୭୦ ହଜାର ଟଙ୍କା ଦେଲେ ମିଳୁଥିଲା ଡାକ୍ତରୀ ସାର୍ଟିଫିକେଟ୍ । ଗୁଜରାଟର ସୁରଟରୁ ଅପରେଟ କରୁଥିଲା ଏହି ଗ୍ୟାଙ୍ଗ୍ । ପ୍ରାୟ ୧୨୦୦ ନକଲି ସାର୍ଟିଫିକେଟ୍ ଇସ୍ୟୁ ହୋଇଥିବା ଏକ ଡାଟାବେସ୍ ପୋଲିସ୍ ହାତରେ ଲାଗିଛି ।
ପୁଷ୍ପା ନାଁରେ ରୁଜୁ ହୋଇଛି ମାମଲା। ରିଲ୍ ନୁହେଁ ରିୟଲ୍ ରେ ପୁଷ୍ପରାଜ୍ ଅର୍ଥାତ ଅଲ୍ଲୁ ଅର୍ଜୁନଙ୍କ ନାଁରେ ରୁଜୁ ହୋଇଛି କେସ୍। ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି ବୋଲି ମଧ୍ୟ ପ୍ରଶ୍ନ ହେଉଛି।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି।
ପୁଅ ଦେଲାନି ଟଙ୍କା, ବାପା ପାଲଟିଲା ଜହ୍ଲାଦ। ପୁଅ-ବୋହୂଙ୍କୁ ପୋଡ଼ି ମାରିଦେଲା। ପୂର୍ବରୁ ବୋହୂ ସସ୍ମିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ପୁଅ।
ଆଧୁନିକ ଯୁଗରେ ମଧ୍ୟଯୁଗୀୟ ବର୍ବରତା। ବଲାଙ୍ଗିର ସଦରଥାନା ବାନିପାଲି ଗାଁରେ ଗୋ-ହତ୍ୟା ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କ ପ୍ରତି ବର୍ବର ଆଚରଣର ଭିଡିଓ ଭାଇରାଲ୍ ପରେ ସବୁଠି ଉଦବେଗ।
ଏହି ଘଟଣା ମୁମ୍ବାଇର ଜୋନ୍- ୫ରେ ଘଟିଥିଲା । ସନ୍ଦିଗ୍ଧ ବ୍ୟକ୍ତି ଲରେନ୍ସ ବିଷ୍ଣୋଇ ନାମ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ପଚରାଉଚରା କରୁଛି ।
ବେଙ୍ଗାଲୁରରେ ଲଗାତାର ଦୁଗ୍ଧ ଦର ବୃଦ୍ଧି ପାଉଥିବା ବେଳେ ଏବେ ଦୁଗ୍ଧ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରମାନେ ଲୋକଙ୍କ ଗେଟ୍ରେ ଟଙ୍ଗାଯାଇଥିବା କ୍ଷୀର ଓ ଦୁଗ୍ଧ କ୍ରେଟକୁ ଟାର୍ଗେଟ କରୁଛନ୍ତି। ସିସିଟିଭି ଫୁଟେଜରେ ଏହି ଭିଡିଓ ରେକର୍ଡ ହୋଇଛି।
ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ ! ଢେଙ୍କାନାଳ ଅଉଖମା ଗାଁର ଘଟଣାକୁ ନେଇ ଉଦବେଗ ।
ଆଜି ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ବାବର ଖାଲସା ଇଣ୍ଟରନ୍ୟାସନାଲ (BKI)ର ପୂର୍ବତନ ଆତଙ୍କବାଦୀ ନାରାୟଣ ସିଂ ଚୌରା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ କରିଥିଲା। ନାରାୟଣ ସିଂ ଚୌରାକୁ ଉପସ୍ଥିତ ଥିବା ଲୋକଙ୍କୁ ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ।
ପୂଜକ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ମିଳୁନାହାନ୍ତି ଓକିଲ । ମାସକ ପରେ ହେବ ପରବର୍ତ୍ତୀ ଶୁଣାଣି । ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବିରେ କରିଥିଲେ ବିକ୍ଷୋଭ ।
ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଠାବ କଲା ପୋଲିସ । ଗତକାଲି ବିଳମ୍ବିତ ରାତିରେ ବୈଦେଶ୍ୱର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଚାଲୁଥିବାବେଳେ ପୋଲିସ ଚଢାଉ କରିଥିଲା ।
ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀରୁ ୪୦ହଜାର ଟଙ୍କା ଚୋରି ନେଇ ଜଣେ ସିନିୟର ଅଭିଯୋଗ ଆଣିଥିଲେ। ଛାତ୍ର ଜଣକ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ତା ପର ଦିନ ସେ ଅଭ୍ୟାସ ପାଇଁ ଯିବା ପରେ ନିଜକୁ ଗୁଳି କରିଦେଇଥିଲେ।
ଆପଣଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେମାନେ ନେଇଯାଆନ୍ତି ଅନ୍ୟଏକ ଦେଶକୁ, ଯେଉଁଠିକୁ ଆପଣ କେବେ ଯାଇନଥିବେ। ଆଖିରୁ ଅନ୍ଧପୁଟୁଳି ଖୋଲିଲା ବେଳକୁ ଆପଣଙ୍କ ଠିକଣା ବଦଳି ସାରିଥିବ। ପଦାକୁ ବାହାରିଲେ ଆରେଷ୍ଟ ହେବେ। ତା ପରେ ଆପଣ ପାଲଟି ଗଲେ ସ୍ଲେଭ୍ ଚା ଦାସ। ଆଉ ତା ପରେ କଣ ହୁଏ ଶୁଣନ୍ତୁ ସାଇବର ଏକ୍ସପର୍ଟଙ୍କଠାରୁ।
ଗଞ୍ଜାମ ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ବନ୍ଧା ହେଲେ କଳାକାର। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ୍ ।
ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର ରାଗିଂ କରୁଥିବା ଅଭିଯୋଗ । ସିନିୟରମାନେ ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି ।
ପୁଅ ଟଙ୍କା ଦେଲାନି ବୋଲି ବୋହୂକୁ ତ ବାପ ଜାଳି ମାରିଦେଲା, ପୁଅକୁ ବି ଠେଲିଦେଲା ନିଆଁର ଆଁକୁ । କଟକ ଗୋଡ଼ିସାହି ଅଂଚଳରେ ନିଜ ପୁଅ-ବୋହୂକୁ ବାପାର ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣାରେ ଚାଲିଗଲା ବୋହୂ ସସ୍ମିତାଙ୍କ ଜୀବନ । ପୁଅ ମୃତ୍ୟୁ ସହ ଲଢ଼େଇ କରୁଛି ହସପିଟାଲ୍ ବେଡରେ ।
ଜଣେ ବାପା । ହେଲେ ପରିଣତ ବୟସରେ ବାପାଟିଏ ଯେ ବନିଯିବ ପିଶାଚ କେହି କେବେ କଳନା କରିନଥିବେ । ଏମିତି ଏକ ବାପା ଯିଏ ନିଜ ଔରସର ସନ୍ତାନକୁ ଜାଳିଦେଇଛି ।
ବର୍ବର...ବିଭତ୍ସ...ମଞ୍ଚ ଉପରେ କଳା ନାଁରେ କଳଙ୍କ ବୋଳି ଦେଲେ କଳାକାର। ଜୀବନ୍ତ ଅଭିନୟର ନିଶା ଏମିତି ଚଢ଼ିଛି ଯେ ମଣିଷତ୍ବର ସବୁ ସୀମା ଯେମିତି ଟପିଯାଇଛନ୍ତି କଳାକାର।
ଦୀନବନ୍ଧୁଙ୍କ ଉପରକୁ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ ବାପା । ପୁଅ ଦୌଡ଼ି ବାହାରକୁ ଆସିବା ବେଳେ ବୋହୂ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।
ନୂଆ ପ୍ରେମିକକୁ ପ୍ରେମର ପ୍ରମାଣ ଦେବା ପାଇଁ ରାକ୍ଷସୀ ପାଲଟିଗଲା ପ୍ରେମିକା । ପୁରୁଣା ପ୍ରେମିକର ଛାତିରେ କଣ୍ଟା ଭୁସିବା ସହ ଏସିଡ୍ ଫିଙ୍ଗିଲା । ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା। ପରେ ଏହା ପ୍ରେମ ସଂପର୍କରେ ପରିଣତ ହେଲା। ପ୍ରାୟ ଦେଢ ବର୍ଷ ପରେ ଦୁହେଁ ବ୍ରେକଅପ୍ କରିଦେଲେ। ନୂଆ ପ୍ରେମିକ ମିଳିବା ପରେ ଏମିତି କାଣ୍ଡ କରି ବନ୍ଧା ହେଲା ପ୍ରେମିକା ।
ଜଣେ ଜନୈକ ବ୍ୟକ୍ତି ଲଲଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ଲଲଙ୍କ ନାଁରେ ମୋଟ୍ ୫ଟି ମାମଲା ଅଛି । ତତ୍ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମିଳିଛି ।
ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱରକୁ ଧମକ ଦେଇଥିଲା ପନ୍ନୁ । ଭୁବନେଶ୍ୱରରେ ତିନି ଦିନିଆ ସମ୍ମିଳନୀ ଡିଜି ସମ୍ମିଳନୀ ଚାଲିଥିବା ବେଳେ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିଲା ।
ଏସ୍.ଏନ୍ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ ଅଭିଯୋଗ ପାଇଁ ଆଇଟି ରେଡ୍ ହୋଇଛି ।
ଅଧାରେ ରହିଗଲା ବଡ଼ ପାଇଲଟ୍ ହେବାର ସ୍ବପ୍ନ। ଯିଏ ଥିଲା ଜୀବନଠୁ ଅଧିକ ସେ ଦେଲା ପ୍ରତ୍ୟେକ ମୁହୂର୍ତ୍ତରେ କଷ୍ଟ। ଶେଷରେ ମନର ମଣିଷର ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଲେ ଏୟାର ଇଣ୍ଡିଆର ୨୫ ବର୍ଷୀୟ ପାଇଲଟ ।
ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସାରା ଦେଶର ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀ ସାମିଲ ହେବେ । ତେବେ ୟା ପୂର୍ବରୁ ପନ୍ନୁ ଧମକ ଦେବା ସବୁଠି ହଇଚଇ ସୃଷ୍ଟି କରିଛି ।