ଦ୍ୱିତୀୟ ଗୋଲ୍ ଦେଲେ ହାର୍ଦ୍ଦିକ ସିଂହ । ଅମିତ ରୋହିଦାସ ଦେଇଥିଲେ ପ୍ରଥମ ଗୋଲ୍ ।
ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ ।
ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରିଛନ୍ତି ହକିପ୍ରେମୀ ।
ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍।
ସୁନ୍ଦରଗଡ଼ ଜିଲ୍ଲାରେ ୨୦ ବର୍ଷ ହେଲା ସରୁନି ଜନହିତକାରୀ କାମ ।
ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଦିଲ୍ଲୀରୁ ଭର୍ଚୁଆଲ୍ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଉଦ୍ଘାଟନ କରିଛନ୍ତି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ରାଉରକେଲା ରୁଟିନ୍ ଉଡ଼ାଣ ଆରମ୍ଭ ହେବ।
ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର କେବଳ ନିର୍ମାଣ ଖର୍ଚ୍ଚ ନୁହେଁ, ଏହାର ଆୟତନକୁ ନେଇ ମଧ୍ୟ କାଲିଠୁ ଆରମ୍ଭ ହୋଇଛି ବିବାଦ।
ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।
ସିଟୁ କହିଛି, ବିଶ୍ୱକପ୍ର ଦ୍ୱାହି ଦେଇ ଶ୍ରମିକମାନଙ୍କ ପେଟକୁ ଲାତ ମାରିଛନ୍ତି ସରକାର।
ଶୀତୁଆ ସଂନ୍ଧ୍ୟାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କର ଲାଗିଛି ଭିଡ। ଖାଲି ସେତିକି ନୁହେଁ ମିଠା ପାନର ଆସର ମଧ୍ୟ ଦେଖିବାକୁ ମିଳୁଛି । କେବଳ ରଜ ସମୟରେ ପାନ ଷ୍ଟଲରେ ଭିଡ ଲାଗେ ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ରାଉରକେଲାରେ ଅଦିନିଆ ସମୟରେ ପାନ ଦୋକାନରେ ଲାଗିଛି ଭିଡ
ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ।
ସାମୂହିକ ଦାବିକୁ ନେଇ ନବୀନ ନିବାସ ପାଖରେ ହାଇଡ୍ରାମା ।
ହୋର୍ଡିଂ ଉପରକୁ ଚଢିଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ଶିଶୁ ଭବନ ଛକରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କରୁଥିଲେ ।
ହକିପ୍ରେମୀଙ୍କୁ ଟିକଟ୍ ଟେନସନ୍ ଅଫଲାଇନ୍ ଟିକଟ୍ ବିକ୍ରି ବେଳେ ଅରମ୍ଭରୁ ଅବ୍ୟବସ୍ଥା ।
ପ୍ରୋଜେକ୍ଟ ଫେଲୋଶିପ୍ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ NIT(National Institute of Technology ), ରାଉରକେଲା ବିଜ୍ଞପ୍ତି ଜାରି କରିଛି।
ରାଉରକେଲାରୁ ଟେନସା ଦୂରତା ପାଖାପାଖି ୯୫ କିଲୋମିଟର । ୨୦୧୮ ମେ’ ୯ ତାରିଖରେ ରାଉରକେଲା ସେକ୍ଟର-୧୯ ପୋଷ୍ଟ ଅଫିସରେ ୫ଶହ ଟଙ୍କା ମନିଅର୍ଡର କରିଥିଲେ ପ୍ରମୋଦ । ହେଲେ ଟଙ୍କା ଭଉଣୀ ପାଖରେ ପହଁଚିଛି କି ନାହିଁ, ଆଉ ବୁଝିନଥିଲେ ।
କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା ।
ମହାନଗର ମାନ୍ୟତା ମିଳିଲା, ହେଲେ ମେୟର ପାଇଲାନି ରାଉରକେଲା ମହାନଗର ନିଗମ। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ହକି ବିଶ୍ୱକପ୍ର ଆୟୋଜନ କରି ରାଉରକେଲାବାସୀଙ୍କ ଭାବମୂର୍ତ୍ତୀ ଜିଣିବାକୁ ଶାସକ ଦଳ ଚେଷ୍ଟା କରୁଛି।
ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି ।
ଲାଇନଚ୍ୟୁତ ହେବାରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ ।