• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବେଳେବେଳେ ଆମ ପାଖରେ ଥିବା ନୋଟ୍‌ ଚିରିଯାଏ । ଟଙ୍କା ଚିରିଯିବା ପରେ ଆମେ ସମସ୍ତେ ବ୍ୟସ୍ତ ହୁଅନ୍ତି । କେମିତି ସେହି ନୋଟ୍‌କୁ ବ୍ୟାଙ୍କ ଫେରାଇବ ? କେତେ ଟଙ୍କାରେ ଫେରାଇବ ? ସେନେଇ ସମସ୍ତେ ଚିନ୍ତାରେ ଥାଆନ୍ତି । ହେଲେ ବ୍ୟାଙ୍କ ସେହି ନୋଟ୍‌କୁ ନେଇଯାଏ । ହେଲେ ଜାଣିଛନ୍ତି କି ? ସେହି ନୋଟ୍‌ ନେଇ ବ୍ୟାଙ୍କ କରେ କଣ ?

ନୋଟ ଯେଉଁଭଳି ଭାବେ ଚିରି ଥାଉନା କାହିଁକି ତାକୁ ବ୍ୟାଙ୍କରେ ପରିବର୍ତ୍ତନ କରାଯାଇପାରିବ । ଏପରିକି ନୋଟ୍ ଦୁଇଖଣ୍ଡ ହେବା ପରେ ବି ବ୍ୟାଙ୍କରେ ଏକ୍ସଚେଂଜ୍‌ ହୋଇପାରିବ । ହେଲେ ଜାଣିରଖନ୍ତୁ, ନୋଟ୍‌ର ଅବସ୍ଥା ଅନୁସାରେ ବ୍ୟାଙ୍କ ସେହି ନୋଟ୍‌ ଉପରେ ଆପଣଙ୍କୁ ଟଙ୍କା ଦେବ । ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର (RBI)  ନିୟମ ୨୦୦୯ ଅନୁସାରେ ଛିଡ଼ା ନୋଟ୍‌ରେ କେତେ ଟଙ୍କା ମିଳିବ ସେନେଇ ସ୍ପଷ୍ଟ କରାଯାଇଛି ।

ଅଧିକ ପଢ଼ନ୍ତୁ: ବ୍ୟାଙ୍କ ଦେବାଳିଆ ହୋଇଗଲେ, ବୁଡ଼ିଯିବ କି ଆପଣଙ୍କ ଜମା ଟଙ୍କା ?

ବ୍ୟାଙ୍କକୁ ନେଇଥିବା ଟଙ୍କାର ଯଦି ୫୦ ପ୍ରତିଶତ ଅଂଶ ଆପଣଙ୍କ ପାଖରେ ରହିଛି ତେବେ ଆପଣଙ୍କୁ ଟଙ୍କା ଦେବ ବ୍ୟାଙ୍କ । ନଚେତ୍‌ ଆପଣଙ୍କୁ କିଛି ବି ଟଙ୍କା ମିଳିବ ନାହିଁ । ଯଦି ଆପଣ ୨୦ରୁ ଅଧିକ ନୋଟ୍ କିମ୍ବା ୫ ହଜାରରୁ ଅଧିକ ଟଙ୍କାର ଚିରା ନୋଟକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏଥିଲାଗି ଆପଣଙ୍କୁ ଟ୍ରାଞ୍ଜାକସନ୍ ଫି ମଧ୍ୟ ଦେବାକୁ ପଡିବ ।

ଛିଡ଼ା ନୋଟ୍‌ ବ୍ୟାଙ୍କ କରେ କଣ?

ଯେଉଁ ନୋଟ୍ ଚିରିଯାଇଛି ସେହି ନୋଟକୁ ଆରବିଆଇ ବନ୍ଦ କରିଦିଏ । ଅର୍ଥାତ୍ ସେହି ନୋଟର ପ୍ରଚଳନ ବନ୍ଦ ହୋଇଯାଇଥାଏ । ଚିରିଯାଇଥିବା ନୋଟ୍ ସ୍ଥାନରେ ଅନ୍ୟ ନୋଟ୍ ଛପାଯାଇଥାଏ । ପୂର୍ବରୁ ଏପରି ନୋଟକୁ ଜାଳିଦିଆଯାଉଥିଲା ଅବା ଚିରା ନୋଟକୁ ଛୋଟ ଛୋଟ ଖଣ୍ଡ କରି ତାକୁ ରିସାଇକେଲ୍ କରିଦିଆଯାଉଥିଲା । ହେଲେ ଏବେ ତାହା ବଦଳରେ ନୂଆ ନୋଟ୍‌ ଛପାଯାଉଛି । ତେବେ ଯଦି ଆପଣଙ୍କ ପାଖରେ ଚିରାଫଟା ନୋଟ୍‌ ରହିଛି ତେବେ ବ୍ୟସ୍ତ ନହୋଇ ବ୍ୟାଙ୍କରେ ଫେରାଇ ଦିଅନ୍ତୁ ଏବଂ ନୂଆ ଟଙ୍କା ଫେରିପାଆନ୍ତୁ...

ଅଧିକ ପଢ଼ନ୍ତୁ: ଆପଣଙ୍କ ପାଖରେ ପେନ୍‌ରେ ଲେଖାଥିବା ନୋଟ୍‌ ଅଛି କି ? ଜାଣନ୍ତୁ, ଏହା ଚଳିବ ନା ନାହିଁ...