ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏନେଇ ଆଲୋଚନା ହେଉଥିବା ସୂଚନା ମିଳିଛି ।
ପ୍ରଥମ ପର୍ଯ୍ୟାୟରେ ଦଳ ଦିଲ୍ଲୀ ବିଧାନସଭା ଆସନ ଲାଗି ୨୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଯେଉଁଥିରେ ଦଳର ଅନୁଭବୀ ଓ ବରିଷ୍ଠ ନେତାମାନଙ୍କୁ ଅଗ୍ରାଧିକାର ଦେଇଥିଲା ।
ନୂଆଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଫେବୃୟାର ୫ତାରିଖରେ ଦିଲ୍ଲୀର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ୧୦ ଜାନୁୟାରୀରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁୟାରୀ ୧୭ ତାରିଖ ନାମାଙ୍କନର ଅନ୍ତିମ ତାରିଖ ରଖାଯାଇଛି।
ଆଜି ଅପରାହ୍ନ ୨ଟାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ ।
ଆଜି ଦିଲ୍ଲୀ ମହାନଗର ନିଗମ(MCD) ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଗତ ୧୫ ବର୍ଷ ହେବ ଦିଲ୍ଲୀ ମହାନଗର ନିଗମରେ ବିଜେପିର ଶାସନ ଚାଲିଛି।
୨୫୦ ୱାର୍ଡ, ୩ ହଜାର ୬୩୮ ପୋଲିଂ ବୁଥ୍ । ଦିଲ୍ଲୀ ମହାନଗର ନିଗମ ବା MCD ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ସଂଧ୍ୟା ସାଢ଼େ ୫ଟା ଯାଏଁ ଚାଲିଥିଲା ଭୋଟ୍ ଗ୍ରହଣ ।
ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ଅଳିଆ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହୋଇଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଜାତୀୟ ରାଜଧାନୀର ଆବର୍ଜନାର ପାହାଡକୁ ପରିଦର୍ଶନ କରିଛନ୍ତି। ବିଜେପିରୁ ନାଗରିକ ସଂସ୍ଥାର ନିୟନ୍ତ୍ରଣକୁ ମୁକାବିଲା କରିବା ପାଇଁ ଆପ୍ ଏକ ସର୍ବଦଳୀୟ ଅଭିଯାନ ଆରମ୍ଭ କରିଛି।