Advertisment

NICର ୫୯୮ଟି ପଦବୀ ପାଇଁ ଆବେଦନକୁ ଆଉ ରହିଲା ୨ ଦିନ

NIC ୫୯୮ଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଥିଲା। ଏନେଇ ଆବେଦନ ଚାଲିଛି। ଆପଣ କରି ନାହାନ୍ତି କି। ଆଉ ମାତ୍ର ୨ ଦିନ ବାକି ଅଛି। ତୁରନ୍ତ ଆବେଦନ କରନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
NIC Recruitment 2023

Doing b-tech get job in national informatics centre

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ନ୍ୟାସ୍‌ନାଲ୍‌ ଇନ୍‌ଫର୍‌ମେଟିକ୍ସ ସେଣ୍ଟର(NIC) ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ୍‌ ଏବଂ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାକୁ ଆଉ ମାତ୍ର ୨ ଦିନ ବାକି ଅଛି।

Advertisment

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରି ନାହାନ୍ତି ସେମାନେ NIELITର ଅଫିସିଆଲ୍ ୱେବସାଇଟ୍ nielit.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ୪ ଏପ୍ରିଲରେ ଶେଷ ହେବ। ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୫୯୮ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: SAILରେ ବାହାରିଛି ଅନେକ ପଦବୀ; ଦରମା ୨ ଲକ୍ଷ ପରେ

ପୋଷ୍ଟ ସଂଖ୍ୟା:

  • ବୈଜ୍ଞାନିକ ବି ଗ୍ରୁପ୍ ଏ: ୭୧ଟି ପୋଷ୍ଟ
  • ବୈଜ୍ଞାନିକ ଅଧିକାରୀ / ଇଞ୍ଜିନିୟର: ୧୯୬ ଟି ପୋଷ୍ଟ
  • ବୈଜ୍ଞାନିକ / ବୈଷୟିକ ସହାୟକ: ୩୩୧ଟି ପୋଷ୍ଟ୍‌
Advertisment

ଯୋଗ୍ୟତା:

  • ବୈଜ୍ଞାନିକ ବି ଗ୍ରୁପ୍ ଏ: ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ କିମ୍ବା ଟେକ୍ନୋଲୋଜିରେ ଗ୍ରାଜୁଏଟ୍ ଡିଗ୍ରୀ କିମ୍ବା ଇଲେକ୍ଟ୍ରୋନିକ୍ସ ବିଭାଗ ଏବଂ କମ୍ପ୍ୟୁଟର କୋର୍ସ ବି-ସ୍ତର କିମ୍ବା ଇଂଜିନିୟର୍ସ ସଂସ୍ଥାନର ଆସୋସିଏଟ୍ ସଦସ୍ୟ ବା ଇଲେକ୍ଟ୍ରୋନିକ୍ସ ଏବଂ ଟେଲି ଯୋଗାଯୋଗରେ ‍ଇଂଜିନିୟରିଂରେରେ ଗ୍ରାଜୁଏଟ୍ ବା ମାଷ୍ଟର ଡିଗ୍ରୀ, କମ୍ପ୍ୟୁଟର ଆପ୍ଲିକେଶନରେ ଦିଗ୍ରୀ ବା ଇଂଜିନିୟରିଂ / ଟେକ୍ନୋଲୋଜିରେ ମାଷ୍ଟର ଡିଗ୍ରୀ କିମ୍ବା ଫିଲୋସଫିରେ ମାଷ୍ଟର ଡିଗ୍ରୀ
  • ବୈଜ୍ଞାନିକ ଅଧିକାରୀ / ଇଞ୍ଜିନିୟର, ବୈଜ୍ଞାନିକ / ବୈଷୟିକ ସହାୟକ: ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ M.Sc/MS/MCA/BE/B.Tech ଡିଗ୍ରୀ ହାସଲ କରିବା ଜରୁରୀ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ ତାରିଖ: ମାର୍ଚ୍ଚ ୪
  • ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: ଏପ୍ରିଲ୍ ୪

ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ

Govt Jobs National Informatics Centre
Advertisment
Advertisment