ଅନ୍ୟପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣା ଘଟିଥିବା ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିବା ପରେ ବିଜେପି ସରକାରକୁ ଆକ୍ଷେପ କରିଛି ବିଜେଡି।
ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଚାଲିଛି କ'ଣ ? କାହିଁକି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବାରମ୍ବାର ପଶୁଛନ୍ତି ଚୋର ? ୨ ଦିନ ବିତି ଯାଇଥିଲେ ବି କାହିଁକି ଧରାପଡ଼ିନି ଚୋର ? କାହିଁକି ପୋଲିସ ଏହାର ପର୍ଦ୍ଦାଫାସ୍ କରିପାରୁନି?
ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍। ପୋଲିସ୍ ଡ୍ରୋନ୍ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା।
ରଞ୍ଜନଙ୍କ ଘରୁ ୫୦ ଲକ୍ଷ ନୁହେଁ, ଏହାଠାରୁ ବହୁ ଅଧିକ ମୂଲ୍ୟର ଗହଣାଗାଣ୍ଠି ଲୁଟ୍ ହୋଇଛି। ତେବେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଘରେ ପଶି ଚୋର କଳାକନା ବୁଲାଇବା ଘଟଣା ସମସ୍ତଙ୍କୁ ଚକିତ କରୁଥିବାବେଳେ ପୋଲିସ କାହିଁକି ଏହାର ପର୍ଦ୍ଦାଫାସ୍ କରିପାରୁନି?
ଏଆଇ ତଥ୍ୟ ଆଧାରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି କପ୍ତିପଦା ଥାନା ନଛିପୁର ଗାଁରେ ଚଢ଼ଉ କରିଥିଲା। ଆଉ ଶିକାର ଅଭିଯୋଗରେ ରାଜକିଶୋର ନାଏକ ଓ କାଳିଚରଣ ଦେହୁରୀଙ୍କୁ ଗିରଫ କରିଥିଲା।
ସୋସିଆଲ୍ ମିଡିଆରେ ଧର୍ମକୁ ନିନ୍ଦା କରିବା ଓ ଈଶ୍ୱରଙ୍କୁ ନିନ୍ଦା କରିବା ଭଳି ବିଷୟବସ୍ତୁ ସେୟାର କରିବା ମାମଲାରେ ଶୁକ୍ରବାର ଚାରି ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଅଭିଯୋଗ ପରେ ମୋବାଇଲରୁ ମିଳିଥିବା ତଥ୍ୟକୁ ଫରେନସିକ୍ ଲ୍ୟାବରେ ଯାଞ୍ଚ କରାଯିବା ପରେ ଦୋଷୀଙ୍କ ବିରୁଦ୍ଧରେ ଏହି ରାୟ ଦିଆଯାଇଛି।
ଚୋରଙ୍କ ଟାର୍ଗେଟରେ ପୁଣି ଥରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘର। ଗତ ୨୬ ତାରିଖ ରାତିରେ ତାଙ୍କ ନୟାପଲ୍ଲୀ ଘରୁ ବଡ଼ ଧରଣର ଲୁଟ୍ ପରେ ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ଚୋରି ଉଦ୍ୟମ ଚାଲିଥିବା ବେଳେ ଧରାପଡ଼ିଛି ଚୋର।
ଭୁବନେଶ୍ୱରରେ ଚର୍ଚ୍ଚା, କାହିଁକି ପୁତୁଲ୍ ବାବୁଙ୍କ ଘରେ ପଶୁଛନ୍ତି ଚୋର ? ନୟାପ୍ଲଲୀ ଅଞ୍ଚଳରେ ଏହି ଚର୍ଚ୍ଚା ଜୋର୍ । ଚୋର ତାଙ୍କ ଘରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଘଟଣାରେ ପୋଲିସ୍ କାହାରିକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତାଙ୍କର ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ହୋଇଛି ଚୋରି ଉଦ୍ୟମ ।
ଗତକାଲି କୌଣସି କଥାକୁ ନେଇ ଭଡ଼ାଟିଆ ଓ ଘର ମାଲିକ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା।
ଫାଇନାନ୍ସ ଲୋନ୍ ନା ଗଞ୍ଜେଇ କାରବାର ଲିଙ୍କ୍ ? ସାପ ଦେଖାଇ ଡରାଉଥିଲେ, ବନ୍ଧୁକ ମୁନରେ ଧମକାଉଥିଲେ । ମୁଣ୍ଡ ଜାମିନ ରଖି ଦାବି କରିଥିଲେ ଦୁଇ କୋଟି ଟଙ୍କା । ୪ ଦିନ ନିକାଞ୍ଚ ସ୍ଥାନରେ ରଖି ଦେଇଥିଲେ ନିର୍ଯାତନା । ସେମାନଙ୍କୁ ଉଦ୍ଧାର ପରେ ଗଞ୍ଜାମ ଚିକିଟି ଅପହରଣ ମାମଲାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଟଙ୍କା ନଦେଲେ ନାଗ ସାପ କାମୁଡାଇ ମାରି ଦେବାକୁ ଭୟଭୀତ ବି କରୁଥିଲେ ଅପହରଣକାରୀ।
ଶନିବାର ରାତିରେ ନିରଞ୍ଜନଙ୍କ ପୁଅ ଓ ବୋହୂ ସାତପଡ଼ା ଯାଇଥିଲେ। ଏହା ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶି ନଗଦ ଟଙ୍କା ସହ ୫୦ ଲକ୍ଷର ସୁନା ଗହଣା ଲୁଟି ନେଇଛି ଲୁଟେରା ଦୁର୍ବୃତ୍ତ।
ତେବେ ଏଠି ପ୍ରଶ୍ନବାଚୀ ଉଠୁଛି, କାହିଁକି ଅପହୃତଙ୍କୁ ଦୁଇ କୋଟି ଟଙ୍କା ମାଗୁଥିଲେ ଅଭିଯୁକ୍ତ? ସେମାନଙ୍କ ସହ ନୂତନ ପାତ୍ରଙ୍କ ସମ୍ପର୍କ କଣ? ଅପହୃତ ଓ ଅପହରଣକାରୀଙ୍କ ଭିତରେ ପୂର୍ବରୁ କିଛି ଟଙ୍କା ନେଣଦେଣ ହୋଇଥିଲା କି?
ଏହା କି ପ୍ରକାରର ରାଜନୀତି । କ୍ଷମତା ପାଇଁ ହିଂସାକୁ ଆପଣାଉଛନ୍ତି ରାଜନେତା । ଦେଶ ରବିବାର ଦିନ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଉତ୍ତରାଖଣ୍ଡର ଖାନପୁରରେ ଯାହା ଘଟିଗଲା, ତାହା ସଚେତନ ନାଗରିକଙ୍କ ମୁଣ୍ଡ ତଳକୁ କରିଦେଇଛି । ରାଜନୀତି ଯଦି ଏଇ ସ୍ତରକୁ ଯାଏ... ।
ନକ୍ସଲମାନେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡ଼ି ଯାଇଥିଲେ। ଏଥିରେ ଉଲ୍ଲେଖ ଥିଲା ଯେ, ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ।
ମୋତେ ବଞ୍ଚାଅ, ମୋତେ ବଞ୍ଚାଅ, ନହେଲେ ସେମାନେ ମୋତେ ମାରିଦେବେ...। ମୋତେ ଦୟାକରି ପୁଲିସ ଜିମାରେ ଦେଇଦିଅ...। ଏପରି କହି ଅପହୃତ ଯୁବକଟି ଅଚେତ ହୋଇଯାଇଥିଲା। ପରେ ଯୁବକଙ୍କୁ ପାଣି ଛାଟିବା ପରେ ଯୁବକଙ୍କ ଚେତା ଫେରିଥିଲା।
ସମ୍ବଲପୁରରେ ବହୁ ଚର୍ଚ୍ଚିତ ମଣପୁରମ୍ ଅଫିସ୍ ସୁନା ଓ ଟଙ୍କା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ ବି ନିଜର ଗ୍ୟାଙ୍ଗ ଦ୍ୱାରା କରାଉଥିଲା ଡକାୟତୀ। ତାକୁ ରିମାଣ୍ଡରେ ଆଣିବା ପାଇଁ ସମ୍ବଲପୁର ପୋଲିସର ଗୋଟିଏ ଟିମ ବିହାର ଯାଇଛି।
ମୁମ୍ବାଇ ପୋଲିସର ଏକ ଟିମ୍ ଅଭିଯୁକ୍ତ ସରିଫୁଲର ବାଂଲାଦେଶ ଲିଙ୍କ୍ ବିଷୟରେ ତନାଘନା ନେଇ କୋଲକାତାରେ ଡେରା ପକାଇଛି। ଜଣେ ଏଜେଣ୍ଟଙ୍କ ଜରିଆରେ ଜାଲ୍ ଭାରତୀୟ କାଗଜପତ୍ର ପ୍ରସ୍ତୁତ କରି ସେ କୋଲକାତାରୁ ମୁମ୍ବାଇ ଆସିଥିବା ଜେରା ବେଳେ କହିଛି ସରିଫୁଲ ।
ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା ।
ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା ।
କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଛି । ପୁଅ ବୋହୂ ରହୁଥିବା ଉପର ମହଲାରୁ ଚୋରି ହୋଇଥିବା ନିରଞ୍ଜନ କହିଛନ୍ତି । ଚୋରମାନେ ନଗଦ ଟଙ୍କା ସହ ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ୍ ହୋଇଛି।
ବିଶ୍ୱାସରେ ବିଷ ଦେଇ ଲୁଟିନେଲେ ଅଳଙ୍କାର । ଆଖି ଆଗରେ ଚଳୁ କରିଦେଲେ ୫ ଲକ୍ଷର ଟଙ୍କାର ଅଳଙ୍କାର । ହଳଦି ପାଣିରେ ସୁନା ପକାଇ ସମସ୍ତଙ୍କ ସାମ୍ନାରେ ଛୁ’ ମାରିଲେ ଦୁର୍ବୃତ୍ତ ।
ବ୍ରହ୍ମପୁରରେ ପୁଣି ପତିଆରା ଜାହିର କଲେଣି ପୁରୁଣା କ୍ରିମନାଲ୍ । ବ୍ୟବସାୟୀଙ୍କୁ ବଟି ମାଗିବା ହେଉ ବା ମାଉଜର ଧରି ଗାଁ ଦାଣ୍ଡରେ ଗୁଳି ଫୁଟାଇବା । ଏମିତିକି ବୋମାରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ।
ବିଭିନ୍ନ କ୍ରାଇମ୍ ଘଟାଉଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ ପଠାଉଛି। ହେଲେ ପରବର୍ତ୍ତୀ ସମୟରେ ଅପରାଧୀମାନେ ଜେଲ୍ରୁ ଫେରି ଅପରାଧୀକ କାର୍ଯ୍ୟରେ ସାମିଲ୍ ହେଉଛନ୍ତି।
ପୁଣି ଖୋଲିବ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଫାଇଲ୍। ମାମଲାର ପୁନଃ ବିଚାର ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ। ଏହା ସହ ତଦନ୍ତ ସଂପର୍କରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।
ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ.... ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍।