Reaction of BJD leaders after party’s protest at Bhubaneswar against price hike

ଅରୁଣ ସାହୁ: ନବୀନ ନିବାସ ଆଗରେ ବିଜେପି ଯେଉଁ ସଭା କରିଥିଲା, ସେଠିକୁ ଲୋକ ବୁହା ହୋଇ ଆସିଥିଲେ। ସେ ସଭା ପତଳା ଥିଲା। କିନ୍ତୁ ବିଜେଡି ସଭା ମୋଟା।

ଅରୁଣ ସାହୁ: ଆମ ବିଜେଡିର ସଭା ଯଦି ତମକୁ ନାଟକ ଭଳି ଦେଖାଯାଉଛି, ତେହେଲେ ବିଜେପିକୁ ପ୍ରସ୍ଥାନର ଫାଟକ ଦେଖା ଗଲାଣି।

ସମ୍ବିତ ରାଉତରାୟ: ମୂଷାମାନେ ଏବେ କାପିବାରା ସାଇଜ୍ ହୋଇ ଗଲେଣି। କାପିବାରା ହେଉଛି ଆମାଜନ ଜଙ୍ଗଲରେ ରହୁଥିବା ଏକ ମୂଷା ପ୍ରଜାତି, ଯେଉଁମାନଙ୍କ ସାଇଜ୍ ବହୁତ ବଡ଼।

ସମ୍ବିତ ରାଉତରାୟ: ସେହି ମୂଷାଙ୍କୁ ଆନାକୋଣ୍ଡାମାନେ ଖାଆନ୍ତି। ଆମର ଏଠି ସେହି ପ୍ରକାର ବୃହତ ମୂଷାଙ୍କ ସଂଖ୍ୟା ବଢ଼ିଲାଣି। ଆନାକୋଣ୍ଡାଙ୍କୁ ଡାକିକି ଆଣିବା ଆମ କାମ।

ସମ୍ବିତ ରାଉତରାୟ: ମୋଦୀ ନବୀନ ନିବାସ ଆଗରେ ସମାବେଶ କରିଥିଲେ। ଆମେ ବି ଆଜି ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସଭା କଲୁ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ: ଯୋଗାଣ ମନ୍ତ୍ରୀ କହିଲେ ବିଜେଡି ସଭା ଏକ ନାଟକ। ତାହେଲେ ତାଙ୍କ ଆଳୁ ଟ୍ରେନ୍ କୁଆଡ଼େ ଗଲା? ଏଯାଏଁ ତ ପହଞ୍ଚିଲାନି? ଟାୟାର୍ ଲିକ୍ ହେଇଗଲା କି?

ପ୍ରଫୁଲ୍ଲ ସାମଲ: ଯିଏ ଏପଟ ସେପଟ ହେଉଛି, ସିଏ ଦଳ ଛାଡ଼ି ପଳେଇବା ଦରକାର। ଯିଏ ରହିବ ସେ ଜାଣିବ ଯେ ୫ବର୍ଷ ବିରୋଧୀ ଦଳରେ ରହିବୁ।

ପ୍ରଫୁଲ୍ଲ ସାମଲ: ଆମେ କ୍ଷମତା ପାଇଁ ଦୌଡୁନୁ। ଆମକୁ ବିଜୁବାବୁ ଲଢେଇ ଶିଖେଇ ଦେଇଛନ୍ତି