ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟର ବିରାଟ କୋହଲି ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ ବ୍ୟାଟର ଭାବେ ଇଣ୍ଡିଆନ ପ୍ରିମିୟର ଲିଗରେ ୫୦ ଥର ୫୦ ବା ଏହାଠାରୁ ଅଧିକ ରନ୍ର ଇଂନିସ ଖେଳିବାରେ ରେକର୍ଡ କରିଛନ୍ତି ବିରାଟ ।
ନା ଜୀବନ ପ୍ରତି ଲୋଭ, ନା କାହାକୁ ଭୟ...୨ ଯୁବତୀଙ୍କୁ ବାଇକ୍ରେ ବସାଇ ବିଚ୍ ରାସ୍ତାରେ ଜଣେ ଯୁବକ ବିପଦପୂର୍ଣ୍ଣ ବାଇକ୍ ଷ୍ଟଣ୍ଟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଭୀଷଣ ବର୍ଷା ଆଉ ଥଣ୍ଡାରେ ପ୍ରେମିକାକୁ ଫେରାଇ ଆଣିବାକୁ ଯୁବକଙ୍କ ଏପରି ଉଦ୍ୟମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା । ହସ୍ପିଟାଲରେ ହିଁ ସୁରକ୍ଷିତ ନୁହେଁ ଜୀବନ . .
ଟ୍ରେନ୍ରେ ଚଢ଼ିବାକୁ ନେଇ ଝଗଡ଼ା ଓ ପରେ ଏହା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ରବିବାର ଦିନ କେରଳର କୋଝିକୋଡ୍ରେ ଏକ୍ସପ୍ରେସ୍ ଟ୍ରେନ୍ରେ ଏହି ଘଟଣା ଘଟିଛି।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଆଜିର ଯୁବକମାନେ ଟଙ୍କା ସହିତ ସମ୍ମାନଜନକ ଚାକିରି କରିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ, ସିବିଆଇରେ ଜଣେ ଅଧିକାରୀ ହୋଇ ଜଣେ ନିଜର ସ୍ୱପ୍ନକୁ ପୂରଣ କରିପାରିବ। ଯୁବପିଢି ଏହାର ଫାଇଦା ନେଇପାରିବେ। ଏହି ଚାକିରି କରିବାକୁ ହେଲେ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।
କେନ୍ଦ୍ରରେ କ୍ଷମତାସୀନ ବିଜେପି ଆଜି ଠାରୁ ଆରମ୍ଭ କରିଛି ‘କଂଗ୍ରେସ ଫାଇଲ୍ସ’ ଅଭିଯାନ। ‘କଂଗ୍ରେସ ଫାଇଲ୍ସ’ ହେଉଛି ଏକ ଭିଡିଓ ସିରିଜ୍।
କଥାଟି ଜାଣିବା ପରେ ଆପଣଙ୍କୁ ନିଶ୍ଚୟ ଚକିତ ଲାଗୁଥିବ । ଜଣେ କର୍ମଚାରୀଙ୍କ ଠାରୁ ୯ଲକ୍ଷ ଟଙ୍କା ଜରିମାନା ଆଦାୟକରିବା ନିଶ୍ଚୟ ଆପଣ ଅସମ୍ଭବ କଥା ଭାବୁଥିବେ । ହେଲେ କଥାଟି ସମ୍ପୂର୍ଣ୍ଣ ସତ ।
ପୁଣି ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଆଜିକୁ ଲଗାତାର ଚାରିଦିନ ଧରି ୩ ହଜାର ପାର କରିଛି କୋଭିଡ୍ ସଂକ୍ରମଣ ।
ଜଣେ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ହାଡ ପୁରୁଷଙ୍କ ତୁଳନାରେ ଦୁର୍ବଳ ନୁହେଁ। ଏହା ପଛରେ ସେ ଯୁକ୍ତି ମଧ୍ୟ ଦେଇଛନ୍ତି। ତେବେ ଏହି ଅଜବ ଦାବି ପାଇଁ ତାଙ୍କୁ ଟ୍ରୋଲ୍ କରାଯାଉଛି।
NIC ୫୯୮ଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଥିଲା। ଏନେଇ ଆବେଦନ ଚାଲିଛି। ଆପଣ କରି ନାହାନ୍ତି କି। ଆଉ ମାତ୍ର ୨ ଦିନ ବାକି ଅଛି। ତୁରନ୍ତ ଆବେଦନ କରନ୍ତୁ।
ଇଂରାଜୀ କହିଲେ ତ୍ରାହି ନାହିଁ । ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା . . ହେଲେ କେଉଁଠି ?
ଖାଇକୁ ବସ୍ ଖସି ପଡ଼ିବା ଯୋଗୁ ୨୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର ଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଆଜି କପିଲ ଶର୍ମା କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ ବିଳାସପୂର୍ଣ୍ଣ ଘର, ବିଳାସପୂର୍ଣ୍ଣ କାର୍ ଏବଂ ବିଳାସପୂର୍ଣ୍ଣ ଜୀବନ ଅଛି। ସେ କିନ୍ତୁ ତାଙ୍କ ଗରିବୀ ଦିନର ପ୍ରେମକୁ ଭୁଲି ନାହାନ୍ତି। ଆଜି ବି ସେ ଖୁବ ଭଲ ପାଆନ୍ତି ଗିନ୍ନୀ ଚତରଥଙ୍କୁ ଆଉ ତାଙ୍କ ପାଇଁ ସେ ସବୁ କିଛି ବୋଲି କୁହନ୍ତି।
ବିବାହରେ ବେଳେବେଳେ ମଜା ସଜା ପାଲଟିଯାଏ । ଖୁସିବାସି ଦିନରେ ଘଟିଯାଏ ଅଘଟଣ । ତାହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗେ ।
ଡ୍ୟାନ୍ସ କରୁଥିବା ବେଳେ କଂକ୍ରିଟ୍ ଚଟାଣ ଭୁଶୁଡ଼ି ପଡ଼ିବା ଯୋଗୁ ଛାତ୍ରଛାତ୍ରୀମାନେ ଗାତ ଭିତରକୁ ଗଳି ପଡ଼ିଥିଲେ। ପେରୁର ଏକ ସ୍କୁଲ୍ରେ ଏହି ଅଭାବନୀୟ ଘଟଣା ଘଟିଛି।
NMACC ଫ୍ୟାଶନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଶାହରୁଖ ଖାନ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ୱାମୀ ନିକ୍ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଦେଖିବାକୁ ମିଳିଥିଲା ଆହୁରି ଅନେନ ଷ୍ଟାର୍ଙ୍କ ଜଲ୍ୱା।
ଯୁବକ ଜଣକ ଏମିତି ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ, ଯିଏକି ମାତ୍ର କିଛି ଦିନ ପାଇଁ ତାଙ୍କ ସ୍ତ୍ରୀ ଥିଲେ। ହେଲେ ଯୁବକ ଜଣକ ସବୁଦିନ ପାଇଁ ସମ୍ପୃକ୍ତ ଯୁବତୀଙ୍କୁ ନିଜର ସ୍ତ୍ରୀ କରିବାକୁ ମନେ ମନେ ଭାବି ନେଇଥିଲେ।
ବ୍ୟାଙ୍କକୁ ନେଇଥିବା ଟଙ୍କାର ଯଦି ୫୦ ପ୍ରତିଶତ ଅଂଶ ଆପଣଙ୍କ ପାଖରେ ରହିଛି ତେବେ ଆପଣଙ୍କୁ ଟଙ୍କା ଦେବ ବ୍ୟାଙ୍କ । ନଚେତ୍ ଆପଣଙ୍କୁ କିଛି ବି ଟଙ୍କା ମିଳିବ ନାହିଁ । ଯଦି ଆପଣ ୨୦ରୁ ଅଧିକ ନୋଟ୍ କିମ୍ବା ୫ ହଜାରରୁ ଅଧିକ ଟଙ୍କାର ଚିରା ନୋଟକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏଥିଲାଗି ଆପଣଙ୍କୁ ଟ୍ରାଞ୍ଜାକସନ୍ ଫି ମଧ୍ୟ ଦେବାକୁ ପଡିବ ।
ଆପଣମାନେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ବରର ସାଙ୍ଗମାନେ ବିବାହ ବେଦିରେ ବର-କନ୍ୟା ଉଭୟଙ୍କୁ ହଇରାଣ କରିଥାନ୍ତି । ବେଳେବେଳେ ଏହି ମଜାଳିଆ ଖେଳଗୁଡିକ ବିପଦରେ ପରିଣତ ହୁଏ ।
ଏମିତି ଏକ ସ୍ଥାନ, ଯେଉଁଠି ପ୍ରେମରେ ପଡ଼ିବା ପାଇଁ ଓ ରୋମାନ୍ସ କରିବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇଛି। ତା’ବି ପୁଣି ଦିନେ କି ଦୁଇ ଦିନେ ଛାତ୍ରଛାତ୍ରୀଙ୍କୁ ୭ ଦିନ ଛୁଟି ମିଳିଛି। ଚୀନର ଅନେକ କଲେଜ ଏଭଳି ନିଆରା ଯୋଜନା ଆଣିଛନ୍ତି।
ଶରୀରର ପ୍ରତ୍ୟେକ କୋଷର ଆବରଣ ବା ମେମ୍ବ୍ରେନର ଗୋଟିଏ ମୁଖ୍ୟ ଉପାଦାନ ହେଉଛି ଓମେଗା-୩ ଫ୍ୟାଟି ଏସିଡ୍। ଆଖିର ରେଟିନା, ମସ୍ତିଷ୍କ ଏବଂ ଶୁକ୍ରାଣୁରେ ସର୍ବାଧିକ ମାତ୍ରାରେ ଏହା ଦେଖାଯାଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଏହି ଖାଦ୍ୟସାର କିପରି ପାଇବେ ଆସନ୍ତୁ ଜାଣିବା…
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଗତକାଲି ବିଜେପି ନେତା ରାଜୁ ଝାଙ୍କୁ ଗୁଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି।