• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋରର(RCB) ଷ୍ଟାର ବ୍ୟାଟର ବିରାଟ କୋହଲି ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ ବ୍ୟାଟର ଭାବେ ଇଣ୍ଡିଆନ ପ୍ରିମିୟର ଲିଗରେ(IPL) ୫୦ ଥର ୫୦ ବା ଏହାଠାରୁ ଅଧିକ ରନ୍‌ର ଇଂନିସ ଖେଳିବାରେ ରେକର୍ଡ କରିଛନ୍ତି ବିରାଟ । ରବିବାର ବେଙ୍ଗାଲୁରୁର ଏମ.ଚିନ୍ନାସ୍ନାମୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଏହି ବିରଳ ଉପଲବ୍ଧି ହାସଲ କରିଛନ୍ତି ବିରାଟ ।

ଅଧିକ ପଢ଼ନ୍ତୁ: ଆଇପିଏଲ୍‌ ମଞ୍ଚରେ କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପାଦ ଛୁଇଁଲେ ଅରିଜିତ୍‌ ସିଂ, ଭାଇରାଲ ହେଲା ଫଟୋ

ମୁମ୍ବାଇ ବିପକ୍ଷରେ ମାତ୍ର ୩୮ ବଲ୍‌ରୁ ଦ୍ରୁତ ୫୦ ରନ୍‌ ହାସଲ କରିବାପରେ ଆଇପିଏଲ୍‌ରେ ୪୫ତମ ଅର୍ଦ୍ଧଶତକ ହାସଲ କରିଥିଲେ ବିରାଟ କୋହଲି । ବିରାଟଙ୍କ ନାଁରେ ୫ଟି ଆଇପିଏଲ୍‌ ଶତକ ରହିଛି । ଏହି ରେକର୍ଡ ସହ ଶିଖର ଧାୱନଙ୍କୁ ପଛରେ ପକାଇଛନ୍ତି ବିରାଟ । ଧାୱନଙ୍କ ନାଁରେ ୪୯ଟି ୫୦ରୁ ଅଧିକ ଆଇପିଏଲ ଇଂନିସ ରହିଥିଲା । ଧାୱନ ୪୭ଟି ଅର୍ଦ୍ଧଶତକ ଓ ଦୁଇଟି ଶତକ ହାସଲ କରିଛନ୍ତି ।

ଏହି ତାଲିକାରେ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଥିବା ଡେଭିଡ ୱାର୍ଣ୍ଣର ସର୍ବାଗ୍ରେ ରହିଛନ୍ତି । ଆଇପିଏଲ୍‌ରେ ସର୍ବାଧିକ ଥର ୫୦ରୁ ଅଧିକ ଇଂନିସ ଖେଳିବାର ରେକର୍ଡ ଅଷ୍ଟ୍ରେଲୀୟ ବ୍ୟାଟର ୱାର୍ଣ୍ଣରଙ୍କ ନାଁରେ ରହିଛି । ୱାର୍ଣ୍ଣର ମୋଟ ୬୦ ଥର ୫୦ ରନ୍ ମାର୍କ ପାର୍ କରିଛନ୍ତି । ଏଥିରେ ୫୬ଟି ଅର୍ଦ୍ଧଶତକ ଓ ୪ଟି ଶତକୀୟ ଇଂନିସ ରହିଛି । କୋହଲି ତାଲିକାର ଦ୍ୱିତୀୟ ସ୍ଥାନରେ ଓ ଧାୱନ ତୃତୀୟରେ ରହିଛନ୍ତି ।

ବ୍ୟାଟର             ମ୍ୟାଚ୍       ୫୦+     ୫୦/ ୧୦୦    ରନ୍        ଷ୍ଟ୍ରାଇକ୍ ରେଟ୍

ଡେଭିଡ ୱାର୍ଣ୍ଣର    ୧୬୩       ୬୦       ୫୬/୪       ୫୯୩୭       ୧୪୦.୪୨

ବିରାଟ କୋହଲି    ୨୨୪      ୫୦        ୪୫/୫       ୬୬୯୨       ୧୨୯.୩୮

ଶିଖର ଧାୱନ       ୨୦୭     ୪୯        ୪୭/୨       ୪୯୭୧        ୧୨୬.୪୧

ଏବି ଡି ଭିଲିୟର୍ସ    ୧୮୪     ୪୩        ୪୦/୩       ୩୪୦୩          ୧୫୧.୬୮

ରୋହିତ ଶର୍ମା       ୨୨୮     ୪୧        ୪୧/୧       ୪୫୩୬         ୧୨୯.୬୨

ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ କିଙ୍ଗ୍ କୋହଲି, ଭାଇରାଲ ହେଉଛି 10th ମାର୍କସିଟ୍‌