Advertisment

Bishal Das: ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ, ଭାଇ ସହ ନିଜେ ଫସିଗଲେ କି ଦୀପାଳି ?

କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ରାଜନୈତିକ ହଟଚମଟ । ବିତିଗଲା ୨୪ ଘଣ୍ଟା। ଚାଲିଛି ହାଇଡ୍ରାମା । ଅନାସ୍ଥା ଭୋଟ୍ ଦେବାକୁ ନା କେହି ଆସିଲେ ନା ଭୋଟ୍ ପଡ଼ିଲା ଅନାସ୍ଥା ସପକ୍ଷରେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ବିଶାଲ ଅଟକ ହାଇଡ୍ରାମା !

ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କ ନିର୍ବାଚନ ପରାଜୟ ବଦଲା ଚକ୍କରରେ ଭାଇ ବିଶାଲଙ୍କ ସହ ନିଜେ ଫସିଗଲେ କି ଦୀପାଳି ? କେବଳ ଯେ, ଦୀପାଳିଙ୍କ ଅନାସ୍ଥା ଭୋଟ୍ ଷଡ଼ଯନ୍ତ୍ର ବର୍ଷକ ପାଇଁ ପଣ୍ଡ ହେଲା ତା’ନୁହେଁ, ବରଂ ଦୀପାଳି ଓ ବିଶାଲଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସମିତି ସଭ୍ୟ ଓ ସରପଞ୍ଚଙ୍କ ନିଖୋଜ ମାମଲା ଏବଂ ଛତିଶଗଡ଼ ସରାଇପାଲିରେ ଏକ ହୋଟେଲରେ ଗଣ୍ଡଗୋଳ ଅଭିଯୋଗ ଘଟଣାରେ ବିଶାଲଙ୍କ ସମେତ କିଛି ପଞ୍ଚାୟତ ପ୍ରତିନିଧିଙ୍କୁ ଗତକାଲି ରାତିରୁ ଅଟକ କରିଥିଲା ପୋଲିସ୍ । କିନ୍ତୁ ଆଜି ସେମାନଙ୍କୁ ଛାଡ଼ି ଦେଇଛି । ସେପଟେ ପୁରା ଘଟଣାକ୍ରମକୁ ନେଇ ଗତକାଲିଠୁ ଲାଗିରହିଛି ପଲିଟିକାଲ୍ ହାଇଡ୍ରାମା।

Advertisment

କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ରାଜନୈତିକ ହଟଚମଟ । ବିତିଗଲା ୨୪ ଘଣ୍ଟା। ଚାଲିଛି ହାଇଡ୍ରାମା । ଅନାସ୍ଥା ଭୋଟ୍ ଦେବାକୁ ନା କେହି ଆସିଲେ ନା ଭୋଟ୍ ପଡ଼ିଲା ଅନାସ୍ଥା ସପକ୍ଷରେ । ଶେଷରେ ବର୍ଷକ ପାଇଁ ଠପ୍ ହୋଇଗଲା ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ଭୋଟିଂ । କେବଳ ଏତିକି ନୁହେଁ, ସମିତି ସଭ୍ୟ ଓ ସରପଞ୍ଚ ନିଖୋଜ ଏବଂ ଛତିଶଗଡ଼ ସରାଇପାଲି ସ୍ଥିତ ଏକ ହୋଟେଲରେ ଗଣ୍ଡଗୋଳ ଘଟଣାରେ BNS ଧାରା ୩୩୧ (୪) ଓ ୧୯୧ (୨)ରେ ଛତିଶଗଡ଼ ପୋଲିସ ମାମଲା ରୁଜୁ କରିବା ସହ BNS ୩୫/ବିରେ ନୋଟିସ୍‌ କରି ଛାଡ଼ିଛି ବିଶାଲ ଦାସଙ୍କ ସହ ୧୪ ଜଣଙ୍କୁ । ହୋଟେଲ୍ କର୍ତ୍ତୃପକ୍ଷଙ୍କ ଏତଲା ଅନୁଯାୟୀ, ଗତ ୯ ତାରିଖ ରାତିରେ ୯ଟି ରୁମ୍ ବୁକ୍ କରାଯାଇଥିଲା । ବିଳମ୍ବିତ ରାତିରେ ବାହାରୁ ହୋଟେଲର ସଟର୍ ଭାଙ୍ଗିବାକୁ ଉଦ୍ୟମ ଏବଂ ପାଟିତୁଣ୍ଡ କରିବାରୁ ମ୍ୟାନେଜର ପୋଲିସକୁ ଜଣାଇଥିଲେ। ଏହି ଘଟଣାରେ ପୋଲିସ ବିଶାଲଙ୍କ ସମେତ ୧୩ ଜଣଙ୍କ ନାଁରେ ଏବଂ ଅନ୍ୟପ୍ରାୟ ୧୫
ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଅଧିକ ପଢ଼ନ୍ତୁ: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

ପ୍ରଶ୍ନ ଉଠୁଛି କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ୍ ଥିବାବେଳେ କିଛି ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଧରି କାହିଁକି ଛତିଶଗଡ଼ ଯାଇଥିଲେ ବିଶାଲ ଦାସ ? ଲଇକେରା ଥାନାରେ ଅନଲାଇନରେ ହୋଇଥିବା ଏକ ଅଭିଯୋଗକୁ ନେଇ ବଢ଼ିଛି ଚର୍ଚ୍ଚା । ୩ ସମିତି ସଭ୍ୟ ଓ ଜଣେ ସରପଞ୍ଚଙ୍କ ସଂପର୍କୀୟ ଅଭିଯୋଗରେ ଦର୍ଶାଇଥିଲେ, ଜଣେ ସମିତି ସଭ୍ୟଙ୍କ ସହ ୪ ଜଣ ନିଖୋଜ ଅଛନ୍ତି । ଏହାପରେ ପୋଲିସ ୯ ତାରିଖରେ ଝାରସୁଗୁଡ଼ା ଓ ସମ୍ବଲପୁରର ବିଭିନ୍ନ ଜାଗାରେ ରେଡ୍ କରିଥିଲା । ଏମିତିକି ବିଶାଲଙ୍କ ହୋଟେଲରେ ଗତକାଲି ପହଞ୍ଚିଥିଲା ପୋଲିସ । ଏହାପରେ ଗତକାଲି ଉତ୍ତରାଞ୍ଚଳ ପୋଲିସ୍ ଆଇଜିଙ୍କୁ ଭେଟି ନିଜେ ବିଶାଲ ଦାସ ମଧ୍ୟ ସୁରକ୍ଷା ଲୋଡ଼ିଥିଲେ । ଆଇଜି ମଧ୍ୟ କହିଥିଲେ ନିଖୋଜ ମାମଲାର ଚାଲିଛି ଖୋଳତାଡ଼ । ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବାବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ। ଏପଟେ ନିଖୋଜ ମାମଲାକୁ ଧରି ଲଇକେରାରୁ ପୋଲିସ ମଧ୍ୟ ପହଞ୍ଚିଥିଲା ସରାଇପାଲିରେ। କିଛି ସମୟ ପରେ ସାମ୍ନାକୁ ଆସିଲା ସରାଇପାଲି ଥାନାରେ ସମର୍ଥକଙ୍କ ସହ ବିଶାଲ ଦାସଙ୍କ ଅଟକ ଭିଡ଼ିଓ। ଏହାକୁ ନେଇ ତେଜିଥିଲା ରାଜନୈତକ ବୟାନବାଜି। ସେମାନଙ୍କୁ ଛାଡ଼ିବା ଦାବି ନେଇ ସମର୍ଥକଙ୍କୁ ଧରି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ବିଶାଲଙ୍କ ଭଉଣୀ ଦୀପାଳି ଦାସ।

Advertisment

ତେବେ କାହିଁକି କିଛି ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ନିଜ କବଜାରେ ରଖି ବୁଲାଉଥିଲେ ବିଶାଲ ଦାସ? ଅନାସ୍ଥା ଭୋଟିଂ ପରାଜୟ ଭୟରେ ଛତିଶଗଡ଼ ନେଇଯାଇଥିଲେ କି ପଞ୍ଚାୟତ ପ୍ରତିନିଧିଙ୍କୁ? ଚର୍ଚ୍ଚା ହେଉଛି, କିରିମିରା ବ୍ଲକ ଚେୟାରମ୍ୟାନଙ୍କ ସମର୍ଥନ ନ ମିଳିବାରୁ ଗତ ବିଧାନସଭା ନିର୍ବାଚନରେ ହାରିଥିଲେ ଦୀପାଳି ଦାସ। ଆଉ ସେଇଠୁ ଆରମ୍ଭ ହୋଇଥିଲା ପ୍ରତିଶୋଧ ପରାୟଣ ରାଜନୀତି। ସେଦିନଠୁ ବ୍ଲକ ଚେୟାରପର୍ସନ ପଦରୁ କୃଷ୍ଣପ୍ରିୟା ସାହୁଙ୍କୁ ହଟାଇବାକୁ ତିଆରି କରିଥିଲେ ଅନାସ୍ଥା ଷଡ଼ଯନ୍ତ୍ର । ଆଉ ଖିଅ ଖୋଜୁଥିବା ଦୀପାଳି ୧୨ ସମିତି ସଭ୍ୟଙ୍କୁ ୪ ମାସ ଧରି ବୁଲାଉଥିଲେ । ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଆଜି ଅନାସ୍ଥା ଭୋଟ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ କୌଣସି ସରପଂଚ କି ସମିତି ସଭ୍ୟ ନଆସିବାରୁ ନାଟକୀୟ ଢଙ୍ଗରେ ବର୍ଷେ ପାଇଁ ଘୁଞ୍ଚିଯାଇଛି ଭୋଟିଂ।

ଅଧିକ ପଢ଼ନ୍ତୁ: ବିଜେଡି ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ; କହିଲେ, ପଣା ସଂକ୍ରାନ୍ତିରେ ଖୋଲିବ ପାଞ୍ଜି

BJD Jharsuguda Deepali Das
Advertisment
Advertisment