• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁଣି ବଢ଼ିପାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଡ଼ୁଆ । ଖୋଲିବ ବହୁଚର୍ଚ୍ଚିତ ଋଷି ହତ୍ୟାକାଣ୍ଡର ଫାଇଲ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବ ବିଜେପି । ଶୁକ୍ରବାର ପ୍ରେସ୍‌ମିଟ୍‌ କରି ଏହି ସୂଚନା ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂ ।

ସେକ୍ସ ସ୍କାଣ୍ଡାଲ ଫସିଥିବା ପୂର୍ବତନ ମେୟର ଅନନ୍ତ ଜେନା ସହଦେବ ନାୟକକୁ ନେଇ ଅଯଥା ରାଜନୀତି ନକରନ୍ତୁ । କାଚ ଘରେ ରହି ଅନ୍ୟକୁ ଟେକା ନପକାନ୍ତୁ । ଋଷିର ପରିବାର ଏବେ ବି ଦୁଃଖରେ ରହିଛି। ଏବେ ବି ସେମାନେ ଜାଣିବାକୁ ଚାହୁଁଛନ୍ତି କିଏ ତାଙ୍କ ପୁଅକୁ ହତ୍ୟା କରିଛି । ଏଭଳି କିଛି କହି ବିଧାୟକ ଅନନ୍ତ ଜେନାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ବିଜେପି ନେତା । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସିଧା ସିଧା କହିଛନ୍ତି । ସହଦେବ ନାୟକଙ୍କ ପରିବାର ସହ ଏକ ସାଙ୍ଗରେ ଠିଆ ହେବା ପରିବର୍ତ୍ତେ ରାଜନୀତି କରି ସଫେଇ କର୍ମଚାରୀଙ୍କୁ ଉସୁକାଉଛନ୍ତି । ଜାଣିଶୁଣି ବିଜେଡି କର୍ପୋରେଟର ଥିବା WARDରେ ଅଳିଆ ଉଠାଉ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଅଧିକ ପଢ଼ନ୍ତୁ: ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ, ଭାଇ ସହ ନିଜେ ଫସିଗଲେ କି ଦୀପାଳି ?

ସେପଟେ ବିଜେପି ବିଧାୟକ ବାବୁ ସିଂ ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି, ସମ୍ବେଦନଶୀଳ ଘଟଣାର ସତ୍ୟାସତ୍ୟ ବାହାର ନକରି ମିଥ୍ୟା ଅଭିଯୋଗ ବିଜେପି ଆଣୁଛି । ସହଦେବ ନାୟକଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି । ତେଣୁ ଆଟେନ୍‌ସନ୍‌ ଡାଇଭର୍ଟ କରିବା ପାଇଁ ଋଷି ହତ୍ୟାକାଣ୍ଡ ଭଳି ଘଟଣାକୁ ଲୋକଙ୍କ ସାମନାକୁ ବିଜେପି ଆଣୁଛି । ସତ୍ୟକୁ ଉନ୍ମୋଚନ କରାଯାଉ । ମୁଁ ୨୨ ବର୍ଷ ହେଲାଣି ଲୋକଙ୍କ ସେବାରେ ଅଛି । ଆଗକୁ ମଧ୍ୟ ନ୍ୟାୟ ପାଇଁ ଲଢିବି । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଅନନ୍ତ ଜେନା କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ଋଷି ହତ୍ୟାକାଣ୍ଡ ଘଟଣାରେ ଜଡିତ ନାହିଁ । ଯେତେ ପ୍ରକାର ଇନକ୍ଵାରି କଲେ ବି ମୁଁ ପ୍ରସ୍ତୁତ। ଅନ୍ୟାୟରେ ଥିଲେ ବିଧାୟକ ହୋଇ ଜିତି ନଥାନ୍ତି । ଅନ୍ୟପଟେ ରାସ୍ତାରେ ଅଳିଆ ପକାଇବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନନ୍ତ । ତେବେ ବହୁଚର୍ଚ୍ଚିତ ଋଷି ହତ୍ୟାକାଣ୍ଡର ପୁନଃତଦନ୍ତ ପ୍ରସ୍ତାବ ବିଧାୟକ ଅନନ୍ତ ଜେନାଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

OTV is now on Whatsapp

Join and get latest news update delivered to you via whatsapp

Join Now