Advertisment

ଟଏଲେଟ୍ ପିଛା ଅଢେଇରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ, ହେଲେ ଭିତର ଅବସ୍ଥା ଭାରି ଦୟନୀୟ

ଟଏଲେଟ୍ ପ୍ରକଳ୍ପ ନାଁରେ ବିରାଟ ଘୋଟାଲା !

author-image
Prangyan Parimita
ଅଦ୍ୟତନ ହୋଇଛି
jojanara Na Hariloot

jojanara Na Hariloot

‘ଲୁ’ ନାଁରେ ମହାଲୁଟ୍ । ମୁକ୍ତା ଯୋଜନାରେ ହୋଇଥିବା ‘ଲୁ’ ବା ଟଏଲେଟ୍ ପ୍ରକଳ୍ପ ନାଁରେ ବିରାଟ ଘୋଟାଲା। ହକି ବିଶ୍ୱକପ୍ ପାଇଁ ବିଦେଶରୁ ଶହ ଶହ ଖେଳାଳି ଓ ଦର୍ଶକଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଉରକେଲା ସହରର ଛକ ଛକରେ କରାଗଲା ପୁରୁଷ ଓ ମହିଳା ପରିସ୍ରାଗାର। ଯୁଦ୍ଧକାଳୀନ ଭିତ୍ତିରେ କାମ ହେଲା ସତ କିନ୍ତୁ ଖାଲି ଉପରକୁ ଚକାଚକ୍ କରାଗଲା, ହେଲେ ଭିତରେ ଦୟନୀୟ ସ୍ଥିତି । ରାଉରକେଲା ଡିଏଭି ଛକରେ ଥିବା ‘ଲୁ’ ପ୍ରକଳ୍ପର ଅବସ୍ଥା ଏବେ କହିଲେ ନସରେ ।

Advertisment

ଉପରକୁ ଖୁବ୍ ଚିକ୍କଣ ଦେଖାଯାଉଛି, ଯେମିତି ଯେକେହି ଭାବିବେ ଅତି ସୁନ୍ଦର ହୋଇଛି। ହେଲେ ଏଠାରେ ପାଣି କି ଇଲେକ୍ଟ୍ରି ବ୍ୟବସ୍ଥା ନାହିଁ। ରାଉରକେଲା ଜେଲ୍ ରୋଡ୍ ଛକରେ ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଟଏଲେଟ୍ କାନ୍ଥ ପ୍ଲାଷ୍ଟର ସରିନି, ତା ସହ ପାଣି, ବିଦ୍ୟୁତ୍ ଓ ଡ୍ରେନ୍ ବ୍ୟବସ୍ଥା କିଛି ହୋଇନି। ତିଆରି ହୋଇଥିବା ଘର ଏବେ ପୁଣି ରାସ୍ତା ପ୍ରଶସ୍ତିକରଣ ପାଇଁ ଭଙ୍ଗାଯିବ।

ରାଉରକେଲା ମହାନଗର ନିଗମର ୫୮ଟି ସ୍ଥାନରେ ମୁକ୍ତା ଯୋଜନାରେ ହୋଇଛି ଟଏଲେଟ୍। ନୟାବଜାର ସତସଙ୍ଗ ବିହାର ସାମ୍ନାରେ ଏକ ‘ଲୁ’ ପ୍ରକଳ୍ପ ହୋଇଥିବା ତାଲିକା ନମ୍ବର ୩ରେ ଲେଖା ଅଛି । କିନ୍ତୁ ଆମ ପ୍ରତିନିଧି ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିବା ପରେ ସେଠାରେ କୌଣସି ଲୁ’ ପ୍ରକଳ୍ପ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଏଠାରେ ଟଏଲେଟ୍ ନାଁରେ ଫଲସ ବିଲ୍ ହୋଇଥିବା ଜଳ ଜଳ ଦିଶୁଛି।

Advertisment

ରାଉରକେଲା ସହର ସାରା ଯୁଆଡେ ଗଲେ ଦେଖିବାକୁ ମିଳିବ ‘ଲୁ’ର ବିକଳ ଚିତ୍ର। ୫୮ଟିରୁ ୧୦ଟି ସ୍ଥାନ ବୁଲିବା ପରେ କୌଣସି ଗୋଟିଏ ଜାଗାରେ ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପ୍ରତି ଟଏଲେଟ୍ ପାଇଁ ଅଢେଇରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ କେଉଁ ବାବଦରେ ଏତେ ଟଙ୍କା ଖର୍ଚ୍ଚ ହେଲା ? ଯଦି ଲୋକଙ୍କ କାମରେ ନଲାଗିବ, ତେବେ କାହିଁକି ବରବାଦ୍ ହେଉଛି ସରକାରୀ ଟଙ୍କା ?

ଗତ ଡିସେମ୍ବର ଅର୍ଥାତ୍ ୪ ମାସ ତଳେ କାମ ସରି ବିଲ୍ ହୋଇଛି। କିନ୍ତୁ ରାଉରକେଲା ମହାନଗର ନିଗମ ତତ୍ୱାବଧାନରେ ହୋଇଥିବା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ବାଟବଣା । ନୟାବଜାର ସତସଙ୍ଗ ବିହାର ପରି ଆହୁରି କିଛି ସ୍ଥାନରେ ମଧ୍ୟ ମିଥ୍ୟା ବିଲ୍ ହୋଇଥିବା ଅନୁମାନ କରାଯାଉଛି। କିଛି ସ୍ଥାନରେ ପାଣି କନେକ୍ସନ୍ ଦିଆଯାଇନଥିବା ସ୍ୱୀକାର କରିଛନ୍ତି ଆରଏମସି ଡେପୁଟି କମିଶନର। ମୁକ୍ତା ସେଲ୍ ପ୍ରକଳ୍ପ ମୁଖ୍ୟ ମଧ୍ୟ ସମାନ କଥା କହିଛନ୍ତି।

ଗୋଟେ ଗୋଟେ ଲୁ ବା ଟଏଲେଟ୍ ପାଇଁ ଅଢେଇରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି, କିନ୍ତୁ କାହିଁକି କାମ ହୋଇନି। ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ଏଗୁଡିକର ଯାଞ୍ଚ କରିନାହାନ୍ତି କାହିଁକି ?

Jojanara Na Hariloot
Advertisment
Advertisment