Advertisment

Myanmar EarthQuake: ମିଆଁମାର ଭୂକଂପ, ମୃତ୍ୟୁ ସଂଖ୍ୟା ୬୯୪ ପାର

ମିଆଁମାର ଭୂକଂପରେ ମୃତ୍ୟୁସଂଖ୍ୟା ୬୯୪ ପାର ହୋଇଛି। ୭ଶହରୁ ଅଧିକ ଆହତ ହୋଇଛନ୍ତି। ଏହି ପ୍ରଳୟଙ୍କରୀ ବିପର୍ଯ୍ୟୟରେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ। ଏବେବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ନେଇ ଅନୁମାନ କରାଯାଉଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
earth quake

earth quake

ମିଆଁମାର ଭୂକଂପରେ ମୃତ୍ୟୁସଂଖ୍ୟା ୬୯୪ ପାର ହୋଇଛି। ୭ଶହରୁ ଅଧିକ ଆହତ ହୋଇଛନ୍ତି। ଏହି ପ୍ରଳୟଙ୍କାରୀ ବିପର୍ଯ୍ୟୟରେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ। ଏବେବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ନେଇ ଅନୁମାନ କରାଯାଉଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜଧାନୀ ନାପିଦା ମଶାଣି ଭୂଇଁ ସଦୃଶ ରୂପ ନେଇଛି। ଗତକାଲିର ଏ ପ୍ରଳଙ୍କକାରୀ ବିପର୍ଯ୍ୟୟ ପରେ ମିଆଁମାରର ଜୁଣ୍ଟା ସରକାର ମୁଖ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି।

Advertisment

ବିଶ୍ବର ଯେ କୌଣସି ରାଷ୍ଟ୍ର ଯେ କୌଣସି ପ୍ରକାର ସହାୟତା ପାଇଁ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି। ଏପଟେ ଭାରତ ଉଭୟ ଦେଶକୁ ସବୁ ପ୍ରକାର ସହାୟତା ଲାଗି ପ୍ରସ୍ତୁତ ଥିବା ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମିଆଁମାର ଅଭିମୁଖେ ୧୫ ଟନ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହାୟତା ପାଇଁପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ସହାୟତା ପାଇଁ ଆଗେଇ ଆସିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହୁ ପକ୍ଷରୁ ବହୁ ପରିମାଣର ମେଡିକାଲ ସାମଗ୍ରୀ ମିଆଁମାର ପଠାଯାଉଛି। ଗତକାଲି ଶକ୍ତିଶାଳୀ ଭୂମିକଂପର ଝଟକା ମିଆଁମାର ସମେତ ଥାଇଲାଣ୍ଡ୍, ଭିଏତନାମ, ବାଂଲାଦେଶ, ଚୀନ, ଏପରିକି ଭାରତର ମଣିପୁର, ମେଘାଳୟ ଆଦିରେ ବି ଅନୁଭୂତ ହୋଇଥିଲା। ମିଆଁମାରରେ ଗତକାଲି ଲଗାତର ୬ ଥର ପାଇଁ ଭୂକମ୍ପର ଝଟକା ଆସିଥିଲା। ଏହାମଧ୍ୟରେ ସର୍ବାଧିକ ତିବ୍ରତା ଥିଲା ୭.୭ ମାଗ୍ନିଚ୍ୟୁଡ। ଭୂକମ୍ପର ପ୍ରଭାବ ଥାଇଲାଣ୍ଡର ବ୍ୟାଙ୍କକରେ ବି ପଡ଼ିଥିଲା। ସେପଟେ ଗତକାଲି ରାତିରେ ମିଆଁମାରରେ ପୁଣି ଭୁକମ୍ପର ଝଟକା ଅନୁଭୂତ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଏନକାଉଣ୍ଟର, ୨୨ ମାଓବାଦୀ ସଫା

Earthquake
Advertisment
Advertisment