ଆଉ କିଛି ସମୟ ପରେ ଆମ ଗହଣରୁ ବିଦାୟ ନେବ ବର୍ଷ ୨୦୨୨। ପଦାର୍ପଣ କରିବ ୨୦୨୩। ନୂଆବର୍ଷକୁ ସ୍ବାଗତ କରିବାକୁ ସବୁଠି ଲାଗି ରହିଛି ଉତ୍ସାହ, ଆନନ୍ଦର ପରିବେଶ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।
ଘଣ୍ଟାରେ ୧୨ ବାଜିବ... କ୍ୟାଲେଣ୍ଡର୍ ବଦଳିବ... ଆଉ ଚାରିଆଡ଼େ ଶୁଭିବ ହାପି ନିୟୁ ଇୟର୍ । ଜିରୋ ନାଇଟ୍ର ଧୁମରେ, ଧମାଲ୍ କରିବ କ୍ୟାପିଟାଲ୍ ସିଟି । ରାଜଧାନୀ ଭୁବନେଶ୍ୱରରେ ମିଡ୍ ନାଇଟ୍ ସେଲିବ୍ରେସନ୍ ପାଇଁ ଜାଗା ଜାଗାରେ ଆୟୋଜନ । ରାଜଧାନୀବାସୀଙ୍କୁ ବର୍ଷ ଆରମ୍ଭରୁ ମଉଜର ସ୍ପେଶାଲ୍ ଡୋଜ୍ ଦେବାକୁ ଦିନ ରାତି ଏକ୍ କରିଦେଇଛନ୍ତି ହୋଟେଲ୍, କ୍ଲବ୍ ଏବଂ ଅନ୍ୟ ଆୟୋଜକ ପ୍ରତିଷ୍ଠାନ । ପ୍ରାୟ ସବୁଠି ସରିବା ଉପରେ ପ୍ରସ୍ତୁତି ...
ଜିରୋ ନାଇଟକୁ ଫୁଲ୍ ଯୋଶରେ ପାଳିବାକୁ ତୟାର ଯୁବପୀଢ଼ି, ଟୁଇନସିଟିରେ ହୋଟେଲ୍ ଓ କ୍ଲବ ମାନଙ୍କରେ ପ୍ରସ୍ତୁତି ଚୂଡ଼ାନ୍ତ