Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଲା ତାଲା...ଏବେ ସୁରକ୍ଷିତ କୁନି କୁନି ପିଲା

ଫେବୃୟାରୀ ୨୦ରେ ଶଙ୍କରା-୬ ଖଇରାପଡାର ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥାକୁ ନେଇ ଓଟିଭିରେ ଏକ ରିପୋର୍ଟ ପରିବେଷଣ କରାଯାଇଥିଲା । ଯାହାପରେ ପ୍ରଶାସନ ତତ୍ପରତା ଦେଖାଇଛି.। ପୂର୍ବରୁ ଗ୍ରାମବାସୀ ଯେତେ ଅଭିଯୋଗ କଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିଲେ କିନ୍ତୁ ଖବର ପ୍ରସାରଣ ପରେ ବିନିକା ବିଡିଓ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ନିକଟସ୍ଥ ଏକ ସ୍କୁଲରେ ପିଲାଙ୍କ ପାଠପଢା ଲାଗି ବ୍ୟବସ୍ଥା କରାଇଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
OTV Impact | Dilapidated Anganwadi Centre Locked In Binika

OTV Impact

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଶଙ୍କରା-୬ ଖଇରାପଡାରେ ଥିବା ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ଏବେ ଭାରି ଖରାପ । କେଉଁଠି ଦବିଯାଇଛି ତ କେଉଠି ବଡ଼ ବଡ଼ ଫାଟ ସୃଷ୍ଟି ହୋଇ ଆଁ କରିଛି । କେନ୍ଦ୍ରର ଭିତର ବାହାର ଚାରିପଟ ବିପଦସଂକୁଳ ଅବସ୍ଥାରେ ଅଛି । କେତେବେଳେ ଭୁଷୁଡ଼ିପଡ଼ିବ କହିହେଉନାହିଁ । ଘରେ ଥିବା ଫାଟରେ ସାପ, ବେଙ୍ଗ, ବିଚ୍ଛା, ଖଜରିଆ ରହିଥିବାର ଡର ମଧ୍ୟ ରହିଛି । ଏଭଳି ଅବସ୍ଥାରେ କୁନି କୁନି ପିଲାମାନେ ଏଇଠି ପାଠ ପଢୁଥିଲେ । ଡରି ଡରି ଅଙ୍ଗନବାଡି କେନ୍ଦ୍ର ଆସୁଥିଲେ, ହେଲେ ଏବେ ସେ ଡର ଛାଡିଯାଇଛି । ଓଟିଭିରେ ଖବର ପ୍ରସାରଣ ପରେ ବଦଳିଛି ସ୍ଥିତି..

Advertisment

ଫେବୃୟାରୀ ୨୦ରେ ଶଙ୍କରା-୬ ଖଇରାପଡାର ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥାକୁ ନେଇ ଓଟିଭିରେ ଏକ ରିପୋର୍ଟ ପରିବେଷଣ କରାଯାଇଥିଲା । ଯାହାପରେ ପ୍ରଶାସନ ତତ୍ପରତା ଦେଖାଇଛି.। ପୂର୍ବରୁ ଗ୍ରାମବାସୀ ଯେତେ ଅଭିଯୋଗ କଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିଲେ କିନ୍ତୁ ଖବର ପ୍ରସାରଣ ପରେ ବିନିକା ବିଡିଓ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ନିକଟସ୍ଥ ଏକ ସ୍କୁଲରେ ପିଲାଙ୍କ ପାଠପଢା ଲାଗି ବ୍ୟବସ୍ଥା କରାଇଛନ୍ତି।

ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଅଙ୍ଗନବାଡି କେନ୍ଦ୍ରର ମରାମତି କାମ ମଧ୍ୟ ଆରମ୍ଭ ହୋଇଯାଇଛି ।  ବର୍ଷ ବର୍ଷର ଏହି ସମସ୍ୟାର ଶେଷରେ ସମାଧାନ ହୋଇଥିବାରୁ ଓଟିଭିକୁ ସମସ୍ତେ ଧନ୍ୟବାଦ ଦେଇଛନ୍ତି ।

Advertisment
OTV Impact Special Story
Advertisment
Advertisment