Advertisment

ବାଃ ବାଃରେ ବୁଦ୍ଧି..ସାଇରନ ବଜାଇ ଯାଉଥିଲା ଆମ୍ବୁଲାନ୍ସ...ଭିତରେ ଥିଲା ଗଂଜେଇ

ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଂଜେଇ । ତାହା ପୁଣି ଆମ୍ବୁଲାନ୍ସ ଭିତରେ। ଅବକାରୀ ବିଭାଗ ହାତରେ ଜବତ ହେଲା ୪ କୁଇଂଟାଲ ୨୦ କେଜି ଗଂଜେଇ। ଏଥି ସହ ଅମ୍ବୁଲାନ୍ସକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଗିରଫ ହୋଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏହି ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଂଜେଇ ।

author-image
Sarbeswar
ଅଦ୍ୟତନ ହୋଇଛି
Huge Cache Of Ganja Recovered From Ambulance In Boudh

Ambulance

ସାଇରନ ବଜାଇ ଆସୁଥିଲା ଆମ୍ବୁଲାନ୍ସ । ରାସ୍ତା ଉପରେ ଆମ୍ବୁଲାନ୍ସକୁ ଦେଖି ଲୋକେ ବାଟ ବି ଛାଡୁଥିଲେ। କାରଣ ସମସ୍ତେ ଜାଣନ୍ତି ରୋଗୀଙ୍କୁ ନେଇ ଜରୁରୀ ସମୟରେ ଯାଏ ଆମ୍ବୁଲାନ୍ସ। ତେଣୁ ଏହାକୁ ଅଟକାଇବାକୁ କିଏ ବା କାହିଁକି ସାହସ କରିବ? ହେଲେ ଥରେ ଚିନ୍ତା କରନ୍ତୁ ତ… ଏଇ ଆମ୍ବୁଲାନ୍ସ ଭିତରେ ଯଦି ରୋଗୀ ନଥାଇ ଗଂଜେଇ ଥିବ? ଚମକିପଡିଲେ କି? ଠିକ୍‌ ଏମିତି ଘଟଣା ଘଟିଛି ବୌଦ୍ଧ ମନମୁଣ୍ଡାରେ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ଚାଲିଚି।

Advertisment

ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଂଜେଇ। ତାହା ପୁଣି ଆମ୍ବୁଲାନ୍ସ ଭିତରେ। କିନ୍ତୁ ଏନେଇ ଅବକାରୀ ବିଭାଗ ପାଖରେ ଥିଲା ପକ୍କା ଖବର । ପୂର୍ବ ପ୍ଲାନ ଅନୁସାରେ ଆମ୍ବୁଲାନ୍ସରେ ଚାଲାଣ ହେଉଥିବା ଚୋରା ଗଂଜେଇକୁ ଧରିବାକୁ ଅଧା ରାସ୍ତାରେ ଗାଡିକୁ ଅଟକାଇଥିଲା ଅବକାରୀ ବିଭାଗ। ବାସ୍‌ ଗାଡି ଧରିବା ପରେ ଦେଖନ୍ତୁ କଣ ମିଳିଲା? କିଲେ କି ଦୁଇ କିଲୋ ନୁହେଁ ପୂରା ୨୦ କିଲୋ ଗଂଜେଇ ଜବତ କଲା ଅବକାରୀ ବିଭାଗ।

ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେବାକୁ ଅମ୍ବୁଲାନ୍ସରେ ଗଂଜେଇ ଚାଲାଣ କରାଯାଉଥିଲା । କିନ୍ତୁ ଏନେଇ ଖବର ପାଇ ସୋନପୁର ଅବକାରୀ ବିଭାଗ ପକ୍ଷରୁ କୁଂଜ ଛକରୁ ଆମ୍ବୁଲାନ୍ସକୁ ପିଛାକରି ବ୍ଲକ ଛକରେ କାବୁ କରାଯାଇଥିଲା । ଗାଡିକୁ ଅଟକାଇଲା ପରେ ଡ୍ରାଇଭର ଫେରାର ମାରିବାକୁ ଚେଷ୍ଟାକଲା ପରେ ବି ତାକୁ କାବୁକରି ଅବକାରୀ ବିଭାଗ ଗିରଫ କରିଛି। ଏମିତି ଉପାୟରେ କେବେଠୁ ଗଂଜେଇ ଚାଲାଣ ହେଉଛି ? ଏବଂ ଚାଲାଣରେ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଚାଲିଛି ତଦନ୍ତ...।

Advertisment
Ganja Seized Ambulance
Advertisment
Advertisment