• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାସ୍ତାରେ ଛକିଥିଲା ମୃତ୍ୟୁ । ସ୍କୁଲରୁ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ । ସୁବର୍ଣ୍ଣପୁର ଜିଲ୍ଲା-ବିନିକା ରାସ୍ତାର ଶରଧାପାଲି ଛକରେ କାର ଧକ୍କାରେ ୨ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଏବଂ ତୃତୀୟ ଛାତ୍ରର ବୁର୍ଲା ଯିବା ବାଟରେ ମୃତ୍ୟୁ ହୋଇଛି ।

ଆହତ ଅନ୍ୟଜଣେ ଛାତ୍ରଙ୍କ ପ୍ରାଥମିକ ଚିକିତ୍ସା ସୁବର୍ଣ୍ଣପୁର ମେଡିକାଲରେ କରାଯିବା ପରେ ଛାଡ଼ି ଦିଆଯାଇଛି। ଛାତ୍ରମାନେ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବିନିକା ଅଭିମୁଖେ ଯାଉଥିବା ଦ୍ରୁତଗାମୀ କାରଟି ଏହି ସମୟରେ ପିଲାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ସେପଟେ ପିଲାଙ୍କୁ ହରାଇଥିବା ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାନ୍ଦକଟାରେ ଅଞ୍ଚଳ ଫାଟି ପଡ଼ୁଛି । ଲୋକେ କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାସ୍ତା ଅବରୋଧ କରିଥିବାରୁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି । ଉତ୍ତେଜିତ ଲୋକେ କାର୍‌କୁ ବାଡ଼େଇ ଭାଙ୍ଗି ଦେଇଥିବା ବେଳେ ଡ୍ରାଇଭରକୁ ଅଟକ ରଖିଥିଲେ ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ । ଆଉ ତା’ପରେ ଡ୍ରାଇଭରକୁ ଥାନାକୁ ନେଇ ଯାଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।