/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673623833.jpg)
Hockey World Cup
ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଭାରତ । ବିଜୟରୁ ଆରମ୍ଭ ହେଲା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ । ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ମାତ୍ ଦେଇଛି ଭାରତ । ହୋମ ଗ୍ରାଉଣ୍ଡରେ ଆଜି ଦେଶ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ଓଡ଼ିଆ ଖେଳାଳି ତଥା ଟିମ୍ ଇଣ୍ଡିଆ ଉପଅଧିନାୟକ ଅମିତ ରୋହିଦାସ ।
Advertisment
ହରମନପ୍ରୀତ୍ ସିଂଙ୍କଠାରୁ ପାସ୍ ପାଇ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଅମିତ । ଏଥିସହ ୧-୦ ଗୋଲରେ ଆଗୁଆ ହୋଇଯାଇଥିଲା ଭାରତ । ବିଶ୍ୱକପ୍ର ଏହି ଗୋଲ୍ ଥିଲା ଭାରତ ପାଇଁ ୨ଶହ ତମ ଗୋଲ୍ । ଏହାପରେ ମ୍ୟାଚ୍ର ସେକେଣ୍ଡ କ୍ୱାର୍ଟରରେ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ ହାର୍ଦ୍ଦିକ ସିଂ । ୨-୦ ଗୋଲ୍ରେ ଆଗୁଆ ହୋଇଯାଇଥିଲା ଭାରତ । ଏହାପରେ ମ୍ୟାଚ୍ ସରିବା ଯାଏଁ ସ୍ପେନ୍ ଆଉ ଗୋଲ୍ ଦେଇପାରିନଥିଲା । ଫଳରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଛି ।
ଅଧିକ ପଢ଼ନ୍ତୁ:୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)