• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭିଜିଲାନ୍ସ ଜାଲରେ ଜଗତସିଂହପୁର ର ଡେପୁଟି କଲେକ୍ଟର । ଯେତେ ଖୋଳିଲେ ସେତେ ବାହାରୁଛି କୋଟିପତି ବାବୁ ଚିତ୍ତରଂଜନ ପିଳାଙ୍କ ସଂପତ୍ତି । ରେଡ୍ ବେଳେ ଚିତ୍ତରଂଜନଙ୍କ ୫ ପ୍ଲାଟ୍, ଗୋଟିଏ ଦୁଇ ମହଲା କୋଠା, ୬ଟି ପ୍ଲଟ, ୨ଟି ଚାରି ଚକିଆ ଗାଡ଼ି ଓ ୩ଟି ମୋଟର ସାଇକେଲ ଠାବ କରିଛି ଭିଜିଲାନ୍ସ । ୮୭ ହଜାର ୭ଶହ ୮୫ ନଗଦ ଟଙ୍କା ଜବତ ସହ ଅନ୍ୟାନ ବ୍ୟାଙ୍କ ଜମା ଓ ଜୀବନ ବୀମାର ତାଲିକା ଖୋଜାଚାଲିଛି ।

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଜଗତସିଂହପୁରର ଡେପୁଟି କଲେର ଚିତ୍ତରଂଜନଙ୍କ ଘର ସମେତ ୯ଟି ସ୍ଥାନରେ ରେଡ୍ ଚାଲିଛି । ଭିଜିଲାନ୍ସ ବିଭାଗର ୨ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି । ଏଥିରେ ୧୪ ଜଣ ଇନ୍‌ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ଭୁବନେଶ୍ୱରର ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଚିତ୍ତରଂଜନଙ୍କର ମଞ୍ଚେଶ୍ୱରରେ ଥିବା ଫ୍ଳାଟ, ରଙ୍ଗମାଟିରେ ଥିବା ଆଉ ଏକ ଫ୍ଳାଟ ଓ ଚନ୍ଦକା ଅଞ୍ଚଳରେ ଥିବା ଫ୍ଲାଟରେ ଚଢ଼ାଉ କରାଯାଇଛି । ସେହିପରି ବାଲେଶ୍ୱରର ୩ଟି ସ୍ଥାନ ଓ ଜଗତସିଂହପୁରରେ ୨ ସ୍ଥାନ ଓ ସୋନପୁରରେ ଥିବା ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି ।

ମୋଟ୍‌ ଊପରେ ଏବେ ସୁଦ୍ଧା ଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁରରେ ରେଡ୍ ଅଫିସ୍ ସମେତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି । ମୋଟ ସଂପତ୍ତିର ତାଲିକା ଏଯାଏ ଜଣାପଡିନଥିବା ବେଳେ ଆହୁରି ସଂପତ୍ତି ବଢିପାରେ ବୋଲି ଚର୍ଚ୍ଚା ହେଉଛି ।