ସିବିଆଇ ତଦନ୍ତ ଦାବିରେ ଏକଜୁଟ୍ ହେଲେ ଶତାଧିକ ଆଦିବାସୀ ମହିଳା । ରାଉରକେଲା ଏଡିଏମ୍ ଅଫିସକୁ ଘେରାଉ ସହ ବିକ୍ଷୋଭ ।
ଗତକାଲି ଜିଲ୍ଲା କଂଗ୍ରେସ, ଆଇଜି ଅଫିସ ଘେରାଉ କରିଥିଲା। ପୋଲିସ କାହିଁକି କିଛି ଠୋସ୍ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ। ସୂଚନା ଅନୁସାରେ ଗତ ୧୯ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଖରେ ଥିବା ଏକ ପାର୍କର ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ହୋଇଛି। ଭର୍ଚୁଆଲ୍ ମୋଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି।
ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ..ସେଞ୍ଚୁରୀ ପାର୍କରୁ ମିଳିଲା ସୁସ୍ମିତା ମିଂଜଙ୍କ ମୃତଦେହ
ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍।
ରାଉରକେଲାରେ ସବିର ବକ୍ସ । ପିଲାଙ୍କୁ ଦେଉଛନ୍ତି ସ୍ୱତନ୍ତ୍ର ତାଲିମ୍...ଅଲମ୍ପିକ ଲାଗି ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଗଦା ହେବ ମେଡାଲ ଉପରେ ମେଡାଲ
ସ୍ୱାଧୀନତା ଦିବସର ଦିନି ତିନିଟା ପୂର୍ବରୁ ଝାଡଖଣ୍ଡରେ ମାଓ ହମଲା। ଲାଲବାହିନୀ ଗୁଳିରେ ଟଳିପଡ଼ିଲେ CRPF ଯବାନ।
ମେକାନିକାଲ୍ ଇଞ୍ଜିନିୟର...ହେଲେ ନିଶା ଚୋରା ବେପାର । ଶୁଆଠୁ ଶାରୀ...ୟୁଟ୍ୟୁବ୍ରେ ବିଜ୍ଞାପନ ଦେଇ ଚଳାଇଥିଲେ ବଡ଼ ରାକେଟ୍ । ଛଦ୍ମ ବେଶରେ ଆସି ମାଡ଼ି ବସିଲା ବନବିଭାଗ । ଏବେ ଅନ୍ଧାର ଘରେ କଟିବ ଜୀବନ
ପାଲରେ ପକାଇବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ୍ କହିଲେ ବିରୋଧୀ । ଗାଁ ଗାଁରେ ବଣ୍ଟାହେବ କ୍ରିକେଟ୍, ଫୁଟବଲ ଭଳି ଖେଳ ଉପକରଣ ।
ଆଉ କେତେ ବା ଧୈର୍ଯ୍ୟ ଧରିବେ ରାଉରକେଲାବାସୀ...ଆଉ କେତେ ବା ଦାୟିତ୍ୱହୀନ ସରକାରୀ ବ୍ୟବସ୍ଥାକୁ ବରଦାସ୍ତ କରିବେ... ଶେଷରେ ମୁହଁ ଖୋଲିଛନ୍ତି ସହରବାସୀ।
ସ୍ମାର୍ଟସିଟି ରାଉରକେଲାକୁ ବିମାନ ସେବାର ଭବିଷ୍ୟତକୁ ନେଇ ଏବେ ନାନା ଶଙ୍କା। ହକି ବିଶ୍ୱକପକୁ ଦେଖି ଉଡାନ୍ ସ୍କିମରେ ଆରମ୍ଭ ହୋଇଥିବା ବିମାନସେବା ଏବେ ଧକଉଛି। ରାତିରେ ବିମାନ ଅବତରଣ ପାଇଁ ସୁବିଧା ନଥିବା ଏବଂ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ-ଆଇଏଲଏସ ଭଳି ଜରୁରୀ ଭିତ୍ତିଭୂମି ଅଭାବରୁ ଗତ ସପ୍ତାହେ ହେଲା ବାତିଲ ହେବାରେ ଲାଗିଛି ବିମାନ ସେବା । ଏଭଳି ସ୍ଥିତିକୁ ଦେଖି ତୁରନ୍ତ ରାଉରକେଲା ସମେତ ଜୟପୁର ବିମାନବନ୍ଦର ଲାଗି ଆବଶ୍ୟକ ଭିତ୍ତିଭୂମି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ସଚିବ।...
ରାଉରକେଲାକୁ ବନ୍ଦ ହୋଇଯିବ କି ଯାତ୍ରୀବାହୀ ବିମାନ ସେବା ? ହକି ବିଶ୍ୱକପ୍ ବେଳେ ୬ ମାସ ତଳର ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହେବନି ତ ? ଏବେ ସ୍ଥାନୀୟ ଲୋକେ ଏମିତି ଆଶଙ୍କା କଲେଣି ।
ମାସେ ହେଲାଣି ସେମିତି ମାଟିରେ ଲୋଟି ପଡିଛି ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିବା ଏହି ପ୍ରତିମୂର୍ତ୍ତି। ଖାଲି ସେତିକି ନୁହେଁ, ଷ୍ଟାଡିୟମର ୬ ନମ୍ବର ଗେଟକୁ ଲାଗି ରହିଥିବା କାନ୍ଥରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି। ଫୁଟପାଥର ଅନେକ ସ୍ଥାନରେ ଟାଇଲ୍ ବି ଦବି ଗଲାଣି।
ଶହେ ଉପରେ ଟମାଟୋ ଦର। ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି। ଯାହାକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ୪୪ ଡିଗ୍ରୀ ଉପରେ ୩ ସହର ଥିବାବେଳେ ୪୩ ଡିଗ୍ରୀ ଉପରେ ୮ଟି ସହର ରହିଛି ।
ଭାଙ୍ଗିଗଲା ରାଉରକେଲାର ହକି ଷ୍ଟାଚ୍ୟୁ । ନିର୍ମାଣର ୫ ମାସରେ ଗଳି ପଡିଲା ୪୦ ଫୁଟର ପ୍ରତିମୂର୍ତ୍ତି । ମାଟିରେ ମୁହଁ ମାଡି ପଡିଛି ହକି ଖେଳାଳିଙ୍କ ଷ୍ଟାଚ୍ୟୁ । ଧରାଶାୟୀ, ଟନ୍ ଟନ୍ ଲୁହାରେ ତିଆରି ୪୦ ଫୁଟର ବିରାଟ ପ୍ରତିମୂର୍ତ୍ତି ।
ବାପା ନା ରାକ୍ଷସ ! ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଅନ୍ୟ ଜଣେ ସହ ଫେରାର ହୋଇଯିବାରୁ ବ୍ୟକ୍ତି ଜଣକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
୬୪ ବର୍ଷୀୟ ସାରଦା ୨୦୦୪ରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ଏବଂ ୨୦୧୯ରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ ।
ରାଉରକେଲାରୁ ବେଦବ୍ୟାସ ଯାଉଥିବା ଏକ ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି।
ଲଢେଇ ଖଣ୍ଡେ ଚେୟାର ପାଇଁ . . .ଆଗରେ ବସିବା ପାଇଁ ପାର୍ଟି ଅଫିସ୍ ହୁଲୁସ୍ତୁଲ . . ସମସ୍ତଙ୍କ ସାମ୍ନାରେ ମୁଥ ମରାମରି ହେଲେ ଦୁଇ କଂଗ୍ରେସ ନେତା
ଟଏଲେଟ୍ ପ୍ରକଳ୍ପ ନାଁରେ ବିରାଟ ଘୋଟାଲା !
ରାସ୍ତା କଡ଼ ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାନ୍ତି, ଖତ ପାଣି ଦିଅନ୍ତି ଓ ବାଡ଼ ବି ଘେରାନ୍ତି । ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରା ଆଜି ଶାଖା ପ୍ରଶାଖା ମେଲି ବିରାଟ ଦ୍ରୁମ ପାଲଟିଲାଣି । ହେଲେ ଟିକିଏବି ଉତୁରିନି ଏହି ଦୁଇ ଯୁବସୁଲଭ ପରିଣତ ବୟସ୍କଙ୍କ ଦଶନ୍ଧି ପୁରୁଣା ନିଶା ।
ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ କେନ୍ଦ୍ର ସରକାରଙ୍କ ଜିଏସଟି ବିଭାଗରେ କାମ କରୁଥିଲେ । ସେ ଗତ ୨୦୧୨ ମସିହାରେ ଅବସର ନେଲେ। ସେହିପରି କୈଳାସ ବାବୁ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗରୁ ୨୦୦୬ ମସିହାରେ ଅବସର ନେଇଛନ୍ତି । ଉଭୟ ବନ୍ଧୁ ଗତ ୧୦ ବର୍ଷରୁ ଅଧିକ ସମୟ ହେବ ଗଛ ଲଗାଉଛନ୍ତି । ଚାକିରି କରିବା ସମୟରେ ମଧ୍ୟ ଉଭୟେ ଗଛ ଲଗାଉଥିଲେ ଏବଂ ଏବେ ମଧ୍ୟ ଗଛ ଲଗାଉଛନ୍ତି