ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ଗାଣ୍ଡରବଲରେ ପହଞ୍ଚିଥିଲେ ଏବଂ ଏଠାରେ ସେ Z-ମୋର ଟନେଲ୍ର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ ।
Also Read
Z ମୋର୍ ଟନେଲ ଉଦଘାଟନ୍ ପରେ ଓମାର ଅବଦୁଲ୍ଲା ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ଜାମ୍ମୁ-କାଶ୍ମୀରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ତୁମେ ୪ ମାସ ମଧ୍ୟରେ ତୁମର ପ୍ରତିଶ୍ରୁତି ପାଳନ କରିଛ ଏବଂ ଯାହା କହିଛ ତାହା ପୂରଣ କରିଛ । ସବୁଠାରୁ ବଡ଼ କଥା, କୌଣସି ଅନିୟମିତତା ବିନା ଏହା କରାଇଲେ ।
#WATCH | Sonamarg: Jammu and Kashmir CM Omar Abdullah says, "You (PM Modi) said 3 very important things during your program in Srinagar on International Yoga Day. You said that you are working on eliminating- Dil ki Doori (difference of hearts) and Delhi ki Doori (distance from… pic.twitter.com/NSjG1DdLpD
— ANI (@ANI) January 13, 2025
ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, 'ଆପଣ (ପ୍ରଧାନମନ୍ତ୍ରୀ ମୋଦି) ଆନ୍ତର୍ଜାତୀୟ ଯୋଗ ଦିବସରେ ଶ୍ରୀନଗରରେ ଆପଣଙ୍କ କାର୍ଯ୍ୟକ୍ରମ ସମୟରେ ୩ଟି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ଆପଣ କହିଥିଲେ ଯେ, ଦିଲ୍ କି ଦୂରୀ ଏବଂ ଦିଲ୍ଲୀ କି ଦୂରୀକୁ ହଟାଇବା ପାଇଁ କାମ କରୁଛନ୍ତି । ଆଜି ଏହା ଏହି ଟନେଲ୍ ଉଦଘାଟନ୍ ସହ ପ୍ରମାଣିତ ହୋଇଗଲା । ସେହି ସମୟରେ ଆପଣ ଜମ୍ମୁ-କାଶ୍ମୀରର ଲୋକମାନଙ୍କୁ କହିଥିଲେ ଯେ, ଖୁବ୍ ଶୀଘ୍ର ନିର୍ବାଚନ ହେବ ଏବଂ ଲୋକମାନେ ସେମାନଙ୍କ ଭୋଟ ମାଧ୍ୟମରେ ସେମାନଙ୍କର ସରକାର ବାଛିବାର ସୁଯୋଗ ପାଇବେ । ଆପଣ ଆପଣଙ୍କ କଥା ରଖିଲେ ଏବଂ ୪ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେଲା । ଏକ ନୂତନ ସରକାର ନିର୍ବାଚିତ ହୋଇଛି ଏବଂ ଏହାର ଫଳସ୍ୱରୂପ ମୁଁ ଏଠାରେ ମୁଖ୍ୟମନ୍ତ୍ରୀ ଭାବରେ ଆପଣଙ୍କ ସହିତ କଥା ହେଉଛି ।
ଅଧିକ ପଢ଼ନ୍ତୁ: ମହାକୁମ୍ଭରୁ ଟଙ୍କା ରୋଜଗାର କରୁଥିଲେ ଇଂରେଜ ସରକାର, ବୁଡ଼ ପକାଇଲେ କି ଦାଢ଼ି-ଚୁଟି କାଟିଲେ ନେଉଥିଲେ ଟ୍ୟାକ୍ସ
ସେ ମୋଦିଙ୍କୁ ପ୍ରଶଂସା କରି ଆହୁରି କହିଥିଲେ, ସବୁଠାରୁ ବଡ଼ କଥା, କୌଣସି ଅନିୟମିତତା ବିନା ଏହା କରାଇଲେ। ଏହାର ଶ୍ରେୟ ଆପଣଙ୍କୁ, ଆପଣଙ୍କ ସହଯୋଗୀଙ୍କୁ ଓ ECIକୁ । ମୋର ପୂରା ବିଶ୍ବାସ ଆପଣ ଆପଣଙ୍କ ପ୍ରତିଶ୍ରୁତି ପାଳନ କରିବେ । ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପ୍ରତିଶ୍ରୁତି ପୂରଣ କରିବେ। ଆଜିର ପ୍ରବଳ ଥଣ୍ଡା ପାଗରେ ଆସିଥିବାରୁ ଆପଣଙ୍କୁ କୃତଜ୍ଞତା । ଜାମ୍ମୁ-କାଶ୍ମୀର ସହ ଆପଣଙ୍କ ସମ୍ପର୍କ ପୁରୁଣା, ବାର୍ବାର୍ ଆସନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଥିଲେ ।
ଓମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ ଯୋଗୁଁ ସୀମାରେ ଅସ୍ତ୍ରବିରତିରୁ ଦୁର୍ଗମ ଅଞ୍ଚଳଗୁଡ଼ିକୁ ବହୁତ ଲାଭ ମିଳିଛି । ସେ କହିଥିଲେ, ମାଚିଲ, ଗୁରେଜ, କର୍ଣ୍ଣାହ କିମ୍ବା କେରନ ହେଉ, ଅଧିକ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଲୋକମାନେ ବିକାଶ ଏବଂ ପର୍ଯ୍ୟଟନ ଦୃଷ୍ଟିରୁ ଲାଭ ପାଉଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସୋନମାର୍ଗରେ Z-MORH ସୁଡ଼ଙ୍ଗ ଖୋଲିବା ପରେ, ଉପର ଅଞ୍ଚଳର ଲୋକମାନଙ୍କୁ ଆଉ ସମତଳ ଅଞ୍ଚଳକୁ ଯାତ୍ରା କରିବାକୁ ପଡ଼ିବ ନାହିଁ କାରଣ ବର୍ଷସାରା ସଡ଼କ ସଂଯୋଗ ଉପଲବ୍ଧ ହେବ।
ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀରର ଗଣ୍ଡରବଲ ଜିଲ୍ଲାର ଗଗନଗୀର ଏବଂ ସୋନମାର୍ଗକୁ ସଂଯୋଗ କରୁଥିବା ଏହି ୬.୫ କିଲୋମିଟର ଲମ୍ବା ଦୁଇ ଲେନ୍ ବିଶିଷ୍ଟ ଟନେଲ୍କୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦ୍ୱାରା ୨,୭୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସୁଡ଼ଙ୍ଗରେ ୭.୫ ମିଟର ଚଉଡାର ଏକ ଜରୁରୀକାଳୀନ ପ୍ରସ୍ଥାନ ପଥ ମଧ୍ୟ ଅଛି ।