• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜିଠୁ ଆରମ୍ଭ ହେଉଛି ହକି ବିଶ୍ୱକପ୍ ମହାସମର । ଷ୍ଟାଡିୟମ୍ ପ୍ରସ୍ତୁତ, ପ୍ଲେୟାର ପ୍ରସ୍ତୁତ । ଅପେକ୍ଷା ଉଦଘାଟନୀ ମ୍ୟାଚକୁ । ବିଶ୍ୱର ବଛା ବଛା ୧୬ ଟିମ୍ ମଧ୍ୟରେ ହେବ ଟକ୍କର । ଏହାକୁ ନେଇ ରାଜ୍ୟରେ ଏବେ ହକି ଫିଭର । ଆଜି ଉଦଘାଟନୀ ଦିବସରେ ଖେଳାଯିବ ୪ଟି ମ୍ୟାଚ୍ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଓ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଆୟୋଜକ ଭାରତ ।

ଚଳିତ ବିଶ୍ୱକପରେ ସ୍ପେନ୍ ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳିବ ନିଜର ପ୍ରଥମ ମ୍ୟାଚ୍ । ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା ଏ ମ୍ୟାଚ୍ ଉପରେ ପୁରା ଦେଶର ନଜର ରହିଛି । ଘରୋଇ ମାଟି ସହ ହୋମ୍ ଗ୍ରାଉଣ୍ଡର ଦୁଇ ଷ୍ଟାର ଅମିତ ରୋହିଦାସ ଓ ନିଲମ୍ ସଂଜୀପ ଖେସଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଦଳ । ମ୍ୟାଚର ଦୁଇ ସପ୍ତାହ ପୂର୍ବରୁ ବ୍ରାଣ୍ଡ ନ୍ୟୁ ର୍ବିସା ମୁଣ୍ଡା ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ସଦସ୍ୟମାନେ ଅଭ୍ୟାସ କରିଥିବାରୁ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ ଆଶା ରଖିଛନ୍ତି ଭାରତୀୟ ଦଳର କ୍ୟାପଟେନ ଓ କୋଚ୍।

ଦେଖନ୍ତୁ ଫଟୋ | ଓଲି ଲ୍ୟାଣ୍ଡର ମଜା ନେଲେ ଦର୍ଶକ, ଯୁଆଡ଼େ ଦେଖ ସେଲ୍‌ଫି ପଏଣ୍ଟ

ଲଗାତର ଦ୍ୱିତୀୟ ଥର ପାଇଁ ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଖେଳିବାକୁ ଯାଉଛନ୍ତି ଟିମ୍ ହରପ୍ରୀତ ଆଣ୍ଡ୍ କୋ । ୧୯୭୫ ମସିହା ପରଠାରୁ ଭାରତ ପାଇଁ ସ୍ୱପ୍ନ ହୋଇ ରହିଛି ବିଶ୍ୱକପ ମୁକୁଟ । ଗତ ବିଶ୍ୱକପରେ କ୍ୱାର୍ଟର ଫାଇନାଲରୁ ଆଉଟ୍ ହୋଇ ଷଷ୍ଠ ସ୍ଥାନରେ ରହିଥିଲା ଭାରତ । ଏଥର ଘରୋଇ ଦଳଠାରୁ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି କୋଟି କୋଟି ହକି ପ୍ରେମୀ.. ।

ଭାରତ ମ୍ୟାଚ୍ ଛଡ଼ା ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସଂଧ୍ୟା ୫ଟାରେ ଇଂଲଣ୍ଡ-ୱେଲସ ମଧ୍ୟରେ ହେବ ମୁକାବିଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଦିନ ଗୋଟାଏରେ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଥିବା ବେଳେ ଅପରାହ୍ନ ୩ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ ଟକ୍କର ... ।