Advertisment

ପତି ସାର୍.. ଆମକୁ ଛାଡ଼ି ଯାଆନ୍ତୁନି..

୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।

author-image
Sarbeswar
ଅଦ୍ୟତନ ହୋଇଛି
Locals Give Grand Farewell To Teacher In Binika

Teacher

ପାରମ୍ପରିକ ବାଜା ବାଜୁଛି.. ଗୁରୁ ଗୋବିନ୍ଦ ଗୀତ ବୋଲାଚାଲିଛି.. ଭଜନ କୀର୍ତ୍ତନ କରି ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା ବି ହେଲା। ପ୍ରତ୍ୟେକ ଘର ସାମ୍ନାରେ ଗରା ବି ବସିଥିଲା । ପାଦ ଧୋଇ, ଉପଢୌକନ ଓ ପୁଷ୍ପମାଲ୍ୟ ଦେବା ପରେ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଥିଲେ ଗାଁଲୋକେ। ଏମିତିକିଛି ଦୃଶ୍ୟ ଦେଖିବା ପରେ ଆପଣ ଦ୍ୱନ୍ଦ୍ୱରେ ପଡି ଭାବୁଥିବେ ଏଠି ଚାଲିଥିଲା କଣ..ଜାଣିଲେ ଆଶ୍ଚର୍ଯ୍ୟ ହେବେ । କାରଣ ଜଣେ ଶିକ୍ଷକଙ୍କ ବିଦାୟୀ ସମ୍ବର୍ଦ୍ଧନା ବେଳ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

ଗୋଟିଏ ସ୍କୁଲରେ ଚାକିରି ଆରମ୍ଭ ଆଉ ସେହି ସ୍କୁଲରେ ସରିଲା ଚାକିରି ଜୀବନ । ଦୀର୍ଘ ୩୭ ବର୍ଷ ଧରି ସ୍କୁଲଟିକୁ ସେ ନିଜ ପରିବାର ଭଳି ଗଢିତୋଳିଥିଲେ । ସୁବର୍ଣ୍ଣପୁର ବିନିକା ସିଂଘିଯୁବା ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରେମରାଜ ପତି । ଏବେ ସେ ଚାକିରିରୁ ଅବସର ନେଇଛନ୍ତି । ହେଲେ ସମସ୍ତଙ୍କ ଆଖିରେ ଆଜି ଲୁହ ଜକେଇ ଆସିଛି । ବିଦାୟୀ ସମ୍ବର୍ଦ୍ଧନା ଲାଗି ଭବ୍ୟ ଆୟୋଜନ କରାଯାଇଛି । ହେଲେ କାନ୍ଦୁଛନ୍ତି ଛାତ୍ରଛାତ୍ରୀ, ସହକର୍ମୀ ଓ ଗାଁ ଲୋକେ । ପତି ସାରଙ୍କ ଭଳି ଗୁରୁ ଭାଗ୍ୟରେ ଥିଲେ ମିଳେ ବୋଲି କହୁଛନ୍ତି ପିଲାମାନେ।

ଅଧିକ ପଢ଼ନ୍ତୁ: ସାର୍‌ଙ୍କ ପାଇଁ ପିଲାଙ୍କ ଆଖିରେ ଲୁହ : ଅବସର ସମୟରେ ସଭିଙ୍କୁ କନ୍ଦାଇଲେ ପ୍ରଧାନ ଶିକ୍ଷକ

Advertisment

୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।

ହାଇସ୍କୁଲର ସବୁ ଦାୟିତ୍ୱ ମୁଣ୍ଡାଇ ପିଢି ପରେ ପିଢି ପିଲାଙ୍କ ଭବିଷ୍ୟତ ଗଢି ସ୍ଥାନୀୟ ଅଞ୍ଚଳରେ ଜଣେ ଆଦର୍ଶ ଗୁରୁ ଭାବେ ପରିଚିତ ପ୍ରେମରାଜ ପତି । ତାଙ୍କ ବ୍ୟକ୍ତିତ୍ୱ ଆଜିର ସମାଜରେ ଏକ ଉଦାହରଣ । ସେଥିପାଇଁ ସହକର୍ମୀ, ଛାତ୍ରଛାତ୍ରୀ କେହି ତାଙ୍କୁ ଛାଡିବାକୁ ଚାହୁନାହାନ୍ତି । ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାରେ ତାଙ୍କୁ ମିଳିଛି ଖୁବ୍ ସମ୍ମାନ ଓ ଭକ୍ତି । ଭଜନ କୀର୍ତ୍ତନ ସହ ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇଛନ୍ତି ଛାତ୍ରଛାତ୍ରୀ, ସହକର୍ମୀ ଓ ଅଭିଭାବକ । ପ୍ରତ୍ୟେକ ଘର ସାମ୍ନାରେ ମୁରୁଜ ଆଉ ପାଣି ଗରା ରଖାଯାଇଛି । ପତି ସାର ପହଞ୍ଚିବା ମାତ୍ରେ ତାଙ୍କ ପାଦ ଧୋଇ ଫୁଲମାଳ ଉପଢୌକନ ଦେଇ ମୁଣ୍ଡିଆ ମାରୁଥିଲେ ଗାଁ ଲୋକେ । ଏମିତି ଦୃଶ୍ୟ ଜୀବନରେ ଗୁରୁଙ୍କ ମହତ୍ୱକୁ ନିଶ୍ଚୟ ବୁଝାଉଛି ।

(ବିନିକାରୁ ଦିଲ୍ଲୀପ ସାହୁଙ୍କ ରିପୋର୍ଟ)

Teacher Grand Farewell
Advertisment
Advertisment