Advertisment

ଲଭ୍‌-ରୋମାନ୍ସ ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିଲା ୭ ଦିନ ଛୁଟି, ଜାଣନ୍ତୁ କେଉଁଠି...

ଏମିତି ଏକ ସ୍ଥାନ, ଯେଉଁଠି ପ୍ରେମରେ ପଡ଼ିବା ପାଇଁ ଓ ରୋମାନ୍ସ କରିବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇଛି। ତା’ବି ପୁଣି ଦିନେ କି ଦୁଇ ଦିନେ ଛାତ୍ରଛାତ୍ରୀଙ୍କୁ ୭ ଦିନ ଛୁଟି ମିଳିଛି। ଚୀନର ଅନେକ କଲେଜ ଏଭଳି ନିଆରା ଯୋଜନା ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
China's Colleges Give Students 7-Day Break 'To Fall In Love

College students from this Country get 7 day break to fall in love

ପ୍ରେମ ସତ୍ୟ, ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ। କେତେବେଳେ ମଣିଷ କାହା ପ୍ରେମରେ ପଡ଼ିଯିବ ତାହା କେହିବି କହିପାରିବେ ନାହିଁ। ହେଲେ ପ୍ରେମରେ ପଡ଼ିବା ପାଇଁ ଛୁଟି ମିଳିବା କଥା, ଶୁଣିଲେ ଟିକେ ଅଜବ ଲାଗିବ। ହେଲେ ଏମିତି ଏକ ଦେଶ, ଯେଉଁଠି ପ୍ରେମରେ ପଡ଼ିବା ପାଇଁ ଓ ରୋମାନ୍ସ କରିବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇଛି। ତା’ବି ପୁଣି ଦିନେ କି ଦୁଇ ଦିନେ ଛାତ୍ରଛାତ୍ରୀଙ୍କୁ ୭ ଦିନ ଛୁଟି ମିଳିଛି। ଚୀନର ଅନେକ କଲେଜ ଏଭଳି ନିଆରା ଯୋଜନା ଆଣିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଏଣିକି ଜେଲ୍‌ରେ ରୋମାନ୍ସ କରିବେ କଏଦୀ, ମିଳିବ ୨ ଘଣ୍ଟା ସମୟ

ଗୋଟିଏପଟେ ଚୀନରେ ଜନସଂଖ୍ୟା ଉଚ୍ଚ ସ୍ତରରେ ପହଞ୍ଚି ସାରିଥିବା ବେଳେ ସେପଟେ ଜନ୍ମହାର ବୃଦ୍ଧି ପାଇଁ ଚୀନର ଅନେକ କଲେଜ ଏଭଳି ନିଆରା ଯୋଜନା ଆଣିଛନ୍ତି। ପ୍ରେମରେ ପଡ଼ିବା ପାଇଁ ଅଧିକାଂଶ କଲେଜ ଛାତ୍ରଛାତ୍ରୀଙ୍କୁ ସପ୍ତାହେ ଛୁଟି ଦେଉଛନ୍ତି। ଫଳରେ ଏହି ସମୟରେ ଛାତ୍ରଛାତ୍ରୀମାନେ ରୋମାନ୍ସ ଉପରେ ଅଧିକ ଧ୍ୟାନ ଦେଇପାରିବେ। ଏହାସହ ଛାତ୍ରଛାତ୍ରୀମାନେ ପ୍ରକୃତିକୁ ଭଲ ପାଇବା ସହ ପ୍ରେମକୁ ଉପଭୋଗ ମଧ୍ୟ କରିପାରିବେ। NBC ନ୍ୟୁଜ୍ ଅନୁଯାୟୀ, ଏହି ଛୁଟି ସମୟରେ ଡାଏରୀ ଲେଖିବା, ପରିଭ୍ରମଣ(ଟ୍ରାଭେଲ) ଭିଡିଓ ଶୁଟ୍‌ କରିବା ଓ ବ୍ୟକ୍ତିଗତ ବିକାଶକୁ ଗୁରୁତ୍ୱ ଦେବା ଲାଗି ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। 

ମିୟାଙ୍ଗ ଫ୍ଲାଇଂ ଭୋକେସନାଲ୍‌ କଲେଜ ପକ୍ଷରୁ ଘୋଷଣା କରାଯାଇଛି ଯେ, ରୋମାନ୍ସ ଓ ଜୀବନକୁ ଭଲ ପାଇବା ପାଇଁ ଏପ୍ରିଲ ୧ରୁ ୭ ଯାଏ ସ୍ପ୍ରିଙ୍ଗ ବ୍ରେକ୍‌ ଦିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନ୍ମହାର ବୃଦ୍ଧି। ଯାହାକି ଜନବହୁଳ ଦେଶରେ ବହୁତ ହ୍ରାସ ପାଇଛି। NBC ନ୍ୟୁଜ୍‌ର ରିପୋର୍ଟରେ ଆହୁରି କୁହାଯାଇଛି ଯେ, ମିୟାଙ୍ଗ ଫ୍ଲାଇଂ ଭୋକେସନାଲ୍‌ କଲେଜର ଡେପୁଟି ଡିନ୍‌ଙ୍କ କହିବା ଅନୁସାରେ, ଆଶା କରାଯାଉଛି ଏହି ଛୁଟିରେ ଛାତ୍ରଛାତ୍ରୀମାନେ ସବୁଜ ଜଳ, ପାହାଡ଼ିଆ ଅଞ୍ଚଳ ବୁଲିବା ସହ ବସନ୍ତକୁ ମନଭରି ଉପଭୋଗ କରିବେ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ କେବଳ ଶାନ୍ତି ମିଳିବ ନାହିଁ ବରଂ କ୍ଲାସ୍‌ରୁମ୍‌ରେ ଶିକ୍ଷାଦାନକୁ ବୃଦ୍ଧି କରିବାରେ ଏହା ସହାୟକ ମଧ୍ୟ ହେବ।’

Advertisment

ଖାଲି କଲେଜ ଓ ଶିକ୍ଷାନୁଷ୍ଠାନ ବ୍ୟତୀତ ଚୀନ ସରକାର ମଧ୍ୟ ଜନ୍ମହାର ବୃଦ୍ଧି ନେଇ ଅନେକ ଯୋଜନା ଆଣିବାକୁ ଯାଉଛନ୍ତି। ସୂଚନାଥାଉ କି, ଚୀନରେ ସରକାର ‘ଗୋଟିଏ ଶିଶୁ ନୀତି’ ଲାଗୁ ପରେ ଦେଶରେ ଜନ୍ମହାର ବହୁତ ହ୍ରାସ ପାଇଛି। ଯଦିଓ ସରକାର ଏହି ସଂଖ୍ୟାକୁ ୩କୁ ବଢ଼ାଇଛନ୍ତି, ତଥାପି ଜନ୍ମହାର ହ୍ରାସ ପାଇଛି। ବିଭିନ୍ନ କାରଣ ଯଥା- ଶିଶୁଙ୍କ ଯତ୍ନ, ଶିକ୍ଷା, ଆୟ କମ୍‌ ଇତ୍ୟାଦି ଯୋଗୁ ଲୋକମାନେ ଅଧିକ ଛୁଆ ଜନ୍ମ କରିବା ପାଇଁ ଚାହୁଁ ନଥିବା ଜଣାପଡ଼ିଛି।

Ajab Gajab Ajab Gajab News
Advertisment
Advertisment