/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680438904.jpg)
japan trending
ଟିକିଏ ଭାବନ୍ତୁ, ଆପଣ ଚାକିରି କରିଥିବେ । ଆଉ ମାସର ଠିକ୍ ଶେଷକୁ ଦରମା ମଧ୍ୟ ପାଉଥିବେ । ତାହାସହିତ ନିଜର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ କମ୍ପାନୀ ଆପଣଙ୍କୁ ଛୁଟି ସହିତ ବିଭିନ୍ନ ସୁବିଧା ମଧ୍ୟ ଯୋଗାଇଦେଉଥିବ । ଆଉ ଯଦି ଆପଣ ସରକାରୀ ଚାକିରି କରିଥା’ନ୍ତି, ତେବେ କଥା ତ ସରିଲା । ଅନେକ ସୁବିଧା ସହ ଆପଣଙ୍କ ଦରମା ମଧ୍ୟ ମିଳୁଥିବ ।
ହେଲେ କିଛି କର୍ମଚାରୀ ତାଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ଅବହେଳା ପାଇଁ ଫାଇନ୍ ବା ଜରିମାନା ଆଦାୟ କରାଯାଇଥାଏ । ହେଲେ ଫାଇନ୍ କଥା କହିଲେ ଆପଣ କ’ଣ ଭାବୁଥିବେ । ଏଇ ୫ହଜାର, ୧୦ ହଜାର କିମ୍ୱା ୩୦ରୁ ୫୦ହଜାର ଟଙ୍କା ହୋଇଥାଇପାରେ । ହେଲେ କେବେ ଚିନ୍ତା କରିଛନ୍ତି ଜଣେ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟରେ ଆବହେଳା ଯୋଗୁଁ ୯ଲକ୍ଷ ଟଙ୍କା ଜରିମାନା କରାଯାଇଛି ।
କଥାଟି ଜାଣିବା ପରେ ଆପଣଙ୍କୁ ନିଶ୍ଚୟ ଚକିତ ଲାଗୁଥିବ । ଜଣେ କର୍ମଚାରୀଙ୍କ ଠାରୁ ୯ଲକ୍ଷ ଟଙ୍କା ଜରିମାନା ଆଦାୟକରିବା ନିଶ୍ଚୟ ଆପଣ ଅସମ୍ଭବ କଥା ଭାବୁଥିବେ । ହେଲେ କଥାଟି ସମ୍ପୂର୍ଣ୍ଣ ସତ । ଏପରି ଏକ ଘଟଣା ଘଟିଛି ଜାପାନରେ । ଜଣେ ୬୧ ବର୍ଷିୟ ସରକାରୀ କର୍ମଚାରୀ ତାଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ଦେବାକୁ ପଡ଼ିଛି ୯ଲକ୍ଷ ଟଙ୍କା ।
ସୂଚନା ମୁତାବକ କର୍ମଚାରୀ ଜଣକ ସିଗାରେଟ ପିଇବା ପାଇଁ ବାରମ୍ୱାର ନିଜ ସିଟ୍ରୁ ଉଠି ବାହାରକୁ ଯାଉଥିଲେ । ତାଙ୍କ ୧୪ ବର୍ଷର ଚାକିରି ସମୟ ଭିତରେ ସେ ମୋଟ୍ ୪ହଜାର ଥର ସିଟ୍ ଛାଡ଼ି ବାହାରକୁ ଯାଇଥିଲେ । ଯେଉଁଥିପାଇଁ ତାଙ୍କ ଉପରେ ୯ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିଲା । ସେହିପରି ୧୪ ବର୍ଷରେ କାର୍ଯ୍ୟସମୟରେ ୩୫୫ ଘଣ୍ଟା ୧୯ ମିନିଟ୍ ନଷ୍ଟ କରିଥିବା ରିପୋର୍ଟରେ କୁହାଯାଇଛି । ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟରେ ଧୁମ୍ରପାନ କାରିବା ନିଷେଧ ବୋଲି ନିର୍ଦ୍ଦେଶ ରହିଛି ।
ସବୁଠାରୁ ବଡ଼ କଥା ହେଉଛି ରିପୋର୍ଟ ଆଧାରରେ ଆହୁରି ଏକ ବଡ଼ ତଥ୍ୟ ମଧ୍ୟ ଦର୍ଶାଯାଇଛି । କୁହାଯାଇଛି କି, ୬୧ ବର୍ଷିୟ ଯୁବକ ଜଣକ ସରକାରୀ ନିୟମକୁ ଉଲ୍ଲଂଘନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)