• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ତେଲେଙ୍ଗାନା ଟନେଲ୍ ଭୁଶୁଡ଼ିବା ଘଟଣା । ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଜାରି ରହିଛି ରେସ୍କ୍ୟୁ ଅପରେସନ । ଟନେଲରେ ଫସି ରହିଥିବା ସିନିୟର ଇଞ୍ଜିନିୟରଙ୍କ ସମେତ ୮ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅନବରତ ଉଦ୍ୟମ ଚାଲିଛି । ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି ସେନା ଓ NDRF ଟିମ୍ । ମାତ୍ର ଏଯାବତ୍ ଫସିଥିବା ଶ୍ରମିକମାନଙ୍କ ସହ ଆଦୌ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ଉଦ୍ଧାରକାରୀ ଦଳ ଶ୍ରମିକଙ୍କଠାରୁ ଆଉ ମାତ୍ର କେଇ ମିଟର ଦୂରତାରେ ଥିବା ସୂଚନା ମିଳିଛି । 

ଅଧିକ ପଢନ୍ତୁ: ଏହି ଜେଲରେ ଅଛନ୍ତି ଦୁନିଆର ସବୁଠୁ ଖତରନାକ କଏଦୀ, ଯେଉଁଠୁ ମୁକୁଳିବାର ରାସ୍ତା କେବଳ ମୃତ୍ୟୁ!

ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏକ ଜଏଣ୍ଟ ରେସ୍କ୍ୟୁ ଟିମ୍ ଗଠନ ହୋଇଛି । ଏଥିରେ ଏନଡିଆରଏଫ, ଏସଡିଆରଏଫ, ସେନା ଓ ଏନ୍‌ଏଚ୍‌ଆଇଡିସିଏଲ୍‌ର ପ୍ରାୟ ୩୦୦ ସଦସ୍ୟ ସାମିଲ ଅଛନ୍ତି । ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଚାଲିଛି ଖନନ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ରେସ୍କ୍ୟୁ ଟିମ୍ ଟନେଲର ୧୩ କିଲୋମିଟରରୁ ୧୧ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ସାରିଛନ୍ତି । ଆଉ ମାତ୍ର ୨ କିଲୋମିଟର ଦୂରତା ବାକି ଅଛି । ସ୍ଥିତିକୁ ଆକଳନ କରାଯାଇ ଆଗାମୀ ପଦକ୍ଷେପ ନିଆଯାଉଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟନେଲ ଦୁର୍ଘଟଣା ସମ୍ପର୍କରେ ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି । ପରିସ୍ଥିତି ବିଷୟରେ ପଚାରି ବୁଝିବା ସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ଭରସା ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ, ତେଲେଙ୍ଗାନା ନଗରକର୍ନୁଲ୍ ଜିଲ୍ଲାର ଅମରାବାଦରେ ନିର୍ମାଣାଧୀନ ଏସଏଲବିସି ଟନେଲରେ ଗତକାଲି ସକାଳ ପ୍ରାୟ ସାଢେ ୮ଟାରେ ଏହି ଦୁର୍ଘଟଣା ଘଟିଥିଲା । ନିର୍ମାଣାଧୀନ ଟନେଲର ଏକ ଅଂଶ ଭୁଶୁଡି ପଡିଥିଲା । ଏହି ସମୟରେ ନିର୍ମାଣ ସ୍ଥଳରେ ୬୦ ଜଣ ଶ୍ରମିକ ରହିଥିଲେ । ୫୨ ଜଣ ଟନେଲରୁ ବାହାରି ଆସିବାରେ ସକ୍ଷମ ହୋଇଥିବାବେଳେ ଜଣେ ଇଞ୍ଜିନିୟରଙ୍କ ସମେତ ୮ ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ । 

ଅଧିକ ପଢନ୍ତୁ: ଚାଞ୍ଚଲ୍ୟ ! ଶୋଇଥିବା ବେଳେ ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା

OTV is now on Whatsapp

Join and get latest news update delivered to you via whatsapp

Join Now