ଝାଡ଼ଖଣ୍ଡରେ ସଙ୍କଟରେ ଓଡ଼ିଆ ଅସ୍ମିତା । ଏଠାରେ ଓଡ଼ିଆ ଭାଷା ଓ ଓଡ଼ିଆ ଲୋକେ ଉପେକ୍ଷିତ ।
ନବୀନଙ୍କୁ କଡ଼ା ଜବାବ ଦେଲା ବିଜେପି । ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ରାଜ୍ୟ ବିଜେପି । ନବୀନଙ୍କ ବକ୍ତବ୍ୟରୁ ସେ ନିଜେ ଓଡ଼ିଶାରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଲା ବିଜେପି ।
ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ।
ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ।
ଭୁବନେଶ୍ୱର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ପହଁଚିଲା ଭଦ୍ରକ କଳି ।
ସ୍ୱପ୍ନ ଏତେ ଲମ୍ବା ଥିଲା ଯେ... ୨୪ ବର୍ଷର ରାତି ଜମା ପାହିଲାନି... କି ବିଜୁ ବାବୁଙ୍କ ସ୍ୱପ୍ନ ସରିଲାନି । ଆଉ ଏ ଯାଜପୁର ବିକଶ ଏତେ ହେଲା ଯେ... ବର୍ଷ ବର୍ଷ ଗଡ଼ିଗଲା ସିନା ହେଲେ କାମ ସରିଲାନି । ଦେଖନ୍ତୁ ଏ ସବୁ ଚିତ୍ର ଯାଜପୁର ବିକାଶର... ଆଉ ଶୁଣନ୍ତୁ କ’ଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ।
ଯାଜପୁରରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା । ବିକାଶ, ନଗଡ଼ା, ଆଖିବୁଜା ଦୁର୍ନୀତି ଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନାଁ ନନେଇ ବିକାଶ ନାଁରେ ୩ ପରିବାରକୁ ନିଶାନା କରିବା ସହ ସ୍ମିତାରାଣୀ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି ।
ବିଜୁ ବାବୁଙ୍କ ସ୍ୱପ୍ନ ପୂରା କରୁ କରୁ ବିଜେଡିର ୨୪ ବର୍ଷ ସରିଗଲା । ଯାଜପୁର ଜିଲ୍ଲା ବଡ଼ଚଣାରେ ଦଳୀୟ ସଭାମଂଚରୁ ଆଜି ଏମିତି ମନ୍ତବ୍ୟ ଦେଇ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ତାମିଲନାଡୁରେ ଏହା ଦ୍ୱିତୀୟ ଥର ହେବାକୁ ଯାଉଛି, ଯେତେବେଳେ ପିତା ମୁଖ୍ୟମନ୍ତ୍ରୀ ଏବଂ ପୁଅ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ ।
ନାଁ ନନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ । ବିଜେଡିକୁ ଟାର୍ଗେଟ କରି କହିଛନ୍ତି ଯେ ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି ।
ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।
ସମ୍ବଲପୁର ଜିଲ୍ଲା ଗସ୍ତରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା । ଅଁଳାପାଲିରେ ବୈଜୟନ୍ତଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।
ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା । ହାରିଯିବା ପରେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ ।
ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ବିଜେପି ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ ।
ଯେଉଁମାନେ ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସମୟ ସମୟରେ ଯାଇ ଜିଲ୍ଲା ସ୍ତରରେ ନୂଆ ନୂଆ ପ୍ରାର୍ଥୀ ସୃଷ୍ଟି କଲେ । ସେଥିପାଇଁ ଆମର ଫଳାଫଳ ଖରାପ ହେଲା ବୋଲି କହିଛନ୍ତି ବରିଷ୍ଠ ନେତା ମଙ୍ଗଳା କିଷାନ ।
ବିଜେଡିର ପରାଜୟ ପରେ ଚାଲିଛି ମଙ୍ଗୁଆଳଙ୍କ ପକ୍ଷଛେଦନ । ଗୋଟିଗୋଟି କରି ହିସାବ ମାଗୁଛନ୍ତି ବିଜେଡି ସୁପ୍ରିମୋ ।
ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପୂର୍ବ ସରକାର ସମୟରେ ପ୍ରଶାସନିକ ସ୍ତରରେ ହେଉଥିବା ତ୍ରୁଟି ବିଚ୍ୟୁତିର ଉଦାହରଣ ଦେଇ ପ୍ରଶାସନକୁ ଲୋକାଭିମୁଖୀ ହେବାକୁ ପରାମର୍ଶ ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦଳର ଦ୍ବିତୀୟ କ୍ଷମତାକେନ୍ଦ୍ର ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ଇଙ୍ଗିତ କରି ମହୀଧର କହିଛନ୍ତି, ନିର୍ବାଚନ ପରିଚାଳନାରେ ତ୍ରୁଟି ରହିଲା।
ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରୀ ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସମାଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା କୁ ଦାୟୀ କରିଥିଲେ।
ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି ପୂର୍ବାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରାଜଭବନକୁ ଯାଇଥିଲେ ।
ମୋହନ ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା । ସେକାଳ ପଖାଳ ଆଉ ନାହିଁ । ଗର୍ବ ଛାଡ଼ି ଲୋକପ୍ରତିନିଧିଙ୍କୁ ସମ୍ମାନ କର, ନିୟମିତ ଫିଲ୍ଡ ଭିଜିଟ୍ କରି ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦିଅ ।