• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଲେକ୍ଟର ମାଡାମ୍‌...ଆମକୁ କ୍ଷମା କରନ୍ତୁ...ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡର କୌଣସି ଲାଭ ଆମେ ପାଉନାହୁଁ । ସରକାର କହିଲେ, ଏଥିରେ ଆମେ ଲକ୍ଷଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସେବା ପାଇବୁ। କିନ୍ତୁ ପ୍ରକୃତରେ ଏଇ କାର୍ଡରେ ଆମେ କିଛି ଲାଭ ପାଉନୁ । ଏ କାର୍ଡ ରଖିକି ଲାଭ କଣ? ଆପଣ ଏ କାର୍ଡ ନେଇଯାଆନ୍ତୁ...

ଦର୍ଶକବନ୍ଧୁ କିଛି ଏମିତି କହି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡକୁ କଲେକ୍ଟରଙ୍କୁ ଫେରାଇ ଦେଇଛନ୍ତି ଜଣେ ହିତାଧିକାରୀ । କହିଛନ୍ତି, ଆମର ଏ କାର୍ଡ ଦରକାର ନାହିଁ । କଲେକ୍ଚରଙ୍କୁ କାର୍ଡ ଫେରାଇ ଦେବା ପରେ ଏବେ ପୂରା ଏରିଆରେ ବଢିଛି ଚର୍ଚ୍ଚା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲାରୁ ଆସିଛି ଏଭଳି ଅଭିଯୋଗ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ଲକ୍‌ରେ କାମ କରୁନି ବିଜୁ ସ୍ୱାସ୍ଥ୍ୟକାର୍ଡ ।

ଅନେକ ଦିନ ହେଲାଣି ସ୍ନାୟୁ ରୋଗରେ ପୀଡିତ ଅଛନ୍ତି ସୁରେଶ ବଗର୍ତି। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ରୋଗର ଚିକିତ୍ସା ବି ସଠିକ୍‌ ଭାବରେ ହେଉନାହିଁ । ଗୁହାରି କରିବା ପରେ ବିଜୁ ସ୍ୱାସ୍ଥ୍ୟକାର୍ଡଟିଏ ପାଇଲେ । ଭାବିଥିଲେ , ଏଇ କାର୍ଡ ନେଇ ଘରୋଇ ମେଡିକାଲରେ ଚିକିତ୍ସିତ ହେବେ କିନ୍ତୁ ସିଏ ବି ହେଲାନି । ଏମିତିକି ବିଜୁ ସ୍ୱାସ୍ଥ୍ୟକାର୍ଡ ଏଇ ମେଡିକାଲରେ କାମ କରୁନି ବୋଲି କହି ଫେରାଇ ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ।

 

ଖଟିଆରେ ପୁଅ ଶୋଇଛି, ଭେଣ୍ଡିଆ ପୁଅର କଷ୍ଟ ଦେଖି ବାପା-ମାଆ କାନ୍ଦୁଛନ୍ତି । ହେଲେ କଣ କରିବେ? କେମିତି କରିବେ? କିଛି ଉପାୟ ପାଉନାହାନ୍ତି । ସେଇଥି ଲାଗି ତ ଭଙ୍ଗାଦଦରା ଘରେ ପୁଅକୁ ନେଇ ବଡ଼ କଷ୍ଟରେ କାଟୁଛନ୍ତି ଦିନ । ସରକାର ସହାୟତା କହିଲେ, ମିଳୁଛି ମାତ୍ର ୨୦ କିଲୋ ଚାଉଳ। ଏତିକିରେ ପରିବାର କେମିତି ଚଳିବ, ସେଇ ଚିନ୍ତା ଘାରୁଛି।

ଦିବ୍ୟାଙ୍ଗ ଓ ଗରିବଙ୍କ ଲାଗି ମାଳମାଳ ଯୋଜନା କରୁଛନ୍ତି ସରକାର । ହେଲେ ପ୍ରକୃତରେ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚିବାର ନା ହିଁ ନେଉନି । ଯେଉଁଥି ଲାଗି ଚିକିତ୍ସା ପାଇଁ ଏମିତି ବାରଦୁଆର ସୁଣ୍ଢିପିଣ୍ଢା ହେଉଛନ୍ତି ହିତାଧିକାରୀ । ସେପଟେ ସୁରେଶଙ୍କ ରୋଗ ସମ୍ପର୍କରେ ଜାଣିବା ପରେ ସହରାଞ୍ଚଳ ନିର୍ବାହୀ ଅଧିକାରୀ କହିଛନ୍ତି ମୁଁ ନିଜେ ଯାଇଥିଲି । ସବୁ ପ୍ରକାର ସାହାଯ୍ୟ ତାଙ୍କୁ ମିଳିବ ।

(ବିନିକାରୁ ଦିଲ୍ଲୀପ କୁମାର ସାହୁ)