Advertisment

No Officer In Govt Office: ମୁରବୀ ଶୂନ୍ୟ ସହର, ଭଗବାନଙ୍କ ଦୟାରୁ ଜୀଉଁଛନ୍ତି ଲୋକେ!

ମୁରବୀ ଶୂନ୍ୟ ହୋଇପଡ଼ିଛି ସହର। ଗୁରୁତ୍ୱପୂର୍ଣ୍ଣ ଚାରୋଟି ବିଭାଗରେ ନାହାଁନ୍ତି ଅଧିକାରୀ। ଅତିରିକ୍ତ ଦାୟିତ୍ୱରେ ଚାଲିଛି ସରକାରୀ କାର୍ଯ୍ୟାଳୟ।।

author-image
Manoranjan Sial
Block Office

Block Office

ସୁଶାସନ ସହ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ବିଭିନ୍ନ ବିଭାଗ ରହିଛି। ଆଉ ଏଥିପାଇଁ ଅଧିକାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ହେଲେ ବିଡମ୍ବନାର ବିଷୟ ବିଭାଗୀୟ ଅଧିକାରୀଙ୍କ ବଦଳି କିମ୍ବା ଅନୁପସ୍ଥିତି ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ମୁରବୀ ଶୂନ୍ୟ ହୋଇପଡ଼ିଛି ସହର। ଗୁରୁତ୍ୱପୂର୍ଣ୍ଣ ଚାରୋଟି ବିଭାଗରେ ନାହାଁନ୍ତି ଅଧିକାରୀ। ଅତିରିକ୍ତ ଦାୟିତ୍ୱରେ ଚାଲିଛି ସରକାରୀ କାର୍ଯ୍ୟାଳୟ।।

Advertisment

ନବରଙ୍ଗପୁର ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ଉମରକୋଟ ବ୍ଲକ୍‌ରେ ପ୍ରାୟ ୩ ମାସ ହେବ ନାହାଁନ୍ତି ବିଡିଓ। ତାଙ୍କ ସ୍ଥାନରେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ରାଇଘର ବ୍ଲକ୍ ବିଡିଓ। ଯେଉଁଥିପାଇଁ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ଠିକ ଭାବେ ହୋଇପାରୁନାହିଁ। ଉମରକୋଟ ବ୍ଲକରେ ୨୬ ପଞ୍ଚାୟତ ଓ ରାଇଘର ବ୍ଲକରେ ୨୬ ପଞ୍ଚାୟତ ଥିବାରୁ ଜଣେ ବିଡିଓ ଏକସଙ୍ଗେ ୫୨ ପଞ୍ଚାୟତକୁ ପରିଚାଳନା କରିବା ସମ୍ଭବ ନୁହେଁ। ପ୍ରତିଦିନ ବିଭିନ୍ନ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ବେଳେ ନିରାଶ ହୋଇ ଫେରୁଛନ୍ତି।

ଅଧିକ ପଢ଼ନ୍ତୁ: ୧୮ରୁ ଯୁକ୍ତ ଦୁଇ ପରୀକ୍ଷା: ୪୫ ଦିନରେ ରେଜଲଟ୍

ଠିକ୍‌ ସେହିପରି ଉମରକୋଟ ପୌର କାର୍ଯ୍ୟାଳୟରେ ମଧ୍ୟ ସମଦଶା। ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୫ରୁ ୭ ଜଣ ନିର୍ବାହୀ ଅଧିକାରୀ ବଦଳି ହେଲେଣି। ୬ ମାସ ତଳେ ଯେଉଁ ନିର୍ବାହୀ ଅଧିକାରୀ ଥିଲେ, ତାଙ୍କୁ ମଧ୍ୟ ସପ୍ତାହ ତଳେ ଅନ୍ୟତ୍ର ବଦଳି କରାଯାଇଛି। ଲୋକଙ୍କ ସମସ୍ୟା ଓ ଅଞ୍ଚଳ ସମ୍ପର୍କରେ ଜଣାବା ପୂର୍ବରୁ ବଦଳି ହେଇଯାଉଛନ୍ତି ଅଧିକାରୀ। ୬ ମାସ ହେଲା ଉନ୍ନୟନ କାର୍ଯ୍ୟର ଟେଣ୍ଡର ବାହାରି ବାହାରିପାରୁ ନାହିଁ। ଯେଉଁ କିଛି କାମ ପୂର୍ବରୁ ହୋଇଛି, ତାହାର ଟଙ୍କା ମଧ୍ୟ ଠିକାଦାର ପାଇପାରୁ ନାହାଁନ୍ତି।

Advertisment

ଅଧିକ ପଢ଼ନ୍ତୁ: ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ୍; ସ୍ବତନ୍ତ୍ର ପ୍ୟାଭେଲିୟନରେ ମ୍ୟାଚ୍ ଦେଖିବେ ରାଜ୍ୟର ଗୌରବ

ଉମରକୋଟରେ ଥାନର ସ୍ଥିତି ଆହୁରୀ ଗମ୍ଭୀର। ଦୁଇ ମାସ ହେବ ପୋଲିସ ଉପଖଣ୍ଡ ଅଧିକାରୀ ନାହାଁନ୍ତି। ମାସେ ହେବ ଥାନା ଅଧିକାରୀ ନାହାଁନ୍ତି। ଓଡ଼ିଶା-ଛତିଶଗଡ଼ ସୀମାଠୁ ମାତ୍ର ୧୨ କମି ଦୂରରେ ରହିଛି ଉମରକୋଟ ସହର। ଅଧିକାଂଶ ସମୟରେ ପଡୋଶୀ ରାଜ୍ୟରେ ନକ୍ସଲ ଆତଙ୍କ ଭୟ ରହୁଛି। ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସମ୍ଭାବନା ରହିଛି। ଏନେଇ ଆଇନଜୀବୀ ସଂଘ ପକ୍ଷରୁ ଶୀଘ୍ର ପୋଲିସ ବିଭାଗର ଦୁଇ ଅଧିକାରୀଙ୍କ ସମେତ ବିଡିଓ ଓ ପୌର ନିର୍ବାହୀ ଅଧିକାରୀଙ୍କ ନିଯୁକ୍ତି ପାଇଁ ଦାବି ହୋଇଛି।

Nabarangpur Govt Offices
Advertisment
Advertisment