/odishatv-khabar/media/post_attachments/uploadimage/library/16_9/16_9_0/Watermelon_1678377296.jpg)
Watermelon
କେକ ବଦଳରେ କାଟିଲେ ତରଭୁଜ । କଥାଟା ବୁଝା ପଡ଼ୁନଥିବ । ମୁଖ୍ୟ କଥାଟା ହେଲା, ଆମେ ସମସ୍ତେ ଏବେ ପାଶ୍ଚାତ୍ୟ ସଂସ୍କୃତିକୁ ଆଦରି ନେଇଛେ । ଜନ୍ମ ଦିନ ହେଲେ ଭଳି କି ଭଳି କେକ୍ କାଟିବା ପରମ୍ପରା ଏବେ ଆମକୁ ଗ୍ରାସ କରିସାରିଛି । ତେବେ ଏହି ପରମ୍ପରାଠୁ ଟିକେ ଦୂରେଇକି ଏକ ଜନ୍ମଦିନ ପାଳନ କରାଯାଇଛି । ଆଉ ସେଥିରେ କେକ୍ ବଦଳରେ କଟାଯାଇଛି ତରଭୁଜ । ଏଭଳି ନିଆରା ଜନ୍ମଦିନ ପାଳନ ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ: ପରମ୍ପରା ବଂଚାଇ ରଖିବା ଲାଗି...ମାଟି ପାତ୍ରରେ ରୋଷେଇ କରି ଖାଉଛନ୍ତି ଦମ୍ପତି
ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ସୁବର୍ଣ୍ଣପୁର ରେ ଅସହ୍ୟ ଗରମ ଅନୁଭୂତ ହେଉଛି । କେବେ ସୁବର୍ଣ୍ଣପୁର ଦେଶର ଦ୍ୱିତୀୟ ଉତ୍ତପ୍ତ ସହରରେ ପରିଣତ ହେଉଥିବା ବେଳେ କେବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟୁଛି । ଆଉ ଆମେ ସମସ୍ତେ ଜାଣିଛନ୍ତି ଅସହ୍ୟ ଗରମରୁ ରକ୍ଷା ପାଇବାକୁ ହେଲେ ତରଭୁଜ ଭଳି ଫଳ ଖାଇବା ଜରୁରୀ । ଏଥିଇଁ ବିଭିନ୍ନ ସମୟରେ ଲୋକଙ୍କୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାନ୍ତି ।
ତେଣୁ ଖରାରେ ତରଭୁଜ କାଟି ଖାଇବା ପାଇଁ ଲୋକଙ୍କୁ ପରାମର୍ଶ ଦେବା ଉଦେଶ୍ୟରେ, ଜଣେ ଯୁବକ ନିଜ ଜନ୍ମଦିନରେ କେକ୍ବଦଳରେ ତରଭୁଜ କାଟି ଉତ୍ସବ ପାଳନ କରିଛନ୍ତି। ସୋନପୁର ପଟାଭାଡି ନିବାସୀ ଆଇନଜୀବୀ ବୃନ୍ଦାବନ ମିଶ୍ର ଏବଂ ସନ୍ତୋଷିନୀ ବେଦବାକଙ୍କ ପୁଅ ଦିବ୍ୟଦିର୍ଶନ ମିଶ୍ରଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପରିବାର ତରଫରୁ ପାଳିତ ହୋଇଛି । ଜନ୍ମଦିନ କେକ୍ କାଟିବା ଛାଡି ତରଭୁଜ କାଟି ଜନ୍ମଦିନ ପାଳିତ ହୋଇଛି । ଖରାରୁ ବଞ୍ଚିବା ପାଇଁ ତରଭୁଜ ଭଳି ଫଳ ଖାଇବା ପାଇଁ ସଚେତନତା ସୃଷ୍ଟି ଲକ୍ଷ୍ୟରେ ତରଭୁଜ କଟାଯାଇଛି । ଚଳିତବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ତରଭୁଜ ଚାଷ ଖୁବ୍ ଭଲ ହୋଇଛି । ତେଣୁ କୋଲଡ୍ରିଙ୍ଗସ୍ ଆଦି ପିଇବା ବଦଳରେ ତରଭୁଜ ଖାଇଲେ ଚାଷୀ ମାନେ ଲାଭବାନ ହେବେ ବୋଲି ବାର୍ତ୍ତା ମଧ୍ୟ ଦିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)