖିଥିଲେ ।

ସତ୍ୟମ୍ କୋଚିଂ ଏବଂ ସ୍ଵ-ଅଧ୍ୟୟନକୁ ପୃଥକୀକରଣ କରିବା ସହ କୋଚିଂରେ ପଢ଼ାହେବାକୁ ପାଠକୁ ଗୋଟିଏ ଦିନ ପୂର୍ବରୁ ନିଜେ ପଢିନେଉଥିଲେ । ଅପରପକ୍ଷେ ସତ୍ୟମ କହିଛନ୍ତି ଏକାଡେମୀର ସବୁ କ୍ଳାସ ଜଣେ ପରୀକ୍ଷାର୍ଥୀ ପାଇଁ ଆବଶ୍ୟକ ହୋଇନଥାଏ । ସେଥିପାଇଁ ସେ ଗୋଟିଏ କ୍ଳାସ ପାଇଁ ୫୦୦ଟଙ୍କା ଦେବାକୁ ପଡୁଥିଲେ ମଧ୍ୟ କେବଳ ଆବଶ୍ୟକ କ୍ଳାସ ଗୁଡିକୁ ଯାଇ ସ୍ଵ-ଅଧ୍ୟୟନକୁ ଗୁରୁତ୍ୱ ଦେଇଥିଲେ । ଫଳରେ ନିଜର ସଠିକ୍ ପ୍ଲାନ୍ ପାଇଁ ସଫଳତା ପାଇଥିଲେ । ସତ୍ୟମ  CSE 2020ରେ ଉତ୍ତୀର୍ଣ୍ଣ ହୋଇଥିଲେ  । ତାଙ୍କର ସର୍ବଭାରତୀୟ ରାଙ୍କ୍ ୧୦ ରହିଥିଲା। ସେ ଖୁବ୍ କମ୍ ବୟସରେ ସଫଳତା ପାଇବା ସହ ଲକ୍ଷ ଲକ୍ଷ ଆଶାୟୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଅଧିକ ପଢନ୍ତୁ: ୨୦୦ ଭୋକିଲାଙ୍କ ମୁହଁରେ ପ୍ରତିଦିନ ଆହାର ଦେଉଛି ଏହି ‘ରୁଟି ବ୍ୟାଙ୍କ’

OTV is now on Whatsapp

Join and get latest news update delivered to you via whatsapp

Join Now