• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉଜୁଡି ଯାଇଛି ସୁନାର ଧାନ ଫସଲ । ପୁରା ଧାନ ଫସଲକୁ ପାଦରେ ଦଳି ଚକଟ ନଷ୍ଟ କରିଦେଇଛନ୍ତି ବଣୁଆ ହାତୀପଲ । ଆଉ କିଛିଦିନ ପରେ ଅମଳକରି ଘରକୁ ଧାନ ନେଇଥାନ୍ତା ଚାଷୀ । ହେଲେ ଠିକ ସମୟରେ ବଣୁଆ ହାତୀ ଚାଷୀର ବର୍ଷ ଜାକର ଆହାରକୁ ନଷ୍ଟ କରିଦେଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁତମେଣ୍ଡା ଗାଁରେ ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ।

ଗତ ରାତିରେ ଏହି ଅଂଚଳକୁ ୩୫ ରୁ ଅଧିକ ବଣୁଆ ହାତୀପଲ ଆସି ଧାନଚାଷର ଏହିଭଳି କ୍ଷତି କରିଦେଇଛନ୍ତି । ଖବର ପାଇ ଉଲୁଣ୍ଡା ରେଂଜରଙ୍କ ସମେତ ବନ କର୍ମଚାରୀ କୁତମେଣ୍ଡା ଗାଁର କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଛନ୍ତି ।ଗତ କିଛିଦିନ ହେଲା ଏହି ଅଂଚଳରେ ଡେରା ପକାଇଛନ୍ତି ହାତୀପଲ । ସଂଧ୍ୟା ନଇଁଲେ ଧାନବିଲକୁ ଚାଲି ଆସୁଛନ୍ତି ହାତୀପଲ । ଧାନ ଫସଲକୁ ଖାଇବା ସହ ନଷ୍ଟ କରିଦେଉଛନ୍ତି । ଫଳରେ ହାତୀ ଘଉଡାଇବା ପାଇଁ ଗଛ ଉପରେ ମଂଚା ବାନ୍ଧି ରାତିସାରା ଧାନ କ୍ଷେତକୁ ଜଗି ରହୁଛନ୍ତି ଚାଷୀ । ହେଲେ ବି ହାତୀପଲ ଚାଷ ନଷ୍ଟ କରୁଥିବାରୁ ଏବେ ଚାଷୀଙ୍କ ଚିନ୍ତା ବଢିଯାଇଛି । ଏଣୁ ହାତୀ ଘାଉଡାଇବା ସହ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି ।

କିଛିବର୍ଷ ହେଲା ଉଲୁଣ୍ଡା ରେଂଜର ବିଭିନ୍ନ ଗାଁରେ ହାତୀପଲ ଏହିଭଳି ଉପଦ୍ରବ କରୁଛନ୍ତି । ଠିକ ଧାନ ଅମଳ ସମୟରେ ହାତୀପଲ ଜଂଗଲରୁ ପଦାକୁ ପଳାଇଆସିବା ସହ ଉଲୁଣ୍ଡା ରେଂଜର ଝାରବାହାଲି, ମାଙ୍କଡବାହାଲ, କୁତମେଣ୍ଡା ଭଳି ଆଖପାଖ ଅଂଚଳରେ ଉପଦ୍ରବ କରୁଛନ୍ତି । ଅନ୍ୟପଟେ ହାତୀଙ୍କୁ ସୁରକ୍ଷତି ଭାବେ ଘଉଡାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ବନ ଅଧିକାରୀ କହିଛନ୍ତି ।