Advertisment

ହକି ବିଶ୍ୱକପ୍ ପାଇଁ ବିପଦରେ ସୁନ୍ଦରଗଡ଼ର ୧୫ ହଜାର ଶ୍ରମିକଙ୍କ ଦାନାପାଣି

ସିଟୁ କହିଛି, ବିଶ୍ୱକପ୍‌ର ଦ୍ୱାହି ଦେଇ ଶ୍ରମିକମାନଙ୍କ ପେଟକୁ ଲାତ ମାରିଛନ୍ତି ସରକାର।

author-image
Chandan Shishu
ଅଦ୍ୟତନ ହୋଇଛି
Hockey Men's World Cup 2023

State pollution board notices to shut factories in Rourkela

ହକି ବିଶ୍ୱ କପ୍ ହେଲେ ଆମର ଆପତ୍ତି ନାହିଁ କିନ୍ତୁ କାରଖାନା ମାସେ ବନ୍ଦ ହୋଇଗଲେ ଆମେ ଚଳିବୁ କେମିତି? ପିଲାଛୁଆ ବଞ୍ଚିବେ କେମିତି? ମୁଣ୍ଡ ଝାଳ ତୁଣ୍ଡରେ ମାରି ସବୁଦିନ ମୁଲ ଲାଗି ପେଟ ପୋଷୁଥିବା ଶ୍ରମିକମାନଙ୍କର ଏହା ହେଉଛି କୋହଭରା ସ୍ବର। ଜାନୁଆରୀ ୧୩ରୁ ରାଉରକେଲାଭୁବନେଶ୍ୱର ରେ ହକି ବିଶ୍ୱକପ୍ ଆରମ୍ଭ ହେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ର କୁଆଁରମୁଣ୍ଡା ଓ କଲୁଙ୍ଗା ଶିଳ୍ପାଞ୍ଚଳର ୨୨ଟି କାରଖାନାକୁ ମାସେ ବନ୍ଦ ରଖିବାକୁ ହୋଇଛି ନୋଟିସ୍।

Advertisment

ପ୍ରଦୂଷଣକୁ ଆଖି ଆଗରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଚିଠି ଲେଖିବା ପରେ ହଜିଯାଇଛି ଏସବୁ କାରଖାନାରେ କାମ କରୁଥିବା ପ୍ରାୟ ୧୫ ହଜାର ଶ୍ରମିକଙ୍କ ନିଦ। କାରଖାନାରେ ମୁଲ ମଜୁରି କଲେ ଘରେ ଚୁଲି ଜଳୁଥିଲା, ତେଲ ଲୁଣ ସଂସାର ଚାଲୁଥିଲା। ସରକାରଙ୍କ ନୋଟିସ୍ ପରେ ଏବେ ଶ୍ରମିକଙ୍କୁ ଘାରିଛି ପେଟପାଟଣା ଚିନ୍ତା। 

ଅଧିକ ପଢ଼ନ୍ତୁ: ବିଶ୍ୱକପ୍ ହକି ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନେଇ ଶଙ୍କା

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୋଟିସ୍ ପରେ ଆଜି ଶ୍ରମିକ ସଂଗଠନ-ସିଟୁ ପକ୍ଷରୁ ହୋଇଥିଲା ପ୍ରେସମିଟ୍। ସିଟୁ କହିଛି, ବିଶ୍ୱକପ୍‌ର ଦ୍ୱାହି ଦେଇ ଶ୍ରମିକମାନଙ୍କ ପେଟକୁ ଲାତ ମାରିଛନ୍ତି ସରକାର। ଅନ୍ୟପଟେ ରାଉରକେଲା ଚାମ୍ବର ଅଫ୍ କମର୍ସର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଆସି ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ସାକ୍ଷାତ କରିଛନ୍ତି।

Advertisment

ତାସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖିଛି ରାଉରକେଲା ଚାମ୍ବର ଅଫ୍ କମର୍ସ। ମାସେ କାଳ ସମ୍ପୂର୍ଣ୍ଣ ବନ୍ଦ ନକରି ଗାଇଡଲାଇନ୍ ଅନୁସାରେ କମ୍ପାନୀକୁ ଚାଲୁ ରଖାଯାଉ ନଚେତ୍ ଶ୍ରମିକ ମାନେ ଅସୁବିଧାରେ ପଡିବେ ବୋଲି ଚିଠିରେ ଲେଖାଯାଇଛି। 

(ରିପୋର୍ଟ: ପବନ ତିଓ୍ୱାରୀ)

World Cup Hockey
Advertisment
Advertisment