Advertisment

Delhi Election 2025 Date: ଫେବୃୟାରୀ ୫ରେ ଦିଲ୍ଲୀ ନିର୍ବାଚନ, ଗଣତି ୮ରେ

ନୂଆଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଫେବୃୟାର ୫ତାରିଖରେ ଦିଲ୍ଲୀର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ୧୦ ଜାନୁୟାରୀରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁୟାରୀ ୧୭ ତାରିଖ ନାମାଙ୍କନର ଅନ୍ତିମ ତାରିଖ ରଖାଯାଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Delhi Election 2025 Date Announcement

Delhi election

ଜାତୀୟ ରାଜଧାନୀ ନୂଆଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଫେବୃୟାର ୫ତାରିଖରେ ଦିଲ୍ଲୀର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ୧୦ ଜାନୁୟାରୀରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁୟାରୀ ୧୭ ତାରିଖ ନାମାଙ୍କନର ଅନ୍ତିମ ତାରିଖ ରଖାଯାଇଛି। ୨୦ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ଫେବୃୟାରୀ ୮ ତାରିଖରେ ହେବ ଗଣତି। ଆସନ୍ତା ‍ଫେବୃୟାରୀ ୨୩ ତାରିଖରେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି।

Advertisment

ଅଧିକ ପଢ଼ନ୍ତୁ: Tibet Earthquake: ସକାଳୁ ସକାଳୁ ଥରିଲା ତିବ୍ଦତ, ଭୂକମ୍ପରେ ଏଯାଏଁ ଗଲାଣି ୫୩ ଜୀବନ

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ସମ୍ପର୍କରେ ସୂଚନା ଦେଇଥିଲେ। ବିଗତ ବର୍ଷ ଗୁଡିକରେ ଅନୁଷ୍ଠିତ ସମସ୍ତ ନିର୍ବାଚନ ସ୍ବଚ୍ଛ ରହିଥିଲା। ଏହା ସହିତ ସେ ଇଭିଏମ ଟାମ୍ପରିଂକୁ ନେଇ ଉଠୁଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଏଥିରେ ଚିହ୍ନ ଗୁଡିକ ଲୋଡ କରାଯାଇଥାଏ। ଏଜେଣ୍ଟଙ୍କ ସମ୍ମୁଖରେ ଏହା କରାଯାଇଥାଏ। ରାଜନୈତିକ ଦଳର ଏଜେଣ୍ଟ ମାନେ ଭୋଟରଙ୍କ ସଂଖ୍ୟା ଗଣିବା ସହ ଫର୍ମ ୧୭ରେ ଉଲ୍ଲେଖ କରିଥାନ୍ତି। ଭୋଟ ଗଣନା ହେବା ଦିନ ଭୋଟର ସଂଖ୍ୟା ପୁନର୍ବାର ଏହାକୁ ମିଳାଇବା ସହ ଭିଭିପାଟ ମଧ୍ୟ ଗଣନା କରାଯାଇଥାଏ। ତେଣୁ ଇଭିଏମର ଟାମ୍ପରିଂ ସମ୍ଭବ ନୁହେଁ।

Advertisment

ଦିଲ୍ଲୀରେ ସମୁଦାୟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ । ସେହିପରି ୧,୨୬୧ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ୨୬୯୭ ସ୍ଥାନରେ ୧୩୦୩୩ ବୁଥରେ ଭୋଟର ମାନେ ନିଜର ମତଦାନ କରିବେ। ସମସ୍ତ ବୁଥରେ ପାଣି, ହ୍ବିଲ ଚେୟାର ବ୍ୟବସ୍ଥା ରହିବ। ସକ୍ଷମ ଆପ ମାଧ୍ୟମରେ ଦିବ୍ୟାଙ୍ଗ ଭୋଟର ମାନେ ବୁକିଙ୍ଗ କରି ପାରିବେ। ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଚାହିଁଲେ ଫର୍ମ ୧୨ ଡି ଜରିଆରେ ଘରୁ ଭୋଟ କରି ପାରିବେ।

ଦିଲ୍ଲୀରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୭୦ଟି ସିଟ୍ ମଧ୍ୟରୁ ୬୦ରୁ ଅଧିକ ଆସନରେ ଜିତି ସରକାର ଗଠନ କରିଥିଲା । ୨୦୧୫ ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୬୭ଟି ଓ ୨୦୨୦ରେ ୬୨ ସିଟ୍ ଜିତିଥିଲା । ଦିଲ୍ଲୀ ଇତିହାସରେ ଏହା ପ୍ରଥମ ଥର ଥିଲା ଯେତେବେଳେ କି କୌଣସି ଦଳ ଏତେ ସଂଖ୍ୟକ ଆସନ ବିଜୟୀ ହୋଇଥିଲା। ୨୦୨୦ ନିର୍ବାଚନରେ ​​ ବିଜେପି ୮ଟି ଆସନ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ବି ଆସନରେ ଖାତା ଖୋଲି ପାରି ନଥିଲା। ସେହିପରି ୨୦୧୩ ନିର୍ବାଚନରେ ଆପକୁ ୨୮, ବିଜେପିକ ୩୧ ଓ କଂଗ୍ରେସକୁ ୮ଟି ଆସନ ମିଳିଥିଲା।

ଅଧିକ ପଢ଼ନ୍ତୁ: Tibet Earthquake: ସକାଳୁ ସକାଳୁ ଥରିଲା ତିବ୍ଦତ, ଭୂକମ୍ପରେ ଏଯାଏଁ ଗଲାଣି ୫୩ ଜୀବନ

Delhi Delhi Elections
Advertisment
Advertisment