Advertisment

Vishal Das Detained:ନବ ଦାସଙ୍କ ପୁଅକୁ ଅଟକ ରଖିଲା ଛତିଶଗଡ ପୋଲିସ

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଅଟକ ରଖିଛି। ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି। ଗୁରୁବାର ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାପଡିଛି।

author-image
Saroj Kumar Jena
vishal das

vishal das

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଅଟକ ରଖିଛି। ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି। ଗୁରୁବାର ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାପଡିଛି।

Advertisment

ଶୁକ୍ରବାର କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି ତା ପୂର୍ବରୁ ବିଶାଳ ଦାସଙ୍କୁ ଛତିଶଗଡ଼ ପୋଲିସ ଅଟକ ରଖିଛି। ବିଶାଳ ଦାସ ଏକ ଭିଡିଓ କରି ଛତିଶଗଡ ପୋଲିସ ତାଙ୍କୁ ଅନୈତିକ ଭାବେ ଅଟକ ରଖଛି ବୋଲି ବିଶାଳ ସୂଚନା ଦେଇଥିଲେ। ପୋଲିସଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ କହିଲେ ବିଶାଲ ଦାସ ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୋଲିସର ପ୍ରତିକ୍ରିୟା ମିଳିନି।ପୂର୍ବରୁ ମୋ ପରିବାର ସହ ଯାହା ଘଟିଛି, ଝାରସୁଗୁଡ଼ା ପୁଲିସକୁ ଦେଖିଲେ ଏବେ ଡର ଲାଗୁଛି ବୋଲି କହିଛନ୍ତି ବିଶାଲ ।

ବିଶାଳଙ୍କୁ ଅଟକ ରଖାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ତଥା ବିଶାଳଙ୍କ ଭଉଣୀ ଦୀପାଳି ଦାସ। କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ରାଜନୈତିକ ଅଭିସନ୍ଧି ରଖି ବିଶାଳଙ୍କୁ ଅଟକ ରଖାଯାଇଥିବା ସୂଚନା ଦେଇଛନ୍ତି ଦୀପାଳି।ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ଦୀପାଳି। ଗୁରୁବାର ବିଶାଳଙ୍କ ହୋଟେଲ ଉପରେ ପୋଲିସ ରେଡ କରିଥିଲା। ପୋଲିସ ରେଡ କରିଥିବା ବେଳେ ଏହାକୁ ଅନୈତିକ ବୋଲି କହିଛନ୍ତି ଦୀପାଳି। ତେବେ କେଉଁ ଅଭିଯୋଗରେ ଅନ୍ୟ ରାଜ୍ୟର ପୋଲିସ ବିଶାଳଙ୍କୁ ଉଠାଇ ନେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Advertisment

ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଶୁକ୍ରବାର ହେବାର ରହିଛି। ଭୋଟ ଗ୍ରହଣର ସମୟ ସକାଳ ୧୦.୩୦ରୁ ୧୨.୦୦ ଯାଏ ରହିଥିବା ବେଳେ ଅଟକ ରଖିବା ଦ୍ବାରା ଉପରୋକ୍ତ ସଦସ୍ୟ ମାନେ ଭୋଟ ଦେବାରୁ ବଞ୍ଚିତ ରହିବେ। ଅନାସ୍ଥା ପ୍ରସ୍ତାବକୁ ପ୍ରଭାବିତ କରିବା ପାଇଁ ଏଭଳି ଡ୍ରାମା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଦୀପାଳି।

Naba Das Odisha Politics Deepali Das
Advertisment
Advertisment