Advertisment

NMACCରେ ଜବରଦସ୍ତ ପର୍‌ଫର୍ମାନ୍ସ; ଦେଖିବାକୁ ମିଳିଲା ସେଲିବ୍ରେଟିଙ୍କ ଜଲ୍‌ୱା

NMACC ଫ୍ୟାଶନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଶାହରୁଖ ଖାନ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ୱାମୀ ନିକ୍‌ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଦେଖିବାକୁ ମିଳିଥିଲା ଆହୁରି ଅନେନ ଷ୍ଟାର୍‌ଙ୍କ ଜଲ୍‌ୱା।

author-image
Pramod Behera
ଅଦ୍ୟତନ ହୋଇଛି
NMACC Event

NMACC Event

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ଉଦ୍‌ଘାଟନ ହୋଇଯାଇଛି। ଏହି ଅବସରରେ କଳାକାରଙ୍କ ଠାରୁ ଆରମ୍ଭ କରି ଧାର୍ମିକ ଗୁରୁ, କ୍ରୀଡା ଏବଂ ବ୍ୟବସାୟ ଜଗତର ଜଣାଶୁଣା ବ୍ୟକ୍ତିତ୍ୱମାନେ ଉପସ୍ଥିତ ଥିଲେ। ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍ (RRVL) ର ନିର୍ଦ୍ଦେଶକ ଇଶା ଅମ୍ବାନୀଙ୍କ ଅଭିଭାଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Advertisment

ଦେଇ ଇଶା ଅମ୍ବାନୀ ତାଙ୍କ ମା’ ନୀତା ଅମ୍ବାନୀଙ୍କ ନୀତି ଉପରେ। ତାଙ୍କ ମା’ ସମସ୍ତଙ୍କ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଚିନ୍ତା କରୁଛନ୍ତି। ସେ କହିଥିଲେ, “ ଏହି କେନ୍ଦ୍ର ମୋ ମା’ଙ୍କ ନାମରେ ନାମିତ ହୋଇଛି - NMACC, ଯାହା କଳା ପ୍ରତି ତାଙ୍କର ସାରା ଜୀବନର ସମର୍ପଣ ହେତୁ ଏକ ସମ୍ମାନ।”

NMACC ଫ୍ୟାଶନ ଗାଲାର ଦ୍ୱିତୀୟ ଦିନରେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଶାହରୁଖ ଖାନ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ୱାମୀ ନିକ୍‌ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ।

Advertisment

ସେହିପରି ସାଉଥ୍ ଷ୍ଟାର୍‌ ରଶ୍ମିକା ମନ୍ଦନା ମଧ୍ୟ ରେଡ୍‌ କାର୍ପେଟରେ ନିଜରର ଆକର୍ଷଣୀୟ କଳା ପୋଷାକ ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ, ବଲିଉଡର ସୁପର୍‌ଷ୍ଟାର୍‌ ସଲମାନ ଖାନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ରେଡ୍‌ କାର୍ପେଟ୍‌ରେ ଏକ ଜବରଦସ୍ତ ଏଣ୍ଟ୍ରୀ ମାରିଥିଲେ।

ଏହି ଅବସରରେ ସଲମାନ ଏକ କଳା ସାର୍ଟ ବାଛିଥିଲେ ଯାହାକୁ ସେ ଏକ ଅଲିଭ୍ ଗ୍ରୀନ୍ ବ୍ଲେଜର ଏବଂ ସେହି ରଙ୍ଗର ପ୍ୟାଣ୍ଟ ସହିତ ପିନ୍ଧିଥିଲେ। ସେ ଏହି ଲୁକ୍‌ରେ ବହୁତ ସ୍ମାର୍ଟ ଦେଖାଯାଉଥିଲେ। ସେ ରେଡ୍‌ କାର୍ପେଟରେ ପୋଜ୍ ଦେଇ ସମସ୍ତଙ୍କ ମନ କିଣିନେଇଥିଲେ।

ବଲିଉଡର ଗ୍ଲାମରସ୍ ଡିଭା ଦିଶା ପଟାନୀ ନିଜ ପୋଷାକ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଦିଶା ଇଣ୍ଡଷ୍ଟ୍ରିର ସବୁଠାରୁ ଫିଟ୍ ଏବଂ ଗ୍ଲାମରସ୍ ଅଭିନେତ୍ରୀ ଭାବରେ ଜଣାଶୁଣା। ବଲିଉଡର ଏହି ସୁନ୍ଦରୀ ନିଜର ଦମଦାର ଷ୍ଟାଇଲ୍‌ରେ NMACCରେ ଛାଇ ଯାଇଥିଲେ। ଏହି ଇଭେଣ୍ଟ ପାଇଁ, ଦିଶା ଏକ ଚମତ୍କାରୀ ଶାଢୀ ବାଛିଥିଲେ, ଯାହାକୁ ସେ ଏକ ଷ୍ଟ୍ରାପ୍‌ଲେସ୍ ମ୍ୟାଚିଙ୍ଗ୍ ବ୍ଲାଉଜ୍ ସହିତ ପିନ୍ଧିଥିଲେ। ଦିଶାଙ୍କ ଏହି ଲୁକ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ଏଥି ସହିତ ବରୁଣ ଧାୱନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଜବରଦସ୍ତ ପର୍‌ଫର୍ମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଡ୍ୟାନ୍ସ ଆମେରିକୀୟ ମଡେଲ ଗିଗି ହଦିଦ୍‌ଙ୍କୁ ଏତେ ଉତ୍ସାହିତ କରିଥିଲା ​​ଯେ ସେ ବରୁଣଙ୍କ ସହ ନାଚିବା ପାଇଁ ମଞ୍ଚ ଉପରକୁ ଉଠିଯାଇଥିଲେ। ଗିଗି ମଞ୍ଚରେ ପହଞ୍ଚିବା ମାତ୍ରେ, ବରୁଣ ତାଙ୍କୁ ନିଜ ବାହୁରେ ଉଠାଇ ନେଲେ ଆଉ ଗୋଲ୍ ଗୋଲ୍ କରି ବୁଲେଇବାକୁ ଲାଗିବା ଦେଖିବାକୁ ମିଳେ। ଖାଲି ଏତିକି ନୁହେଁ, ଏହି ସମୟରେ ଗିଗି ତାଙ୍କୁ ଚୁମ୍ବନ ଦେବା ମଧ୍ୟ ଦେଖିବାକୁ ମିଳେ।

ଯେତେବେଳେ ବରୁଣ ଧାୱନ ଡ୍ୟାନ୍ସ କରୁଥିଲେ, ଶାହରୁଖ ଖାନ୍‌ଙ୍କ ଏଣ୍ଟ୍ରୀ ହୋଇଥିଲା। ମଞ୍ଚରେ ଶାହାରୁଖଙ୍କୁ ଦେଖି ଲୋକେ ଉତ୍ସାହିତ ହୋଇପଡିଥିଲେ ଏବଂ ତାଙ୍କୁ ପର୍‌ଫର୍ମାନ୍ସ କରିବାକୁ ଅନୁରୋଧ କରିଥିଲେ। ଏହା ପରେ ଶାହାରୁଖ 'ଝୁମେ ଜୋ ପଠାନ୍'ରେ ନାଚିବା ଆରମ୍ଭ କରିଥିଲେ। ବରୁଣ ମଧ୍ୟ ତାଙ୍କ ସହ ନାଚିଥିଲେ। ଏହି ସମୟରେ ରଣବୀର ସିଂହ ମଧ୍ୟ ସେମାନଙ୍କ ସହ ମିଶିଥିଲେ ଓ ଶାହାରୁଖ-ବରୁଣଙ୍କ ସହ ତାଳ ଦେଇ ନାଚିଥିଲେ।

ଏମାନଙ୍କ ବ୍ୟତୀତ ରଣବୀର ସିଂହ ଆଉ ଏକ ଦୃଢ ପ୍ରଦର୍ଶନ ସହିତ ଲୋକଙ୍କ ହୃଦୟ ଜିତିଥିଲେ। ଯେତେବେଳେ ସେ ଫିଲ୍ମ 'ଦିଲ୍‌ ଧଡକ୍‌ନେ ଦୋ'ର 'ଗଲ୍ଲାଁ ଗୁଡିୟାଁ' ଗୀତରେ ନାଚୁଥିଲେ, ସେତେବେଳେ ସେ ମଞ୍ଚରୁ ଓହ୍ଲାଇ ପ୍ରିୟଙ୍କା ଚୋପ୍ରା ଓ ଜୋନସ୍‌ଙ୍କୁ ଧରି ମଞ୍ଚକୁ ଆଣିଥିଲେ। ସେମାନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା।

Salman Khan Rashmika Mandanna Bollywood Disha Patani Shahrukh Khan
Advertisment
Advertisment