• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାରେ ଆଜି ଠାରୁ ଫାଇଭ୍-ଜି ସେବା ଆରମ୍ଭ ହୋଇଥିବା ବେଳେ ଏହା ୨ବର୍ଷ ଭିତରେ ସାରା ରାଜ୍ୟରେ ପହଁଚିବ । ଓଡ଼ିଶାରେ ୫ ଜି ସେବା ଆରମ୍ଭ ଅବସର ରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଅଗଷ୍ଟ ୧୫, ୨୦୨୪ ସୁଦ୍ଧା ରାଜ୍ୟର ସବୁ ଜାଗାରେ ଟାୱାର କନେକ୍ଟିଭିଟି ହୋଇଯିବ । ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି । ଓଡ଼ିଶାର ପ୍ରତି ଗାଁ ଓ ସ୍କୁଲକୁ ହାଇସ୍ପିଡ କେବୁଲ ପହଞ୍ଚିବ ।

ଓଡ଼ିଶା ର ୮ଟି ଜାଗାରେ ସଫ୍ଟେଓ୍ୱୟାର ଟେକ୍ନୋଲୋଜି ପାର୍କ କରାଯିବ । ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, କୋରାପୁଟ, ଜୟପୁର ଏବଂ ସମ୍ବଲପୁରରେ ଏହି ପାର୍କ ହେବ । ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ସବୁ ଟେକ୍ନୋଲୋଜି ପାର୍କ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ୫ ହଜାର ୬୦୦ କୋଟିର ଟେଲିକମ୍ ପ୍ୟାକେଜ୍ ମଂଜୁର କରିଛନ୍ତି । ରାଜ୍ୟର ୭ ହଜାର ଗାଁକୁ ମୋବାଇଲ କନେକ୍ଟିଭିଟି ହେବ । ଏହାସହ ଓଡ଼ିଶାରେ ହେବ 5G ଲ୍ୟାବ୍ । ଏଥିପାଇଁ ଏମଓୟୁ ସ୍ୱାକ୍ଷର ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେବେ ସେବା ଆରମ୍ଭ ହେବା ପରେ 5G ଦର 4G ସହ ସମାନ ରହିବ । ଦର ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 4G ଦର ସହ 5G ଦର ପାଖାପାଖି ସମାନ ରହିବ । ସାରା ଦେଶରେ 5G ଲାଗୁ ପାଇଁ ଅଢ଼େଇରୁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । 5G ପାଇଁ ୯୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଭୁବନେଶ୍ୱରରେ ଆଜି ଫାଇଭ୍-ଜି ସେବାର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଫାଇଭ୍-ଜି ସେବାର ଲୋକାର୍ପଣ କରାଯାଇଛି । ଦୁଇ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ଯୋଗାଉଛନ୍ତି । ପ୍ରଥମେ କଟକ ଓ ଭୁବନେଶ୍ୱରରେ ଏହି ଫାଇଭ୍ ଜି ସେବା ଆରମ୍ଭ ହୋଇଛି । ପରେ ଅନ୍ୟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ।

ଆଜି ଉଭୟ ଜିଓ ଏବଂ ଏୟାରଟେଲ୍ ପକ୍ଷରୁ ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ଫାଇଭ୍-ଜି ସେବା ଆରମ୍ଭ ହୋଇଛି । ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ଫାଇଭ୍-ଜି ଆରମ୍ଭ କରିବ । ଫାଇଭ୍-ଜି ସେବା ଯୋଗାଇ ଦେବାକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧୦ଟି ବିଟିଏସ୍ ବା ବେସ୍ ଟ୍ରାନସିଭର୍ ଷ୍ଟେସନ ଲଗାଯାଇଛି ।

ସେପଟେ ରାଜ୍ୟରେ 5G ସେବା ଉଦଘାଟନ ଭିତରେ ଇଣ୍ଟରନେଟ କନେକ୍ଟିଭିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । କହିଛନ୍ତି, ରାଜ୍ୟର ୨୫ ପ୍ରତିଶତ ଲୋକଙ୍କ ପାଖରେ ଇଣ୍ଟରନେଟ ସୁବିଧା ନାହିଁ । ଏଭଳି ସ୍ଥିତିରେ ଓଡ଼ିଶାରେ 5G କେବଳ ଏକ ଭେଳିକି । କେନ୍ଦ୍ରର 5Gକୁ ସ୍ୱାଗତ, ହେଲେ ଏହା ପ୍ରଚାର ସର୍ବସ୍ୱ ହୋଇ ନ ରହୁ ବୋଲି ବିଜେଡି କହିଛି ।