/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683887981.jpg)
Cong leaders fight
ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କଂଗ୍ରେସର କନ୍ଦଳ । ଆଗ ଧାଡ଼ିରେ ବସିବାକୁ ଏମିତି କଳି ଲାଗିଲା ଯେ, ପାର୍ଟି ଅଫିସ୍ ଭିତରେ ଲାଗିଲେ ମାରପିଟ । ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ରାଉରକେଲାରେ କଂଗ୍ରେସ ଅଫିସରେ । ଆଜି ପୂର୍ବାହ୍ନ ସମୟରେ ଏହି ଘଟଣା ଘଟିଛି । ଯେଉଁଠି ଦୁଇ ବରିଷ୍ଠ ନେତା ସବିର ହୁସେନ ଓ ଉମେଶ ସରନ ଗଣ୍ଡଗୋଳ କରିଛନ୍ତି ।
ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ହେଲେ ଆଗ ଧାଡ଼ିରେ କିଏ ବସିବ ତାକୁ ନେଇ ସବିର ଓ ଉମେଶଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଠେଲାପେଲା ଓ ମୁଥ ମରାମରି ହୋଇଥିଲେ ଦୁଇ ଜଣ । ଖଣ୍ଡେ ଚେୟାର ପାଇଁ ହିତାହିତ ଜ୍ଞାନ ଭୁଲିଗଲେ ଦୁଇ ନେତା । ଦଳର ଅନ୍ୟ କର୍ମୀଙ୍କ ସାମ୍ନାରେ ଚାଲିଲା ଖଣ୍ଡଯୁଦ୍ଧ ।
#ପାର୍ଟି_ଅଫିସ୍_ଭିତରେ_ମାରପିଟ
ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କଂଗ୍ରେସର କନ୍ଦଳ । ପ୍ରେସମିଟରେ ଆଗ ଧାଡ଼ିରେ ବସିବାକୁ କଳି, ତଳେ ଗଡ଼ି ପିଟାପିଟି ହେଲେ ଦୁଇ କଂଗ୍ରେସ ନେତା#Odisha#Rourkela#Congresspic.twitter.com/608ibTZBvi— ଓଟିଭି (@otvkhabar) May 12, 2023
ଭିଡିଓ ଦେଖିଲେ ହୁଏତ କେହି ବିଶ୍ୱାସ କରିପାରିବେ ନାହିଁ ଯେ ଦୁଇ ଜଣ ନେତା ଏପରି ପିଲାଙ୍କ ପରି ଟଣାଭିଡ଼ା ହେଉଛନ୍ତି । ଏତିକିରେ କଥା ସରିଲାନି ଉଭୟ ନେତା ତଳେ ଗଡ଼ାଗଡ଼ି ହୋଇ ପିଟାପିଟି ହୋଇଥିଲେ । ପରିସ୍ଥିତି ଏମିତି ହେଲା କି ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରିବାକୁ ପଡ଼ିଲା... ।
ତେବେ ଗଡ଼ାଗଡ଼ି ହୋଇଥିବା ସବିର ଓ ଉମେଶ, କଂଗ୍ରେସର ବହୁ ପୁରୁଣା ତଥା ବରିଷ୍ଠ ନେତା ହୋଇଥିଲେ ସୁଦ୍ଧା ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଯୁବନେତା ମାନଙ୍କୁ ଏମାନେ କ’ଣ ବା ରାଜନୀତି ଶିଖାଇବେ ବୋଲି ପ୍ରଶ୍ନ ଉଠୁଛି ।
ସାରା ଦେଶରେ ହେଉ କିମ୍ବା ଓଡ଼ିଶାରେ ହେଉ ଗୋଷ୍ଠୀ କନ୍ଦଳ ପାଇଁ କଂଗ୍ରେସ ନିଜର ସ୍ଥିତି ପାଇଁ ଦାୟୀ ବୋଲି କୁହାଯାଉଛି । ଏହି ନୀତି ପାଇଁ କଂଗ୍ରେସ ହାତରୁ ଯାଇଛି ଓଡ଼ିଶାର ଶାସନ ଭାର । ପ୍ରଥମେ ସେମାନେ ନେତା ଚୟନ କରିପାରୁନାହାନ୍ତି, କିଏ ଦଳର ନେତୃତ୍ୱ ନେବ . .ଆଉ ଏଭଳି ସ୍ଥିତିରେ ପୁଣି ପାର୍ଟି ଅଫିସ୍ରେ ଗଡ଼ାପଡ଼ା ହୋଇ ମାଡ଼ଗୋଳ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)