ଇଚ୍ଛା ଥିଲା ଦେଶ ପାଇଁ ଗୌରବ ଆଣିବେ, ମେଡାଲ ପିନ୍ଧି ଛାତି ଚୌଡା ହେବ । ହେଲେ ଛାତିରେ ମେଡାଲ ନୁହେଁ, ରହିଛି ସିକ୍ୟୁରିଟି ଗାର୍ଡର ପୋଷାକ ।
ବେଦବ୍ୟାସରେ ଝୁଲାପୋଲ କେଉଁ ସ୍ଥାନରେ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ।
ଗାଡ଼ିରୁ ଓହ୍ଲାଇ ଆସି ଛାତ୍ରର ଭଲମନ୍ଦ ବୁଝିଲେ ମନ୍ତ୍ରୀ । ତୁରନ୍ତ ଆମ୍ବୁଲାନ୍ସ ଡକାଇ ଛାତ୍ରକୁ ମେଡିକାଲ ପଠାଇଲେ ।
ରାଉରକେଲାରୁ ରାଜ୍ୟ ବାହାରକୁ ଯିବା ବାଟରେ ଟ୍ରକ ଗାଏବ ।
ଅଚାନକ ରବିବାର ଦିନ ରାତିରେ ଡ୍ରାଇଭର ରାଜୁ ନାଗ, ଯୁବତୀଙ୍କ ଘରେ ପହଞ୍ଚିଥିଲା । ଆଉ ଯୁବତୀଙ୍କୁ ବାହାରକୁ ଯିବାକୁ ବାଧ୍ୟ କରିଥିଲା ।
ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି ୫ ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ପୂର୍ବରୁ ଥିଲା ୩୫୨ ଟଙ୍କା। ଏବେ ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି କରାଯାଇଛି।
ସବୁଠି ତାଉ ଖାଉଛି ପରିବା ଦର। ୭୦, ୮୦ ଟଙ୍କା ତଳକୁ ଯେପରି ପରିବା ବଜାରରେ ମିଳୁ ହିଁ ନାହିଁ। ଏମିତି କି ରୋଷେଇ ଘରରଅତି ଆବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଓ ଟମାଟୋ ଦର ଅଧିକାଂଶ ସ୍ଥାନରେ ୪୦ ପାର କରିଛି।
ଘରେ ପଶୁ ପଶୁ ଚାଳ ବାଜିଲାଣି। ଦୁଇ ମାସ ହେବ ଦୋକାନ ଆଲର୍ଟମେଣ୍ଟ ହୋଇଛି। ହେଲେ ସମସ୍ୟା ଯେ କାହିଁରେ କଣ। ରାଉରକେଲା ସହରକୁ ପ୍ରବେଶ ପଥ ନିକଟରେ ନିର୍ମାଣ ହୋଇଛି ପାନପୋଷ ମାର୍କେଟ୍।
ଦିନେ ଯିଏ ବନ୍ଧା ହୋଇ ଜେଲ୍ ଯାଇଥିଲା, ସେହି ନକଲି ଡାକ୍ତର ଜେଲରୁ ବାହାରି ପୁଣି ଚଳାଇଲା ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇ କାହା ପାଇଁ ଔଷଧ ଲେଖୁଥିଲା ତ ଆଉ କାହାର ଡାଏଲିସିସ୍ କଲା ।
ପୁଣି ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର ଅଭିଯୋଗ । ରାଉରକେଲା ସରକାରୀ ଡାକ୍ତରଖାନାରେ ପଦ୍ମନାଭନ୍ ମୁଖି ନାମକ ଜଣେ ବ୍ୟକ୍ତିଙ୍କୁ ନକଲି ଡାକ୍ତର ଆଶଙ୍କା କରି ନିଜ ହେପାଜତକୁ ନେଇ ଖୋଳତାଡ଼ କରୁଛି ପୋଲିସ ।
କୁହାଯାଏ, ପ୍ରେମ ସତ୍ୟ... ପ୍ରେମ ଶାଶ୍ଵତ... ଆଉ ପ୍ରେମ ଚିରନ୍ତର । ପ୍ରତ୍ୟେକଟି ମଣିଷର ଜୀବନରେ କେହି ନା କେହି ଆସିଥାଏ ।
ଗୁରୁତର ଅବସ୍ଥାରେ ସେମାନଙ୍କୁ ରାଉରକେଲା ଆରଜିଏଚ୍ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଆସନ୍ତା ୩ରୁ ୪ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିବ । ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।
ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୨୦ଟି ସେଥିରୁ ଅଂଶୁଘାତ ନେଇ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
ରାଉରକେଲା ସହରରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି । ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।
ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।
ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନି ବର୍ଷା ହେଉଛି । ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ବଢ଼ିବାରେ ଲାଗିଛି ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା । ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଉରକେଲା RGHରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି ।
ରାଉରକେଲାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ।
ଦ୍ୱିତୀୟ ଦଫା ଲଢ଼େଇରେ ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ।
ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ପାଇଁ ଉତ୍ତେଜନା । ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ତାଙ୍କ କର୍ମୀଙ୍କୁ ନେଇ ବୁଥ୍ ଭିତରେ ପଶିବାକୁ ଉଦ୍ୟମ କରିଥିଲେ।
ଓଡ଼ିଶାର ଶାସନ ବ୍ୟବସ୍ଥା ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ଥରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ ।
ରାଉରକେଲା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ରାଜ୍ୟ ସରକାରଙ୍କ ପଲିସି ଠିକ୍ କି ନାହିଁ ତାହା ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି ।