ଅମିର ଖାନ କିଛି ଦିନ ଧରି ତାଙ୍କ ପୁରୁଣା ଗାର୍ଲଫ୍ରେଣ୍ଡଙ୍କୁ ଡେଟ୍ କରୁଛନ୍ତି। ସେ ଏହି ସମ୍ପର୍କକୁ ଦୁନିଆରୁ ଲୁଚାଇ ରଖିଛନ୍ତି। ତେବେ ରିପୋର୍ଟ ଅନୁସାରେ ସେ ଗୌରୀଙ୍କୁ କେବଳ କିଛି ଅତି ନିକଟତମ ଲୋକଙ୍କ ସହିତ ପରିଚିତ କରାଇଥିଲେ।
ଶାହରୁଖ ଖାନ୍ଙ୍କ ଘର ନବୀକରଣ କାମକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି। ଜଣେ ସାମାଜିକ କର୍ମୀ ନବୀକରଣ ସମୟରେ ନିୟମ ଉଲ୍ଲଂଘନ କଥା ଉଠାଇଛନ୍ତି।
ଆଇଫା ୱିକେଣ୍ଡ ୨୦୨୫ ଜୟପୁରରେ ଅନୁଷ୍ଠିତ ହେଉଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ଶାହିଦ କପୁର ପର୍ଯ୍ୟନ୍ତ ଏକାଧିକ ଷ୍ଟାର ବ୍ଲାକ ଆଉଟଫିଟରେ ନଜର ଆସିଥିଲେ।
IIFA ପୁରସ୍କାର ୨୦୨୫ର ମଞ୍ଚରେ ଶାହରୁଖ ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ ପର୍ଫର୍ମାନ୍ସକୁ କେବେ ବି ଭୁଲି ହେବ ନାହିଁ। ସୋସିଆଲ୍ ମିଡିଆରେ ହେଉଛି ଏହି ଭିଡିଓ ଭାଇରାଲ୍। ଦେଖନ୍ତୁ…
ଉଭୟ ଶାହରୁଖ ଖାନ ଏବଂ ଗୌରୀ ଖାନ ‘ମନ୍ନତ’କୁ ଭାରତର ସବୁଠାରୁ ଲୋକପ୍ରିୟ ଗୃହରେ ପରିଣତ କରିଛନ୍ତି। କିନ୍ତୁ, ଅନେକ ଲୋକ ହୁଏତ ଜାଣି ନ ଥିବେ ଯେ ଶାହରୁଖ ଖାନଙ୍କ ଏହି ପ୍ରିୟ ଘରକୁ ପୂର୍ବରୁ ସଲମାନ ଖାନଙ୍କୁ ଅଫର୍ କରାଯାଇଥିଲା।
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପୂର୍ବରୁ ଅଭିଯୁକ୍ତ ଯାଇଥିଲା କି ଶାହରୁଖ ଖାନଙ୍କ ବାସଭବନ ପାଖକୁ ? ଲୁହା ସିଡି ପକାଇ କରୁଥିଲା କି ରେକି ? କିଏ କିଏ ଥିଲେ ତା ସାଙ୍ଗରେ ? ଏହା ପଛରେ ରହିଛି କି କୌଣସି ଗ୍ୟାଙ୍ଗର ହାତ ? ଏମିତି ଅନେକ ପ୍ରଶ୍ନର ପାହାଡ ଉପରେ ଛିଡା ହୋଇଛି ମୁମ୍ୱାଇ ପୋଲିସ୍ ।
ସଲମାନ ଏବଂ ଶାହରୁଖ ଖାନଙ୍କ ସୁପରହିଟ୍ ଫିଲ୍ମ 'କରନ ଅର୍ଜୁନ' ଦୀର୍ଘ ୩୦ ବର୍ଷ ପରେ ଏବେ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ। ସଲମାନ ଖାନ୍ ଫିଲ୍ମର ଟିଜର ସହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି କଥା କହିଛନ୍ତି।
ଏକ ସାକ୍ଷାତକାରରେ ରାହୁଲ ଦେବ ତାଙ୍କ ସ୍କୁଲ୍ ଦିନର ସ୍ମୃତି ବାଣ୍ଟିଥିଲେ। ରାହୁଲ ତାଙ୍କ ସ୍କୁଲ୍ ଦିନର କଥାରେ କହିଥିଲେ ଯେ ଶାହରୁଖ ଖାନ ସ୍କୁଲରେ ବହୁତ ଭଲ ଛାତ୍ର ଥିଲେ। ଖେଳରେ ମଧ୍ୟ ସେ ଖୁବ୍ ଭଲ ଥିଲେ ବୋଲି ସେ କହିଛନ୍ତି।
IIFA 2024 ପୁରସ୍କାର ଉତ୍ସବ ଆବୁଧାବିରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଶାହରୁଖ ଖାନଙ୍କ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ତାଙ୍କର ଦମଦାର୍ ଅଭିନୟ ପାଇଁ ତାଙ୍କୁ ଗତ ବର୍ଷ ମୁକ୍ତିଲାଭ କରିଥିବା 'ଜବାନ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।
ପ୍ରଶଂସକମାନେ ଶାହରୁଖ-ସଲମାନଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ଉଭୟଙ୍କର ପ୍ରଶଂସକମାନେ ସେମାନଙ୍କର ପ୍ରିୟ ସୁପର୍ଷ୍ଟାର୍ମାନଙ୍କୁ ଏକାଠି ଦେଖିବାକୁ ଭଲ ପାଆନ୍ତି। ବର୍ତ୍ତମାନ ଏକ ପ୍ରୋଜେକ୍ଟ ବିଷୟରେ ଶୁଣିବାକୁ ମିଳୁଛି, ଯେଉଁଥିରେ ଉଭୟ ଖାନଙ୍କୁ ଏକାଠି ଦେଖିବାକୁ ମିଳିବ।
ଆଲୋଚନା ହେଉଛି ଯେ ଭିଷେକ ବଚ୍ଚନ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ 'କିଙ୍ଗ୍'ରେ ନଜର ଆସିବେ। କିଛି ଚର୍ଚ୍ଚାରୁ ଜଣାପଡିଛି ଯେ ସେ ଏହି ଫିଲ୍ମରେ ଜଣେ ଭିଲେନ୍ ଭୂମିକାରେ ନଜର ଆସିବେ। ଏହି ସବୁ ଚର୍ଚ୍ଚା-ଆଲୋଚନା ଭିତରେ ତାଙ୍କର ଏକ ନୂଆ ଲୁକ୍ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଏକ କ୍ଲିପ୍ରେ ଶାହରୁଖ ମଜ୍ଜା କରି କହିଛନ୍ତି ଯେ ଆଜିକାଲିର ନୂଆ ପିଢିମାନେ କିପରି ଜଣେ ବରିଷ୍ଠଙ୍କ ପାଦ ଛୁଇଁ ସମ୍ମାନ ଦିଅନ୍ତି। ଏହା ପରେ ଯେତେବେଳେ ରାଣା ଦଗୁବାତୀ ମଞ୍ଚକୁ ଆସନ୍ତି ଶାହରୁଖଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି।
ବଲିଉଡ୍ କିଙ୍ଗ୍ ଶାହରୁଖ ଖାନ ପ୍ରକାଶ କରିଛନ୍ତି ଯେ ସେ ଦିନକୁ ଥରେ ଖାଆନ୍ତି ଏବଂ ମାତ୍ର ୪ ଘଣ୍ଟା ଶୁଅନ୍ତି। ରାତି ୨ଟାରେ ଫେରି ବ୍ୟାୟାମ ମଧ୍ୟ କରନ୍ତି। ତେବେ ଆସନ୍ତୁ ତାଙ୍କ ଜୀନଶୈଳୀକୁ ନେଇ ସେ କ’ଣ କହିଛନ୍ତି ଜାଣିବା।
ଶାହରୁଖଙ୍କୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସେ ଆଖି ପାଇଁ ଡାକ୍ତରଖାନା ଯାଇଥିଲେ। ଜୁଲାଇ ୨୯ରେ ତାଙ୍କ ଆଖି ସର୍ଜରୀ ହୋଇଛି। କିନ୍ତୁ ଏହି ସର୍ଜରୀ ସଠିକ୍ ଭାବରେ ହୋଇପାରି ନାହିଁ, ଯେଉଁଥିପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।
ଅନନ୍ତ ଅମ୍ବାନୀ ବିବାହ ଏହାର ଗ୍ରାଣ୍ଡ ସେଲିବ୍ରେସନ ପାଇଁ ଏବେ ଚର୍ଚ୍ଚାରେ ଅଛି। ବର୍ତ୍ତମାନ ଏହି ବିବାହକୁ ନେଇ ଆଉ ଏକ ରୋମାଞ୍ଚକର କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ବିବାହ ଉତ୍ସବରେ ବରପକ୍ଷରୁ ଯୋଗଦେଇଥିବା ଅତିଥିମାନଙ୍କୁ ବହୁତ ମହଙ୍ଗା ଉପହାର ଦିଆଯାଇଛି।
ଅନନ୍ତ-ରାଧିକାଙ୍କ ବିବାହରେ ଦୀପିକା ପାଦୁକୋନଙ୍କ ସହ ଭେଟ ହୋଇଗଲା ଶାହରୁଖଙ୍କ ସହ। ଭାଇରାଲ୍ ହେଉଛି ଏହି ଭିଡିଓ। ଦେଖିବାକୁ ମିଳେ ଯେ ଶାହରୁଖ ଖାନ ଗର୍ଭବତୀ ଥିବା ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେଇ ଅଭିବାଦନ ଜଣାଇଛନ୍ତି, ଏହା ପରେ ସେ ତାଙ୍କୁ ଆଲିଙ୍ଗନ କରିଛନ୍ତି।
ଶାହରୁଖ ଖାନଙ୍କ ସହ କାମ କରିଥିବା ଜୁହୀ ଚାୱଲା କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଅଭିନେତାଙ୍କର EMI ଦେବାକୁ ଟଙ୍କା ନ ଥିଲା। ସେ କହିଛନ୍ତି ଯେ EMI ପୈଠ କରି ନ ଥିବାରୁ ଶାହରୁଖଙ୍କ ଜିପ୍ସୀ କାର୍ ହାତରୁ ଚାଲିଯାଇଥିଲା।
ଚାଇନାର ଜଣେ ଗାୟିକାଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ଶାହରୁଖ ଖାନଙ୍କ ହିଟ୍ ଚଳଚ୍ଚିତ୍ରର ହିଟ୍ ଗୀତ ଗାଉଥିବାର ନଜର ଆସିଛନ୍ତି।
୨୦୨୧ ପରଠାରୁ ବଲିଉଡ୍ ସୁପର୍ଷ୍ଟାର୍ ଶାହରୁଖ ଖାନ ମିଡିଆ ଏବଂ ପାପାରାଜିଙ୍କ ଠାରୁ ଦୂରରେ ଅଛନ୍ତି। ଶାହରୁଖ କ୍ୟାମେରା ଠାରୁ ଦୂରେଇ ରହୁଛନ୍ତି, ଛତା ତଳେ ଲୁଚିକି ଯାଉଛନ୍ତି ଏବଂ ଇଭେଣ୍ଟ ତଥା ପାର୍ଟୀରେ ମିଡିଆ ପାଇଁ ପୋଜ୍ ଦେଉ ନାହାଁନ୍ତି। ହେଲେ କାହିଁକି…
ଯେତେବେଳେ ରେଖା ମଞ୍ଚକୁ ଆସି ନିଜର ପୁରୁଣା ଗୀତରେ ନାଚିବା ଆରମ୍ଭ କରନ୍ତି, ଦର୍ଶକମାନଙ୍କ ହୃଦୟକୁ କାବୁ କରିନିଅନ୍ତି। ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହରୁଖ ଖାନଙ୍କ ସହ ରେଖାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଏହି ଥ୍ରୋବ୍ୟାକ୍ ଭିଡିଓ ଏକ ପୁରସ୍କାର ଶୋ’ରୁ ଆସିଥିବା ଜଣାପଡିଛି।
ଏବେ ପ୍ରଶଂସକମାନେ ଶାହରୁଖ୍ ଖାନ୍ଙ୍କ ନୂଆ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପଟେ ଶାହରୁଖ ଖାନ କହିଛନ୍ତି ଯେ ସେ କେଉଁ ମାସରୁ ଚଳିତ ବର୍ଷ ଶୁଟିଂ ଆରମ୍ଭ କରିବେ। ତେବେ କେଉଁ ଫିଲ୍ମ ପାଇଁ ସେ ବ୍ୟସ୍ତ ରହିବେ ତାହା କିଙ୍ଗ ଖାନ ପ୍ରକାଶ କରି ନାହାଁନ୍ତି।
ବଲିଉଡ୍ କିଙ୍ଗ୍ ଶାହରୁଖ ଖାନଙ୍କୁ ଏମିତି ଖାଲି ଖାଲିରେ ଜେଣ୍ଟେଲ୍ମ୍ୟାନ୍ କୁହାଯାଏ ନାହିଁ। ଶାହରୁଖଙ୍କୁ ଅନେକ ସମୟରେ ବହୁତ ସମ୍ମାନର ସହିତ ସାକ୍ଷାତ କରୁଥିବା ଦେଖିବାକୁ ମିଳିଥାଏ। ଇଣ୍ଡଷ୍ଟ୍ରିର ଜଣେ ନୂତନ କଳାକାର ହୁଅନ୍ତୁ, ତାଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି ହୁଅନ୍ତୁ, ଶାହରୁଖ ସମସ୍ତଙ୍କୁ ପ୍ରେମ ଏବଂ ସମ୍ମାନର ସହିତ ଭେଟନ୍ତି।
‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ।
ଯଦିଓ କିଙ୍ଗ୍ ଖାନ୍ କୌଣସି ହଲିଉଡ୍ ଫିଲ୍ମ କରିନାହାଁନ୍ତି, ତଥାପି ତାଙ୍କ ଷ୍ଟାରଡମ୍ ବିଦେଶରେ ମଧ୍ୟ କମ ନୁହେଁ। ନିକଟରେ ଏକ ସାକ୍ଷାତକାରରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ହଲିଉଡ୍ରେ କାମ କରି ନାହାନ୍ତି ତାହାର ଉତ୍ତର ଦେଇଛନ୍ତି।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଏକ ପ୍ରି-ୱେଡିଂ ପାର୍ଟି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଶାହରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନଙ୍କ ଡ୍ୟାନ୍ସ ଠାରୁ ଆରମ୍ଭ କରି ଅତିଥିମାନଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁକିଛି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ତ୍ତମାନ ଏକ ପ୍ରି-ୱେଡିଂ ପାର୍ଟିରେ ମିଳିଥିବା ଉପହାରକୁ ନେଇ ସୂଚନା ଆସିଛି। ଜାଣନ୍ତୁ କିଏ କ’ଣ ଦେଇଛନ୍ତି…