Advertisment

Murder Plan: ସବୁ ଧରାଇଦେଲା CCTV, ଏମିତି ଥିଲା ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍

ବିବାହର ମାତ୍ର ଦୁଇ ସପ୍ତାହ ପରେ ପତ୍ନୀ ଏଭଳି ଚରମ ପଦକ୍ଷେପ ନେଇପାରେ କେହି କେବେ ସ୍ବପ୍ନରେ ବି ଭାବିପାରିବେନି। ନିଜ ସ୍ବାମୀଙ୍କୁ ସବୁଦିନ ପାଇଁ ସଫା କରିଦେବାକୁ ସୁପାରି କିଲରଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲା। ଏହି ଟଙ୍କା ନେଇ ସୁପାରି କିଲର୍ ସେହି ନବ ବିବାହିତ ମହିଳାଙ୍କ ସ୍ବାମୀଙ୍କୁ ଗୁଳି ଫୁଟାଇ ରାସ୍ତାରୁ ହଟାଇ ଦେଲେ। ଏଭଳି ଘଟଣା ଉତ୍ତରପ୍ରଦେଶର ଆଉରାୟା ଜିଲ୍ଲାରେ ଘଟିଛି। ମହିଳା ଜଣକ ନିଜ ପ୍ରେମିକଙ୍କ ସହିତ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଉତ୍ତରପ୍ରଦେଶରେ ଏହି ଘଟଣା ଆଲୋଡ଼ନ ଖେଳାଇ ଦେଇଛି।

author-image
Puspanjali Panda
ଅଦ୍ୟତନ ହୋଇଛି
ପତିହତ୍ୟା ପାଇଁ ପ୍ଲାନ୍

ପତିହତ୍ୟା ପାଇଁ ପ୍ଲାନ୍

ବିବାହର ମାତ୍ର ଦୁଇ ସପ୍ତାହ ପରେ ପତ୍ନୀ ଏଭଳି ଚରମ ପଦକ୍ଷେପ ନେଇପାରେ କେହି କେବେ ସ୍ବପ୍ନରେ ବି ଭାବିପାରିବେନି। ନିଜ ସ୍ବାମୀଙ୍କୁ ସବୁଦିନ ପାଇଁ ସଫା କରିଦେବାକୁ ସୁପାରି କିଲରଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲା। ଏହି ଟଙ୍କା ନେଇ ସୁପାରି କିଲର୍ ସେହି ନବ ବିବାହିତ ମହିଳାଙ୍କ ସ୍ବାମୀଙ୍କୁ ଗୁଳି ଫୁଟାଇ ରାସ୍ତାରୁ ହଟାଇ ଦେଲେ। ଏଭଳି ଘଟଣା ଉତ୍ତରପ୍ରଦେଶର ଆଉରାୟା ଜିଲ୍ଲାରେ ଘଟିଛି। ମହିଳା ଜଣକ ନିଜ ପ୍ରେମିକଙ୍କ ସହିତ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଉତ୍ତରପ୍ରଦେଶରେ ଏହି ଘଟଣା ଆଲୋଡ଼ନ ଖେଳାଇ ଦେଇଛି।

Advertisment

ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍ ଏମିତି ଥିଲା

ଦୁଇ ପ୍ରେମୀ ଯୁଗଳ ପ୍ରଗତି ଯାଦବ ଓ ଅନୁରାଗ ଯାଦବ ଗଲା ୪ ବର୍ଷ ହେବ ପ୍ରେମ ସଂପର୍କରେ ଥିଲେ। କିନ୍ତୁ ସେମାନଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରିନଥିଲେ। ଗଲା ମାର୍ଚ୍ଚ ୫ ତାରିଖରେ ପ୍ରଗତିଙ୍କୁ ତାଙ୍କ ଇଚ୍ଛା ବିରୋଧରେ ପରିବାର ଲୋକେ ଦିଲ୍ଲୀପ ଯାଦବ ନାମକ ଜଣେ ଯୁବକଙ୍କ ସହିତ ବିବାହ କରାଇଥିଲେ। ବିବାହ ପରେ ପ୍ରଗତୀ ତାଙ୍କ ପ୍ରେମିକଙ୍କୁ ଭେଟିବାର ସୁଯୋଗ ପାଉନଥିଲେ। ନବ ଦମ୍ପତ୍ତିଙ୍କ ସମ୍ପର୍କ ବି ଭଲ ନଥିଲା। ତେଣୁ ପ୍ରଗତୀ ତାଙ୍କ ପ୍ରେମିକ ଅନୁରାଗ ସହିତ ମିଶି ଦିଲ୍ଲୀପଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ଦୁହେଁ ଦିଲୀପଙ୍କୁ ହତ୍ୟା କରିବା ପାଇଁ ଜଣେ ସୁପାରି କିଲର୍ ରାମାଜୀ ଚୌଧୁରୀଙ୍କୁ ନିୟୋଜିତ କରିଥିଲେ। ତାଙ୍କୁ ଏହି ହତ୍ୟାକାଣ୍ଡ ଘଟାଇବା ପାଇଁ ୨ ଲକ୍ଷ ଟଙ୍କା ସୁପାରିଲ ଦେଇଥିଲେ। ରାମାଜୀ ଅନ୍ୟ କିଛି ସହଯୋଗୀଙ୍କୁ ଏହି ହତ୍ୟାକାଣ୍ଡ ଘଟାଇବା ପାଇଁ ଯୋଗାଯୋଗ କରିଥିଲା।

Advertisment

ଯୋଜନା ମୁତାବକ ଅନ୍ୟ ସଦସ୍ୟମାନେ ଏକାଠି ହୋଇଥିଲେ। ଦିଲ୍ଲୀପଙ୍କୁ କୌଶଳକ୍ରମେ ଏକ ବାଇକରେ ବସାଇ କ୍ଷେତକୁ ନେଇଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନେ ଦିଲ୍ଲୀପଙ୍କୁ ନିର୍ଘାତ ମାଡ଼ ମାରିବା ସହିତ ଗୁଳି ମାଡ଼ କରିଥିଲେ। ଏହି ହତ୍ୟାକାଣ୍ଡ ଘଟାଇବା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

ଦରମରା ହେଇ ପଡ଼ିଥିଲା

ମାର୍ଚ୍ଚ ୧୯ ତାରିଖରେ ପୁଲିସ ଦିଲୀପଙ୍କୁ ଏକ କ୍ଷେତରେ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ବିଧୁନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୀଡ଼ିତାଙ୍କୁ ସୈଫାଇ ହସ୍ପିଟାଲ ଓ ପରେ ମଧ୍ୟପ୍ରଦେଶର ଗ୍ୱାଲିୟରକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ୨୫ ବର୍ଷୀୟା ଦିଲ୍ଲୀପଙ୍କୁ ମାର୍ଚ୍ଚ ୨୦ ତାରିଖରେ ଓରାଇୟାସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିନକ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ପୀଡ଼ିତାଙ୍କ ଭାଇ ସାହାର ଥାନାରେ ଏତଲା ଦେଇଥିଲେ।

ସିସିଟିଭି ଧରାଇଦେଲା

ସିସିଟିଭି ଫୁଟେଜ୍ ଆଧାରରେ ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପରେ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ଠାରୁ ୨ଟି ପିସ୍ତଲ, ୪ଟି ଜୀବନ୍ତ ଗୁଳି, ଗୋଟିଏ ବାଇକ୍, ୨ଟି ମୋବାଇଲ, ଗୋଟିଏ ପର୍ସ, ଆଧାରକାର୍ଡ ଓ ୩ ହଜାର ଟଙ୍କା ଜବତ କରାଯାଇଛି। ଏହି ଅପରାଧରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପୁଲିସ ଖୋଜୁଛି। ସେମାନେ ଫେରାର ଥିବାରୁ ପୁଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଦେଇଛି। 

Murder Uttar Pradesh Woman Kills Husband Supari Killer Involved
Advertisment
Advertisment