ପ୍ରକାଶ ପାଇଛି ସାରା ଦେଶର ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ । ତାଲିକାରେ ଗଲା ବର୍ଷ ୪୫ନମ୍ବରରେ ଥିଲା ଷ୍ଟିଲସିଟି ରାଉରକେଲା । ଆଉ ଚଳିତ ବର୍ଷ ବହୁ ତଳକୁ ଖସି ୧୧୯ ନମ୍ବରରେ ପହଞ୍ଚିଛି ।
କିଛି ମାସ ତଳେ ବାପା ଚାଲିଗଲେ, କାଲି ମାଆକୁ ବି ଛଡ଼ାଇ ନେଲା ହଇଜା... ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛପର ଉଡ଼ିଯାଇଥିଲା, ଆଉ କାଲି ଭୁଶୁଡ଼ି ପଡ଼ିଲା ସୁରକ୍ଷାର ଚାରିକାନ୍ଥ... । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ, ଦୁନିଆ ଦୁଆରେ ବେସାହାରା ହୋଇଗଲେ ତାଙ୍କର ୩ ବଢ଼ିଲା ଝିଅ। ବଡ଼ ଓ ମଝିଆଁ ମୂଲ ମଜୁରୀ ଲାଗୁଥିବା ବେଳେ, ଦଶମରେ ପଢ଼ୁଥିବା ସାନ ଝିଅକୁ ଲାଗିଛି ସବୁଠୁ ବଡ଼ ଧକ୍କା ।
ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରବାସୀଙ୍କୁ ପାଣି ଯୋଗା ଯାଉଥିଲା ବେଳେ, ରକ୍ଷଣାବେକ୍ଷଣରେ ଅବ୍ୟବସ୍ଥାରୁ ସରକାରୀ ପାଣି ହିଁ ଏବେ ହଇଜାର ବାହକ ସାଜିଥିବା ଅଭିଯୋଗ ହେଉଛି ।
ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ, ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ସରକାରୀ ଭାବେ ମୃତ୍ୟୁସଂଖ୍ୟା ୬ କୁହା ଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ରହିଛି ।
ସରକାର କହୁଛନ୍ତି, ରାଉରକେଲା ଝାଡ଼ାବାନ୍ତିରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି । ଆଉ ଏ ସଂଖ୍ୟା ବଢ଼ି ଚାଲିଛି ।
ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ମିଳିଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ...ବିଭିନ୍ନ କାରଣରୁ ବ୍ୟାକ୍ଟେରିଆ ଖାଦ୍ୟ ନଳୀକୁ ସଂକ୍ରମଣ କରିଥାଏ...ବହୁତ ଶୀଘ୍ର ଏହା ଶରୀରରେ କ୍ଷତି ପହଞ୍ଚାଏ...
ଝାଡ଼ାବାନ୍ତି ନୁହେଁ, ଷ୍ଟିଲ ସିଟିରେ ମାଡ଼ିଚାଲିଛି ହଇଜା । ବୋଲ ମାନୁନି । ଅଣାୟତ୍ତ ହେଲାଣି ସ୍ଥିତି । ଗତକାଲି ସୁଦ୍ଧା ଏ ସ୍ମାର୍ଟସିଟିରେ ୧ ହଜାର ୨୫ ଜଣ ରୋଗୀ ଚିହ୍ନଟ ହେଲେଣି ।
ପାଣି ସାମ୍ପଲରୁ କଲେରା ଜୀବାଣୁ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା...ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ନେଇ ମିଳିଲା ବଡ଼ ସୂଚନା...
କିରେଇ ୭, ଫୁଲବାଣୀ ୮.୫, କୋରାପୁଟ ୮.୭, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯, ଝାରସୁଗୁଡ଼ା ୯.୨, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, ଅନୁଗୁଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ସହ କଟକ ୧୩.୫ ଓ ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୩.୮ ଡିଗ୍ରୀ ରହିଛି ।
ରାଉରକେଲା ସରକାରୀ ହସପିଟାଲ ଭିତରରେ ଝାଡ଼ାବାନ୍ତି ରୋଗୀ ହାଉଜାଉ । ୱାର୍ଡରେ ଆଉ ଯାଗା ନାହିଁ । ଗୁରୁତରଙ୍କୁ ଆରଜିଏଚ୍ ନହେଲେ ହାଇଟେକ୍ ମେଡିକାଲ ପଠାଯାଉଛି ।
ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ । ହସପିଟାଲରେ ବେଡ୍ ମିଳୁନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି । ସ୍ମାର୍ଟସିଟି କାମବେଳେ ଫାଟିଥିବା ପାଣି ପାଇପର ଠିକ୍ରେ ମରାମତି ହୋଇନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା କୁହାଯାଉଛି ।
ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଶତାଧିକ ଲୋକ ଅକ୍ରାନ୍ତ ହେଉଥିବା ବେଳେ ୨ ଦିନରେ ୪ ଜଣ ଆଖି ବୁଜିଲେଣି ।
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା...ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ... ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ କମିଲା ଭିଜିବିଲିଟି ...
ରାଜ୍ୟ ଓ ବାହାର ରାଜ୍ୟର ରୋଗୀ ହନ୍ତସନ୍ତ । ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ମେଡିକାଲ ।
ରାଉରକେଲାର କୋଏଲ ନଦୀରେ ବୁଡ଼ି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି।
ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ହଇରାଣ…କେବେ ହେବ ଉନ୍ନତିକରଣ ଲୋକେ ଉଠାଇଲେ ପ୍ରଶ୍ନ…
ରାଉରକେଲାରେ ବଡ଼ ଧରଣର ବିସ୍ଫୋରଣ । କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ ।
ଉଦଘାଟିତ ଉତ୍ସବରେ କୌଣସି ସରପଞ୍ଚ ଯୋଗ ଦେଇ ନଥିଲେ । ତେବେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ସରପଞ୍ଚ ସଂଘ୍ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସରପଞ୍ଚ ସଂଘ ।
ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏସପିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ, ସିବିଆଇ ତଦନ୍ତ ହେଉ କହିଲେ ସଂଜୟ ଲାକ୍ରା...ଏକ୍ସାଇଟେଡ ଡେଲିରିୟମରେ ମୃତ୍ୟୁ ହୋଇଥିବା ଏସ ପ କହିବା ଦୁର୍ଭାଗ୍ୟଜନ..ପୋଷ୍ଟମର୍ଟମ ରିପୋର୍ଟ ଗ୍ରହଣ କରୁନୁ, ସିବିଆଇ ତଦନ୍ତ ହେଉ
ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ ।
ମନ୍ଦିର ପୂଜକଙ୍କ କହିବାନୁଯାୟୀ, ବୈଷ୍ଣୋଦେବୀଙ୍କ ମନ୍ଦିର ସାରା ଭାରତରେ ଜାମ୍ମୁ କଶ୍ମୀର ବାଦ୍ କେବଳ ଓଡ଼ିଶାରେ ରହିଛି ।
କେବେ ଡନ୍, କେବେ ଦାନୀ ତ କେବେ ଡାକ୍ତର । ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କ ଭିନ୍ନ ଭିନ୍ନ ରୂପ ।
ଡାକ୍ତର ସାଜିଲେ ଶ୍ରମମନ୍ତ୍ରୀ ସାରଦା ନାୟକ । ରକ୍ତଦାତାଙ୍କଠୁ ରକ୍ତ ଟାଣିଲେ । କଇଁଚି ଧରି ରିବନ କାଟିବା ଛାଡ଼ି ରକ୍ତଦାନ ପାଇଁ ଆସିଥିବା କର୍ମୀ ଓ ସାଧାରଣ ଲୋକଙ୍କ ପାଖକୁ ଯାଇଥିଲେ ।