Advertisment

Youth Hacks Uncle and Aunty: କାକା ଓ ଖୁଡ଼ିଙ୍କ ରକ୍ତରେ ହୋଲି ଖେଳିଲା ପୁତୁରା !

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ହେବ। ବୁଡୁ ଓ ତାଙ୍କ ପତ୍ନୀ ସଜନା ଗାଁ ଦାଣ୍ଡରେ ଚାଲିଚାଲି ଯାଉଥିଲେ। ଠିକ୍‌ ସେତିକି ବେଳେ ବସନ୍ତ ଏକ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ହୋଇ ବୁଡୁ ଓ ସଜନା ଗାଁ ଦାଣ୍ଡରେ ଦୌଡ଼ୁଥିଲେ ।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ରକ୍ତର ସମ୍ପର୍କ ଭୁଲିଗଲା ପୁତୁରା। କାକା ଓ ଖୁଡ଼ିଙ୍କ ରକ୍ତରେ ହୋଲି ଖେଳିଲା ପୁତୁରା! ଅତି ବୀଭତ୍ସ ଭାବେ ଖୁଡ଼ି ଓ କକାଙ୍କୁ ହତ୍ୟାକଲା। ଆଜି ପୂର୍ବାହ୍ନରେ ଏପରି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା କାର୍ଲି ଗାଁରେ ଘଟିଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

Advertisment

ଗୋଲାମୁଣ୍ଡା ଥାନା କାର୍ଲି ଗାଁର ବୁଡ଼ୁ ବାଗଙ୍କ ପୁତୁରା(ବଡ଼ଭାଇଙ୍କ ପୁଅ) ହେଉଛନ୍ତି ବସନ୍ତ। ସେ ବିବାହିତ ଓ ୩ ପିଲାଙ୍କ ବାପା। କାକା ଓ ପୁତୁରା ଅଲଗା ଅଲଗା ରୁହନ୍ତି। ତଥାପି କାକା ଓ ପୁତୁରାଙ୍କ ଭିତରେ ସମ୍ପର୍କ ଭଲ ନଥିଲା। କାକା ବୁଡୁ ବାଗ ଓ ଖୁଡି ସଜନା ବାଗ ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ବସନ୍ତଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ବସନ୍ତ ନିଜ ସମାଜର ଲୋକ ଓ ଥାନାରେ ଅଭିଯୋଗ କରିଥିଲ। ହେଲେ ସବୁଆଡୁ ନିରାଶ ହୋଇଥିଲା। ତାଙ୍କ କଥା କେହି ଶୁଣିନଥିଲେ। ଏକ ପ୍ରକାର ସିଏ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ।

ଅଧିକ ପଢ଼ନ୍ତୁ: ରାଜନୀତି ପାଇଁ ସୁରଙ୍କ ଘର ୨ ଫାଳ; ବଡ଼ ଭାଇକୁ ଫ୍ରଡ୍ କହିଲେ ମନ୍ମଥ

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ହେବ। ବୁଡୁ ଓ ତାଙ୍କ ପତ୍ନୀ ସଜନା ଗାଁ ଦାଣ୍ଡରେ ଚାଲିଚାଲି ଯାଉଥିଲେ। ଠିକ୍‌ ସେତିକି ବେଳେ ବସନ୍ତ ଏକ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ହୋଇ ବୁଡୁ ଓ ସଜନା ଗାଁ ଦାଣ୍ଡରେ ଦୌଡ଼ୁଥିଲେ। ଆଉ ସେମାନଙ୍କ ପଛେ ପଛେ ରକ୍ତ ମୁଖା ହୋଇ ଟାଙ୍କିଆ ଧରି ଦୌଡ଼ୁଥିଲା ବସନ୍ତ। ଶେଷରେ ତାଙ୍କୁ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଥିଲା ।

Advertisment

ଅଧିକ ପଢ଼ନ୍ତୁ: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ

ଏ ନେଇ ଅଭିଯୋଗ ହେବା ପରେ ଗାଁରେ ପହଞ୍ଚିଛି ପୋଲିସ୍‌। ଆକ୍ରମଣ କରିଥିବା ଅଭିଯୁକ୍ତ ବସନ୍ତକୁ ହେପାଜତକୁ ନେବା ସହିତ ମାରଣାସ୍ତ୍ରକୁ ଜବତ କରିଛି। ପୂର୍ବ ଶତ୍ରୁତା ଓ ପାରିବାରିକ ଗଣ୍ଡଗୋଳ ଯୋଗୁ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ ସନ୍ଦେହ କରୁଛି। ତଥାପି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ତେବେ ଏନେଇ ପୋଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Kalahandi Crimes In Odisha Murder
Advertisment
Advertisment