• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟକୁ ଫେରିଛି ଶୀତ । ରାତ୍ରିର ତାପମାତ୍ରା ୨ରୁ ୫ ଡିଗ୍ରୀ ଖସିବାରୁ ସାରା ରାଜ୍ୟରେ ଶୀତର ପ୍ରକୋପ ବଢିଛି । ବିଶେଷ ଉପାନ୍ତ ଅଞ୍ଚଳ ମାନଙ୍କରେ ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ତେବେ ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର । ସେହିପରି କିଛି ସ୍ଥାନରେ କଲବଲ କରିବ କୁହୁଡି । ବିଶେଷ କରି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ାସୁନ୍ଦରଗଡ଼ ଜିଲ୍ଲା ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ରାଜସ୍ଥାନର ମାଉଣ୍ଟ ଆବୁରେ ସିମ୍ଲା ଫିଲିଂ । ବରଫରେ ଆଛାଦିତ ରାସ୍ତାଘାଟ, ଘର ଦ୍ୱାର ଏବଂ ଆସବାବପତ୍ର । ତାପମାତ୍ରା ମାଇନସ୍ ୬ ଡିଗ୍ରୀରେ ପହଞ୍ଚି ଥିବା ବେଳେ ନଦୀ ନାଳ ସବୁ ବରଫ ପାଲଟି ଯାଇଛି । ଘାସ ଗାଲିଚା ଓ ଗାଡ଼ି ଉପରେ ବରଫର ମୋଟା ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳୁଛି । ଏଠାକୁ ଆସିଥିବା ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି ।

ସେପଟେ କାଶ୍ମୀର ଶ୍ରୀନଗରରେ ପାଇପ୍‌ରୁ ବାହାରୁଛି ବରଫ । ଯେଉଁ ପାଇପରୁ ପାଣି ବାହାରୁଥିଲା, ଯେଉଁ ପାଇପରୁ ପିଇବା ପାଣି ଲୋକେ ନେଉଥିଲେ ଏବେ ସେଠୁ ବାହାରୁଛି ବରଫ । ଥଣ୍ଡା ଏତେ ଯେ, ପାନୀୟ ଜଳ ଯୋଗାଣ ହେଉଥିବା ପାଇପରୁ ବାହାରୁଛି ବରଫ । ପାଣି ପାଇଁ ସ୍ଥାନୀୟ ଲୋକେ ପାଇପକୁ ଗରମ କରୁଛନ୍ତି । ପାଇପ୍ ତଳେ ନିଆଁ ଜାଳି ବରଫରୁ ପାଣି ବାହାର କରୁଛନ୍ତି । ପ୍ରସିଦ୍ଧ ଡାଲ୍ ହ୍ରଦ ବି ବରଫ ପାଲଟି ଯାଇଛି । ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକଙ୍କ ଯାଆସ ପାଇଁ ପ୍ରମୁଖ ମାଧ୍ୟମ ହେଉଛି ଡାଲ୍ । ହେଲେ ବରଫ ଭିତରେ ଡଙ୍ଗା ଚଲାଇବା ଏବେ ହୋଇପଡ଼ିଛି ମୁସ୍କିଲ ଗତ ମାସେ ଧରି କାଶ୍ମୀରର ଅନେକ ସହରରେ ମାଇନସ୍ ଡିଗ୍ରୀ ତଳେ ରହିଛି ପାରଦ ।