ପୂର୍ବରୁ ଆମେରିକା, ଜାପାନ, ତାଇୱାନ ଓ ଇଟାଲି, 'ଜିରୋ କୋଭିଡ୍' ନୀତି ଆପଣାଇଛନ୍ତି।
ଆବଶ୍ୟକୀୟ ସଂଖ୍ୟକ ବେଡ଼, ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଉଥିବା ମଧ୍ୟ କହିଛନ୍ତି ଏସସିବିର ପ୍ରାଶାସନିକ ଅଧିକାରୀ।
ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା। କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।
Doctor Doctor | COVID Omicron BF.7: Symptoms, Causes and Precaution OdishaTV is Odisha\'s no 1 News Channel. OTV being the first private satellite TV channel
କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ବି ତତ୍ପରତା। ଆଜି ଭିଡିଓ କନ୍ଫରେନ୍ସିଂରେ ସ୍ୱାସ୍ଥ୍ୟ ବିଭାଗ କରିଛି ଉଚ୍ଚସ୍ତରୀୟ ବୈଠକ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜିଲ୍ଲାସ୍ତରୀୟ କୋଭିଡ୍ ମୁକାବିଲା ପ୍ରସ୍ତୁତି ପରଖିବାକୁ ଆସନ୍ତା ୨୭ରେ ହେବ ମକଡ୍ରିଲ୍। ଏହାସହ ବିଭିନ୍ନ ଦେଶରେ କୋଭିଡ୍ ଭୟାବହତା ବଢ଼ୁଥିବାରୁ ଟେଷ୍ଟିଂ ବଢ଼ାଇବା ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବାକୁ ବି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କରୋନାର ନୂଆ ଭ୍ୟାରିଆଣ୍ଟର ସଂକ୍ରମଣକୁ ନଜରରେ ରଖି ମେଡିକାଲ ଅକ୍ସିଜେନ୍ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ । ଭବିଷ୍ୟତରେ କିଛି ଚ୍ୟାଲେଂଜ ଆସିଲେ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ ପ୍ରସ୍ତୁତକାରୀ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଅକ୍ସିଜେନ୍ ପ୍ରସ୍ତୁତି ଓ ନିର୍ବିଘ୍ନ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି।
କରୋନାର ନୂଆ ଭ୍ୟାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍। ୨୮ ନଭେମ୍ବରରୁ ରାଜ୍ୟରେ ସରକାରୀ ଟୀକାକାରଣ ବନ୍ଦ ଥିବାବେଳେ ଟିକା ଯୋଗାଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ। ତାସହ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଡୋଜ୍ ଟିକା ଦିଆସରିଛି। ଯେଉଁମାନେ ପ୍ରିକସନ ଡୋଜ ନେଇଛନ୍ତି, ସେମାନେ ସୁରକ୍ଷିତ। ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ ହର୍ଡ ଇମ୍ୟୁନିଟି ଅଧିକ ରହିଛି। ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ।
ଚୀନ୍ରେ କରୋନାର ବିସ୍ଫୋରଣ ପରେ ସଜାଗ ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହ ଦେଶର କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ମାଣ୍ଡଭିୟ କହିଛନ୍ତି, ବର୍ତ୍ତମାନ କରୋନାର ଭୟବହତା ସମ୍ପୂର୍ଣ୍ଣ ଦୂର ହୋଇନି ।
ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ।
ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ ଠାବ । ଭାରତ ସହ ୧୦ଟି ଦେଶରେ ନୂଆ ଭାରିଆଣ୍ଟ ଠାବ ।
XE ଭ୍ୟାରିଆଣ୍ଟ୍ ଦେଶରେ ଚତୁର୍ଥ ଲହର ଆଣିବ ନାହିଁ ବୋଲି ସେ ଆଶ୍ୱସ୍ତ କରିଛନ୍ତି । ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରାମକ କୁହାଯାଉଥିବା ଓମିକ୍ରନ୍ର BA-2 ଭ୍ୟାରିଆଣ୍ଟ ଠାରୁ XE ଭ୍ୟାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।
ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ । ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।
ପିଲାଙ୍କ ପାଇଁ ଓମିକ୍ରନ୍ ଆଦୌ ବିପଦଜ୍ଜନକ ନୁହେଁ। ଓମିକ୍ରନ୍ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ନଜିର ନାହିଁ। ତେଣୁ କୌଣସି ଅଭିଭାବକ ଭୟଭୀତ ହୁଅନ୍ତୁନି
ଓଡ଼ିଶାରେ ଗୋଟିଏ ଦିନରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସ୍ରେ ଆଉ ୧୫ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ମିଳିଛି ।
କିଭଳି ସ୍କୁଲ୍ ଖୋଲାଯିବ ସେ ସଂପର୍କରେ ମତାମତ ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭୀୟ ନ୍ୟାସ୍ନାଲ୍ ଏକ୍ସପର୍ଟ ଗ୍ରୁପ୍କୁ କହିଛନ୍ତି ।
ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଦେଶରେ ଏବେ ବି ଡେଲ୍ଟା ଭାରିଆଣ୍ଟ ସକ୍ରିୟ ଥିବା ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ(NCDC) ପକ୍ଷରୁ ସୂଚନା ଦିଆଯାଇଛି।
କରୋନା ଭାଇରସ ମହାମାରୀର ଓମିକ୍ରନ ଏକ ତୀବ୍ର ପ୍ରସାରୀ ଭୂତାଣୁ। ଯାହା ଖୁବ୍ ଶୀଘ୍ର ଜଣକଠାରୁ ଅନେକଙ୍କୁ ବ୍ୟାପିଯାଉଛି। ଦେଶରେ ଓମିକ୍ରନର ଏବେ ସାମୂଦାୟୀକ ସଂକ୍ରମଣ ହେଲାଣି। ତେବେ କରୋନା ଭାଇରସ ମହାମାରୀରୁ ବର୍ତ୍ତିବା ଲାଗି ଆମେ ବ୍ୟବହାର କରୁଥିବା ୧ ବା ୨ ଲେୟରର କପଡା ମାସ୍କ ଯଥେଷ୍ଟ ହେଉନଥିବା ଜଣାପଡିଛି। ଯଦିଓ ଏହା ଭୂତାଣୁ ପ୍ରତିରୋଧୀ ତେବେ ବେଶି ସମୟ ପର୍ଯ୍ୟନ୍ତ ନୁହେଁ ବୋଲି ଗବେଷଣାରୁ ଜଣା ପଡିଛି । କରୋନା ଭାଇରସ ମୁକାବିଲାରେ ସୋସିଆଲ ଡିଷ୍ଟାନସିଂ ସହ ମାସ୍କ ଏକ ପ୍ରମୁଖ ଅସ୍ତ୍ର ।
ଦେଶରେ ବହୁ ସ୍ଥାନରେ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।
ଯେଉଁ ଜିଲ୍ଲାରେ ଅଧତ୍କ ପଜିଟିଭ କେସ୍ ଆସୁଛି, ସେଠାକୁ କିଟ୍ ପଠାଯିବ । ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ।
ସୁନ୍ଦରଗଡ଼- ୧୨୧୯, କଟକ- ୮୯୮, ଷ୍ଟେଟ୍ପୁଲ୍- ୮୭୭, ସମ୍ବଲପୁର- ୩୯୦, ବାଲେଶ୍ୱର- ୩୦୫, ଯାଜପୁର- ୨୩୧, ରାୟଗଡ଼ା- ୨୨୯, ବଲାଙ୍ଗିର- ୨୨୯, ଝାରସୁଗୁଡ଼ା- ୨୧୯, ନୟାଗଡ- ୨୦୬, ଅନୁଗୁଳ- ୧୮୫, ମୟୂରଭଞ୍ଜ- ୧୭୪, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି ।
ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।
ଓମିକ୍ରନ୍ ଭ୍ୟାରିଆଣ୍ଟ ତଥା କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି ।
କରୋନା ୩ୟ ଲହର ସଂପର୍କରେ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ୩ୟ ଲହରରେ ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା ହେଉଛି ।
ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ବଢ଼ୁଛି, ନୂଆ ଭାରିଆଣ୍ଟ୍ ବି ମାଡ଼ୁଛି । ଆଜି ରାଜ୍ୟରେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୭୫୩କୁ ବୃଦ୍ଧି ହୋଇଛି।