ଶଙ୍ଖ ଭବନରେ ଚାଲିଛି ରେସ୍ତୋରାଁ। ରାଜନୀତିରେ ହଲଚଲ୍। ବିଜେଡି-ବିଜେପି ଭିତରେ ତୁ ତୁ ମେ ମେ। ଦଳୀୟ କାର୍ଯ୍ୟାଳୟକୁ କିପରି ବ୍ୟାବସାୟିକ କେନ୍ଦ୍ରରେ ପରିଣତ କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି। ବିଜେଡି କହିଛି, ଶଙ୍ଖ ଭବନ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏଠି କ୍ୟାଣ୍ଟିନ ଚଲାଇବାରେ କିଛି ଅସୁବିଧା ନାହିଁ। ତେବେ ଖବର ପ୍ରସାରଣ ପରେ ଶଙ୍ଖ ଭବନ ପଛପଟେ ଲାଗିଥିବା କ୍ୟାଣ୍ଟିନ୍ ଷ୍ଟାଣ୍ଡି ଓ ବ୍ୟାନରକୁ କାଢ଼ି ନିଆଯାଇଛି।
ଶଙ୍ଖ ଭବନ କ୍ୟାଣ୍ଟିନ୍କୁ ନେଇ ରାଜନୀତି। ନିର୍ବାଚନ ପରାଜୟ ପରେ ସାଧାରଣ ଲୋକଙ୍କୁ ବି କ୍ୟାଣ୍ଟିନରେ ଖାଦ୍ୟ ପରସାଯାଉଛି। ମିଲ୍ ପିଛା ୮୦ ଟଙ୍କା। ନେତା
Also Read
ଅଧିକ ପଢ଼ନ୍ତୁ: ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ, ଭାଇ ସହ ନିଜେ ଫସିଗଲେ କି ଦୀପାଳି ?
ସେପଟେ ଶଙ୍ଖ ଭବନ କ୍ୟାଣ୍ଟିନ୍କୁ ନେଇ ଘନେଇଛି ରାଜନୀତି। ବିଜେପି ନେତା ଜଗନ୍ନାଥ ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ଶଙ୍ଖ ଭବନରେ କିପରି ବେଆଇନ୍ ଭାବେ ହୋଟେଲ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି। ପରାଜୟ ପରେ କର୍ପୋରେଟ୍ ଚାନ୍ଦା ବନ୍ଦ ହୋଇଯାଇଥିବାରୁ ଦଳ ଏବେ ପାର୍ଟି ଅଫିସରେ ହୋଟେଲ୍ କରିଛି। ପାର୍ଟି ଅଫିସ୍ ପାଇଁ ୨୦୨୧ରେ ସରକାରୀ ଜମି ନେଇଛି ବିଜେଡି। କେବଳ ପାର୍ଟି ଅଫିସ୍ ପାଇଁ ଆପ୍ରୁଭାଲ ମିଳିଥିବା ବେଳେ ଏଠାରେ ହୋଟେଲ କିଏ ଓ କାହିଁକି କଲା ? ବିଜେଡିର ସର୍ବେ ସର୍ବା ଥିବା ପାଣ୍ଡିଆନ୍ ପାର୍ଟି ଫଣ୍ଡ ନେଇ ପାର୍ ହୋଇଗଲେ କି ବୋଲି କଟାକ୍ଷ କରିଛନ୍ତି ଜଗନ୍ନାଥ।
ତେବେ ଏନେଇ ପାଣ୍ଡିଆନ୍ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। କଂଗ୍ରେସ କହିଛି କ୍ଷମତାରେ ଥିବାବେଳେ କର୍ପୋରେଟ୍ ଢାଞ୍ଚାରେ ବେପାର କରୁଥିଲେ, ଏବେ ଶଙ୍ଖ ଭବନକୁ ବ୍ୟବହାର କରି ବେପାର କରାଯାଉଛି। ବିଜେଡି କହିଛି, ଏହା ଶସ୍ତା ରାଜନୀତି। ଏ ସଂପର୍କିତ ଖବର ପ୍ରସାରଣ ପରେ ଆଜି ଶଙ୍ଖ ଭବନ ପଛ ପାଖରେ ଲଗାଯାଇଥିବା କ୍ୟାଣ୍ଟିନର ଷ୍ଟାଣ୍ଡି ଓ ବ୍ୟାନରକୁ କାଢିନିଆଯାଇଛି।
ଅଧିକ ପଢ଼ନ୍ତୁ: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ