ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି ।
ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ଗ୍ରାମପତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ଅଂଚଳରେ ଉଭୟ ଖରିଫ ଓ ରବି ରୁତରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି । ଗୋଷ୍ଠୀର ସଦସ୍ୟମାନେ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କଠାରୁ ବିଭିନ୍ନ ସମୟରେ ଠକି ଦସ୍ତଖତ ନେଇଯାଇ ଆଖାପାଖର ୫୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ହୋଇଛି।
କାନ୍ଦ ବୋବାଳିରେ ଫାଟି ପଡୁଛି ଘର . . ହେଲେ ଏଠି କିଏ କାହାକୁ ସମ୍ଭାଳିବ
ଅନେକ ଦିନ ହେଲାଣି ସ୍ନାୟୁ ରୋଗରେ ପୀଡିତ ଅଛନ୍ତି ସୁରେଶ ବଗର୍ତି। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ରୋଗର ଚିକିତ୍ସା ବି ସଠିକ୍ ଭାବରେ ହେଉନାହିଁ । ଗୁହାରି କରିବା ପରେ ବିଜୁ ସ୍ୱାସ୍ଥ୍ୟକାର୍ଡଟିଏ ପାଇଲେ । ଭାବିଥିଲେ , ଏଇ କାର୍ଡ ନେଇ ଘରୋଇ ମେଡିକାଲରେ ଚିକିତ୍ସିତ ହେବେ କିନ୍ତୁ ସିଏ ବି ହେଲାନି । ଏମିତିକି ବିଜୁ ସ୍ୱାସ୍ଥ୍ୟକାର୍ଡ ଏଇ ମେଡିକାଲରେ କାମ କରୁନି ବୋଲି କହି ଫେରାଇ ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ।
ଆମେ ସମସ୍ତେ ଜାଣିଛନ୍ତି ଅସହ୍ୟ ଗରମରୁ ରକ୍ଷା ପାଇବାକୁ ହେଲେ ତରଭୁଜ ଭଳି ଫଳ ଖାଇବା ଜରୁରୀ । ଏଥିପାଇଁ ବିଭିନ୍ନ ସମୟରେ ଲୋକଙ୍କୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାନ୍ତି ।
ସୁବର୍ଣ୍ଣପୁର ଖୁର୍ଡିଆବାହାଲ ଗାଁର ଦୁଇ ବନ୍ଧୁ ଶମ୍ଭୁ ପ୍ରସାଦ ସାହୁ ଓ ଟେଙ୍ଗନା ବାଗ । ଆଜି ନୁହେଁ ପିଲାଦିନରୁ ଏମାନେ ଭାରି ସାଙ୍ଗ । ଯୁଆଡେ ଯିବେ ଏକାଠି, ଯାହା ଖାଇବେ ଏକାଠି । ବୟସର ଅପରାହ୍ନରେ ପହଞ୍ଚିଲେ କିନ୍ତୁ ଦୋସ୍ତିରେ ଟିକିଏ ବି କମ୍ ହୋଇନି । ବରଂ ପିଲାବେଳେ ଯେମିତି ମିଶୁଥିଲେ ଆଜି ବି ସେମିତି ମିଶୁଛନ୍ତି । ଦୁହିଁଙ୍କ ମଧ୍ୟରେ କ୍ଷୀରନୀରର ସମ୍ପର୍କ ।
୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।
ଫେବୃୟାରୀ ୨୦ରେ ଶଙ୍କରା-୬ ଖଇରାପଡାର ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥାକୁ ନେଇ ଓଟିଭିରେ ଏକ ରିପୋର୍ଟ ପରିବେଷଣ କରାଯାଇଥିଲା । ଯାହାପରେ ପ୍ରଶାସନ ତତ୍ପରତା ଦେଖାଇଛି.। ପୂର୍ବରୁ ଗ୍ରାମବାସୀ ଯେତେ ଅଭିଯୋଗ କଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିଲେ କିନ୍ତୁ ଖବର ପ୍ରସାରଣ ପରେ ବିନିକା ବିଡିଓ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ନିକଟସ୍ଥ ଏକ ସ୍କୁଲରେ ପିଲାଙ୍କ ପାଠପଢା ଲାଗି ବ୍ୟବସ୍ଥା କରାଇଛନ୍ତି।
ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଂଜେଇ । ତାହା ପୁଣି ଆମ୍ବୁଲାନ୍ସ ଭିତରେ। ଅବକାରୀ ବିଭାଗ ହାତରେ ଜବତ ହେଲା ୪ କୁଇଂଟାଲ ୨୦ କେଜି ଗଂଜେଇ। ଏଥି ସହ ଅମ୍ବୁଲାନ୍ସକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଗିରଫ ହୋଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏହି ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଂଜେଇ ।
ବାପା ହେଲା ପର, ସ୍ୱେଚ୍ଛାସେବୀ ସଂଗଠନ ହେଲେ ନିଜର। ଝିଅର ଜୀବନ ଚାଲିଯିବା ପରେ ବାପା ସିନା ଜଙ୍ଗଲରେ ଫୋପାଡି ଦେଲା। ହେଲେ ସ୍ୱେଚ୍ଛାସେବୀ ସଂଗଠନ ଝିଅର ଶବକୁ ଉଦ୍ଧାର କରିଛନ୍ତି। ଖାଲି ଉଦ୍ଧାର କରିନାହାନ୍ତି ବରଂ ଆତ୍ମୀୟ ସ୍ୱଜନଙ୍କ ପରି ଶବ ସତ୍କାର ବି କରିଛନ୍ତି। ଯାହାକୁ ନେଇ ପୂରା ଅଂଚଳରେ ଏବେ ଚର୍ଚ୍ଚା ଲାଗି ରହିଛି।
ଗଛ ମୂଳରେ ଚାଲିଛି ପୂଜାର୍ଚ୍ଚନ। ବିଭିନ୍ନ ଦେବାଦେବୀଙ୍କ ଫଟୋ ବି ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର, ବେକରେ ପଡିଛି ରୁଦ୍ରାକ୍ଷ ମାଳା। ଭୋଲାବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ ୧୩ ହେବ। କିନ୍ତୁ ସେ କୁଆଡ଼େ ଭବିଷ୍ୟତ କହିପାରୁଥିବାରୁ ତାଙ୍କୁ ସ୍ଥାନୀୟ ଅଂଚଳରେ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି ଲୋକ।
ଅସନ୍ତୁଷ୍ଟ ଚାଷୀ, ବୀରମହାରାଜପୁର-ଆମରପାଲି ରାସ୍ତାର ପଥରଘାଟ ଛକରେ ଧାନବସ୍ତା ରଖି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ ।
ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।
ଜଗତସିଂହପୁର ଡେପୁଟି କଲେର ଚିତ୍ତରଂଜନଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।
ପେଶା ସିନା ରାଜନୀତି ହେଲେ ଲୋକଙ୍କ ସେବା କରିବାର ନିଶା ତାଙ୍କୁ ଆଜି ଚର୍ଚ୍ଚିତ କରିଦେଇଛି ।
ରାଜସ୍ଥାନରୁ ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଆତ୍ମହତ୍ୟା କରିଥିଲେ ମ୍ୟାନେଜର୍ ଦିବ୍ୟରଞ୍ଜନ ।
ଦାନା ପାଇଁ ଦାଦନ ଯାଇଥିଲେ, ୧୦ ଦିନ ହୋଇନି ଶବ ହୋଇ ଫେରିଲେ। ଗାଁ ଭିତରକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ ଫାଟୁଛି। ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା ।
ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।
ଖାଲି ଏତିକି ନୁହେଁ ବରଂ ଜାତୀୟ ସଂଗୀତର ତାଳେ ତାଳେ ଭାରତ ମାତାକି ଜୟ ଧ୍ୱନୀରେ କମ୍ପି ଉଠୁଥିଲା ପୂରା ପରିବେଶ ।
ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ହାତୀ ଚିନ୍ତା । କାରଣ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଠିକ ଧାନ ଅମଳ ସମୟରେ ଅରମ୍ଭ ହୋଇଗଲାଣି ହାତୀ ଉପଦ୍ରବ ।