• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ରାଉରକେଲା ଦିବସ ପାଳନ ଅବସରରେ ରାଉରକେଲା ରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ୭ ବର୍ଷ ଧରି ରାଉରକେଲା ଦିବସ ପାଳନ କରିଆସୁଥିବା କାନଭାସ୍ ପରିବାର ପକ୍ଷରୁ ଓଟିଭି ଏମ୍‌ଡିଙ୍କୁ ପ୍ରଦାନ କରାଯାଇଛି ଉତ୍କଳ ରତ୍ନ ସମ୍ମାନ ।

ତେବେ ଜଗିଙ୍କ ତରଫରୁ ଓଟିଭିର ରାଉରକେଲା ବ୍ୟୁରୋ ହେଡ୍ ପବନ ତିୱାରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ଟଙ୍କିକିଆ କ୍ଲିନିକ ପାଇଁ ଚର୍ଚ୍ଚାରେ ଥିବା ଡାକ୍ତର ଶଙ୍କର ରାମ ଚନ୍ଦାନିଙ୍କୁ ପ୍ରଦାନ କରାଯାଇଛି ଉତ୍କଳ ଗୌରବ ସମ୍ମାନ। ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି ।