• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୟ ଯବାନ, ଜୟ କିଷାନା ନାରା ପଡୁଛି । ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ଅଞ୍ଚଳ । ଦୁଲୁଦୁଲି ବାଜା ବାଜୁଛି, ବିରାଟ ରାଲିର ଆୟୋଜନ ବି ହୋଇଛି । ସମସ୍ତଙ୍କ ହାତରେ ରହିଛି ଜାତୀୟ ପତାକା ଆଉ ମୁହଁରେ ରହିଛି ଭାରତ ମାତାର ସ୍ଲୋଗାନ୍‌ । ଗେଣ୍ଡୁମାଳରେ ସଜାଯାଇଛି ଜିପ୍‌ । ଆଉ ଗାଡିରେ ପୂରା ୟୁନିଫର୍ମରେ ଛିଡା ହୋଇ ସାଲ୍ୟୁଟ୍‌ ମାରୁଛନ୍ତି ଯବାନ । ଏମିତି କିଛି ଦୃଶ୍ୟ ଦେଖିଲେ ଆପଣ ବି ଛାତି ଫୁଲାଇ କହିବେ ଭାରତ ମାତା କି ଜୟ ।

ଅଧିକ ପଢ଼ନ୍ତୁ: ଗାଁ ମାଟିରେ ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ; ଢୋଲ ମୃଦଙ୍ଗ ବଜାଇ ପାଛୋଟି ନେଲେ

୨୨ ବର୍ଷ ଦେଶ ସେବା କରିବା ପରେ ଏବେ ଗାଁକୁ ଫେରିଛନ୍ତି ଯବାନ । ଆଉ ଯବାନଙ୍କୁ ସ୍ୱାଗତ କରିବା ପାଇଁ ଏମିତି ଭବ୍ୟ ଆୟୋଜନ କରିଛନ୍ତି ଗାଁ ଲୋକ । ଶହ ଶହ ଯୁବକ ନିଜ ହାତରେ ଜାତୀୟ ପତାକା ଧରି ମୋଟରସାଇକେଲ ରାଲିରେ ଗାଁକୁ ପାଛୋଟି ନେଇଛନ୍ତି ଯବାନଙ୍କୁ । ଖାଲି ଏତିକି ନୁହେଁ ବରଂ ଜାତୀୟ ସଂଗୀତର ତାଳେ ତାଳେ ଭାରତ ମାତାକି ଜୟ ଧ୍ୱନୀରେ କମ୍ପି ଉଠୁଥିଲା ପୂରା ପରିବେଶ ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ । ଆଉ ଅବସର ପରେ ଗାଁକୁ ଫେରିଥିବା ଯବାନ ଜଣକ ହେଉଛନ୍ତି ଫକୀର ମୋହନ ସାହୁ । ଆସାମ ରାଇଫଲ ଚାକିରିରୁ ଅବସର ନେବା ପରେ ଘରକୁ ଫେରିଛନ୍ତି ଫକୀର । ଆଉ ଫକୀରଙ୍କ ଫେରିବା ଖବର ଗାଁ ଲୋକ ପାଇବା ପରେ ଏମିତି କରିଥିଲେ ସମ୍ବର୍ଦ୍ଧନା ଅୟୋଜନ । ଗାଁ ଲୋକଙ୍କ ଏଭଳି ସ୍ୱାଗତ ସମ୍ପର୍ଦ୍ଧନାକୁ ଦେଖି ଭାବ ବିହ୍ୱଳ ହୋଇ ପଡିଥିଲେ ଫକୀର । ଖାଲି ଏତିକି ନୁହେଁ ବରଂ ଘରେ ପହଞ୍ଚିବା ପରେ କଳସ ବସାଇ ପୂଜାର୍ଚ୍ଚନା କରିବା ପରେ ଗୃହ ପ୍ରବେଶ ହୋଇଥିଲା ଫକୀରଙ୍କର । ୨୨ ବର୍ଷ ପରେ ଘରକୁ ଫେରିଥିବାରୁ ଫକୀରଙ୍କୁ ନେଇ ବେଶ୍‌ ଖୁସି ଥିଲେ ପରିବାର ଲୋକ ।

ସେପଟେ ଫକୀର କହିଛନ୍ତି ନିଜର ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ ହୋଇପାରିବ । ସେନାରେ ସାମିଲ ହେବା ପରେ ମୁଁ ନିଜକୁ ଗର୍ବିତ ମନେ କରୁଛି । ଯବାନ ହୋଇ ସୀମାରେ ଲଢେଇ କରିବା କିଛି କମ୍‌ କଥା ନୁହେଁ । ଆଉ ଘର ବାହୁଡା କଲାବେଳେ ଯଦି ଏମିତି ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ ହୁଏ ତେବେ ଖୁସି ହେବା ସ୍ୱାଭାବିକ କଥା ।

(ରିପୋର୍ଟ- ରବିନ୍ଦ୍ର ହୋତା, ସୋନପୁର)