ବିଦେଶୀ ଟନେଲ୍ ଏକ୍ସପର୍ଟ କ୍ରିସ୍ କୁପରଙ୍କ ବଡ଼ ସୂଚନା... ଆମେ ଏବେ ଖୋଳା ଜାରି ରଖିଛୁ, ଆଉ କିଛି ମିଟର ବାକି ଅଛି’
ଉତ୍ତରକାଶୀ ଟନେଲରେ ୧୭ ଦିନରେ ରେସ୍କ୍ୟୁ ଅପରେସନ...ହାତରେ ଖୋଳା ଚାଲିଛି ଟନେଲ...ଏବେ ସୁଦ୍ଧା ଖୋଳା ସରିଲାଣି ପ୍ରାୟ ୫୨ ମିଟର....
ଏହି ନିଷିଦ୍ଧ ପଦ୍ଧତି ଉତ୍ତରକାଶୀ ଅପରେସନ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ କି? ଯାହା ଅତ୍ୟାଧୁନିକ ଅଗର୍ ମେସିନ କରିପାରିଲାନି, ତାହା ଏହି ୨ ଡଜନ୍ ରାଟ୍-ହୋଲ୍ ମାଇନର୍ କରିଦେଖାଇବେ ତ ?
ଉଦ୍ଧାର ପାଇଁ ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଓ ହରାଇଜଣ୍ଟାଲ୍ ଡ୍ରିଲିଂ ଆଗେଇ ଚାଲିଛି, ୨ ଦିନରେ ମିଳିପାରେ କିଛି ଭଲ ଖବର...ତେବେ ରାଟ୍-ହୋଲ୍ ମାଇନିଂ ଉପରେ ଏବେ ସମସ୍ତଙ୍କ ନଜର……
ଟନେଲ୍ ଭିତରେ ୧୬ ଦିନ । ଗତ ୧୬ ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ ।
ଉତ୍ତରକାଶୀର ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର ଲାଗି ମାଷ୍ଟର ପ୍ଲାନ୍। ତିଆରି ହୋଇଛି ୬-୬ ଟି ରଣନୀତି। ପ୍ଲାନ-ଏ'ରେ ସୁଡଙ୍ଗର ସିଲକ୍ୟାରା ପଟୁ ଅଗର ମେସିନ ଭାଙ୍ଗିଯିବା ପରେ ଆଜି ପ୍ଲାନ-ବି ଅନୁସାରେ ଆରମ୍ଭ ହୋଇଛି ଭର୍ଟିକାଲ ଡ୍ରିଲିଂ।
ରେସ୍କ୍ୟୁ ସରିବା ଆଶାରେ ହେଲା ମକଡ୍ରିଲ । ଚୋର-ପୋଲିସ ଖେଳୁଛନ୍ତି ଓ ଯୋଗ କରୁଛନ୍ତି ଶ୍ରମିକ ।
ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ ।
୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।
ଡ୍ରିଲିଂ କରିବା ବେଳେ ଏକ ଲୁହା ଛଡ ପଡ଼ିଥିଲା ବାଟରେ। ତେଣୁ ଖନନ ବନ୍ଦ କରାଯାଇଥିଲା। ଗ୍ୟାସ କଟରରେ ତାକୁ କାଟି ହଟାଯାଇଛି। ଏହା ପରେ ପୁଣି ଡ୍ରିଲିଂ କାମ ଆରମ୍ଭ ହୋଇଛି ।
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଥିବାରୁ ଖୁବ୍ଶୀଘ୍ର ରେସ୍କ୍ୟୁରେ ବଡ଼ ସଫଳତା ମିଳିପାରେ ବୋଲି ଆକଳନ କରାଯାଉଛି ।
ଟନେଲ୍ ଭିତରେ ୧୧ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଥିବା ବେଳେ ଆଜି ଟନେଲର ଉପର ପଟୁ ଖୋଲିବା କାମ ଆରମ୍ଭ ହୋଇଛି। ସେପଟେ ଫସି ରହିଥିବା ଶ୍ରମିକ ମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।
ଟନେଲ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରଖିବା ପାଇଁ କେତେ ସୁରକ୍ଷିତ, ଶ୍ରମିକ ଓ କର୍ମଚାରୀଙ୍କ ପ୍ରତି କେତେ ନିରାପଦ, ଏସବୁର ବୈଷୟିକ ଯାଞ୍ଚ କରାଯିବ ।
ଦୀର୍ଘ ୯ ଦିନ ପରେ ଗତ ରାତିରେ ପ୍ରଥମ ଥର ପାଇଁ ରନ୍ଧା ଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖେଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି ।
୬ ଇଞ୍ଚ ପାଇପ ଯୋଗେ ପଠାଗଲା ଖେଚୁଡ଼ି ଓ ପାଣି....ୱାକିଟକି ସାହାଯ୍ୟରେ ଶ୍ରମିକଙ୍କ ସହ କରାଯାଉଛି ଯୋଗାଯୋଗ...୧୦ ଦିନ ହେଲାଣି ଟନେଲରେ ଫସିଛନ୍ତି ୪୧ ଶ୍ରମିକ..
ଉତ୍ତରକାଶୀର ଅନ୍ଧାରୀ ଟନେଲରେ ୮ ଦିନ। ଗତ ୧୨ ତାରିଖରୁ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅହରହ ଉଦ୍ୟମ।
ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅବିଶ୍ରାନ୍ତ ଉଦ୍ୟମ। ଆମେରିକାନ ଅଗର ଡ୍ରିଲ ସାହାଯ୍ୟରେ ମାଟି ଖୋଳା ଚାଲିଥିବା ବେଳେ ୩ ଫୁଟ ପାଇପକୁ ଭିତରକୁ ପୁରାଇ ସେଇ ବାଟରେ ଶ୍ରମିକଙ୍କୁ ବାହାରକୁ ଆଣିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି...
ଉତ୍ତରକାଶୀର ଯମୁନେତ୍ରୀ ଜାତୀୟ ରାଜପଥର ଇଏ ହେଉଛି ସେଇ ନିର୍ମାଣାଧୀନ ଟନେଲ୍ ଯେଉଁଠି ଘଟିଛି ବଡ଼ ଅଘଟଣ। ହଠାତ୍ ମାଟି ଧସିବାରୁ ପାଖାପାଖି ୩୬ ଘଣ୍ଟା ଧରି ଫସିଛନ୍ତି ୪୦ ଶ୍ରମିକ।
ଟନେଲ୍ ଭିତରେ ଫସିଥିବା ୪୦ ଜଣଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିର ଧିରେନ୍ ନାୟକ ଓ ବିଶ୍ୱେଶ୍ୱର ନାୟକ, ବହଳଦାର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି।